ଅମ୍ଫାନ ଭୟ, ୨୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ

ଢ଼ାକା: ମହାବାତ୍ୟା ଅମ୍ଫାନ ଭୟରେ ବାଂଲାଦେଶ ସରକାର ଉପକୂଳବର୍ତ୍ତି ଜିଲ୍ଲାରେ ଥିବା ୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବାଂଲାଦେଶ ସରକାର ୧୯ଟି ଉପକୂଳବର୍ତ୍ତି ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ପଶ୍ଚିମବଙ୍ଗର ସୁନ୍ଦରବନରେ ଏହି ମହାବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପିଆଇବି ରିପୋର୍ଟ ଅନୁଯାୟୀ ଏହି ମହାବାତ୍ୟା ଘଣ୍ଟାପ୍ରତି ୧୯୫ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ମହାବାତ୍ୟା ଅମ୍ଫାନ […]

Amphan

Amphan

Subhransu Sekhar
  • Published: Tuesday, 19 May 2020
  • Updated: 19 May 2020, 10:37 AM IST

Sports

Latest News

ଢ଼ାକା: ମହାବାତ୍ୟା ଅମ୍ଫାନ ଭୟରେ ବାଂଲାଦେଶ ସରକାର ଉପକୂଳବର୍ତ୍ତି ଜିଲ୍ଲାରେ ଥିବା ୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବାଂଲାଦେଶ ସରକାର ୧୯ଟି ଉପକୂଳବର୍ତ୍ତି ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ପଶ୍ଚିମବଙ୍ଗର ସୁନ୍ଦରବନରେ ଏହି ମହାବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପିଆଇବି ରିପୋର୍ଟ ଅନୁଯାୟୀ ଏହି ମହାବାତ୍ୟା ଘଣ୍ଟାପ୍ରତି ୧୯୫ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ମହାବାତ୍ୟା ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୫୭୦କି.ମି ଦୂରରେ ରହିଛି | ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୪କିମି ବେଗରେ ଉତ୍ତରଉତ୍ତରପୂର୍ବ ଦିଗରେ ଗତି କରୁଛି | ଏହା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାଟିଆ ଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି |

https://twitter.com/PIBBhubaneswar/status/1262573050584862721

ଅମ୍ଫାନର ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ୍, ଆସାମ ଏବଂ ମେଘାଳୟରେ ୨୧ ତାରିଖ ଯାଏ ପ୍ରବଳ ବର୍ଷା ସହିତ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗକୁ ନଜରରେ ରଖି ଏନଡିଆରଏଫର ୫୩ଟି ଟିମ୍ ନିୟୋଜିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos