୨୦୧୬ରେ ପାକିସ୍ତାନ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଗସ୍ତ କରିବେ । ଏଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାବ ଶରିଫ ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି । ଗତବର୍ଷ ପାକିସ୍ତାନରେ ହେବାକୁ ଥିବା ସାର୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ରୁଷର ସହର ଉଫାରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ଭାରତ ପକ୍ଷରୁ ପ୍ରତିପକ୍ଷ ପାକିସ୍ତାନ ଆଗରେ ଆତଙ୍କବାଦ ଓ ଅନ୍ୟ ଦ୍ୱିପାକ୍ଷିକ ମାମଲାରେ ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଶରିଫଙ୍କ ସହ ଆତଙ୍କବାଦ ସମ୍ପର୍କରେ ଆଲୋଚନା କରିଥିଲେ । ମୋଦି ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଶିରଫଙ୍କୁ କହିଥିଲେ । ଏହାସହ ଭାରତ ପକ୍ଷରୁ ୨୬/୧୧ ଆକ୍ରମଣର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲଖବିକୁ ଜେଲରୁ ଛଡାଯବା କଥା ଉଠାଯାଇଥିଲା । ସେହିପରି ପାକିସ୍ତାନ ପକ୍ଷରୁ ପୁଣି ଥରେ କାଶ୍ମୀର ସମସ୍ୟା ଉପରେ ଆଲୋଚନା କାଯିବା ଉପରେ ଜୋର ଦିଆଯାଇଥିଲା ।

ମୋଦି ଓ ଶରିଫଙ୍କ ଏହି ସାକ୍ଷାତକାର ଏକ ବନ୍ଦ ଘର ମଧ୍ୟରେ ହୋଇଥିଲା । ଉକ୍ତ ଘରେ ପ୍ରଥମରୁ ମୋଦି ଶରିଫଙ୍କ ଅପେକ୍ଷା କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୫୫ ମିନିଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା । ଏହି ସମୟରେ ଦୁଇ ଦେଶର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏ ନେଇ ବିଦେଶ ସଚିବ ଏସ. ଜୟଶଙ୍କର ମିଡିଆ ସମ୍ମୁଖରେ ଯୁଗ୍ମ ବାର୍ତ୍ତା ଜାରି କରିଥିଲେ । ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସଲାକାର ସରତାଜ ଅଜିଜ ଏବଂ ବିଦେଶ ସଚିବ ଅଜିଜ ଚୌଧୁରୀ ଉପସ୍ଥିତ ଥିଲେ । ଭାରତ ପକ୍ଷରୁ ରାଷ୍ଟ୍ରିୟ ସୁରକ୍ଷା ସଲାକାର ଅଜିତ ଡୋଭାଲ ଏବଂ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ବିକାଶ ସ୍ୱରୂପ ମଧ୍ୟ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ନିଜ ଦେଶର ବିଦେଶ ସଚିବଙ୍କୁ ଶୀଘ୍ର ଭେଟିବାକୁ କହିବେ ଯାହାକୁ ଏକ ନୂଆ ଦ୍ୱିପକ୍ଷିକ ସମ୍ପର୍କର ଆରମ୍ଭ କରିବ ବୋଲି ଆଶା କରାଯାଉଛି । ସଂୟୁକ୍ତ ରାଷ୍ଟ୍ର ମହାସଭା ମିଟିଂ ଅବସରରେ ଦୁଇ ଦେଶର ବିଦେଶ ସଚିବ ଭେଟିବାର ସମ୍ଭାବନା ରହିଛି ।

ଶରିଫଙ୍କ ସହ ସାକ୍ଷାତ ବେଳେ ମୋଦି ମୁମ୍ବାଇ ଆର୍କମଣର ମାଷ୍ଟର ମାଇଣ୍ଡି ଜାକିର ରହମାନ ଲଖବିର ମୁକ୍ତିକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ଲଖବି ମୁକ୍ତ ଘଟଣାରେ ଚୀନର ସମର୍ଥନ ପାଇବା ଓ ସଂଘାଇ ସହଯୋଗ ସଂଗଠନରେ ସ୍ଥାୟୀ ସଦସ୍ୟତା ପାଇବା ପରେ ବିଶ୍ୱ ଦରବାରକୁ ପାକିସ୍ତାନ ନୂଆ ବିଶ୍ୱାସର ସହ ଯାଉଛି । ଏହା ପ୍ରଧାନମନ୍ତ୍ର ମୋଦିଙ୍କ ପାଇଁ ଶରିଫଙ୍କ ଉପରେ କୁଟନୈତିକ ଜୋର ଦେବା ଚ୍ୟାଲେଞ୍ଜ ହୋଇଛି ।

ଆହୁରି ପଢ଼ନ୍ତୁ

ବିରୋଧୀଙ୍କ ଅସନ୍ତୋଷ ଭିତରେ ସରକାର ବଢ଼ାଇଲେ ଏମଏସପି

ଆଇସିୟୁରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନିଲମ୍ବନ ବିରୋଧରେ ଧାରଣାରେ ଆଠ ସାଂସଦ, ଗୃହ କାର୍ଯ୍ୟ ଠପ୍

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ସଂସଦ ପହଞ୍ଚିଲା କାଷ୍ଟିଂ କାଉଚ ମାମଲା, ପାଏଲଙ୍କ ସମର୍ଥନରେ ରୁପା ଗାଙ୍ଗୁଲି

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ରିଆ ଜଣେ ଛୋଟ ଡ୍ରଗ୍ସ ବ୍ୟବସାୟୀ ନୁହନ୍ତି: ଏନସିବି ମୁଖ୍ୟ