ଦେଶର ୨୭ ପ୍ରମୁଖ ବିମାନବନ୍ଦରରେ ନାହିଁ ସିଆଇଏସ୍‌ଏଫ୍ ସୁରକ୍ଷା

ନୂଆଦିଲ୍ଲୀ:ବେଲଜିୟମର ରାଜଧାନୀ ବ୍ରସ୍‌ଲେସ୍‌ରେ ବିମାନବନ୍ଦର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପରେ ଭାରତର ବିମାନବନ୍ଦରଗୁଡ଼ିକର ସୁରକ୍ଷା ନେଇ ସୁରକ୍ଷା ସଂସ୍ଥାଗୁଡ଼ିକ ଚିନ୍ତାପ୍ରକଟ କରିଛନ୍ତି। ଦେଶର ୨୭ଟି ପ୍ରମୁଖ ବିମାନବନ୍ଦରରେ ସିଆଇଏସ୍‌ଏଫ୍ ସୁରକ୍ଷା ବ୍ୟବସ୍ଥା ନାହିଁ। ପାଣ୍ଠିର ଅଭାବ ଯୋଗୁଁ ଏହି ସବୁ ବିମାନବନ୍ଦରଗୁଡ଼ିକରେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ସିଆଇଏସ୍‌ଏଫ୍ ଯବାନଙ୍କୁ ମୁତୟନ କରାଯାଇନାହିଁ। ଏହି ୨୭ଟି ବିମାନବନ୍ଦରର ସୁରକ୍ଷା ଦାୟିତ୍ୱରେ ବର୍ତ୍ତମାନ ସିଆର୍‌ପିଏଫ୍, ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆର୍‌ବିଏସ୍) ଅବା ରାଜ୍ୟ ସରକାରମାନଙ୍କ ସୁରକ୍ଷାବାହିନୀ ଗୁଡ଼ିକ ଅଛନ୍ତି। […]

cisf

Rakesh Mallick
  • Published: Sunday, 27 March 2016
  • , Updated: 27 March 2016, 07:25 AM IST

ନୂଆଦିଲ୍ଲୀ:ବେଲଜିୟମର ରାଜଧାନୀ ବ୍ରସ୍‌ଲେସ୍‌ରେ ବିମାନବନ୍ଦର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପରେ ଭାରତର ବିମାନବନ୍ଦରଗୁଡ଼ିକର ସୁରକ୍ଷା ନେଇ ସୁରକ୍ଷା ସଂସ୍ଥାଗୁଡ଼ିକ ଚିନ୍ତାପ୍ରକଟ କରିଛନ୍ତି। ଦେଶର ୨୭ଟି ପ୍ରମୁଖ ବିମାନବନ୍ଦରରେ ସିଆଇଏସ୍‌ଏଫ୍ ସୁରକ୍ଷା ବ୍ୟବସ୍ଥା ନାହିଁ। ପାଣ୍ଠିର ଅଭାବ ଯୋଗୁଁ ଏହି ସବୁ ବିମାନବନ୍ଦରଗୁଡ଼ିକରେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ସିଆଇଏସ୍‌ଏଫ୍ ଯବାନଙ୍କୁ ମୁତୟନ କରାଯାଇନାହିଁ। ଏହି ୨୭ଟି ବିମାନବନ୍ଦରର ସୁରକ୍ଷା ଦାୟିତ୍ୱରେ ବର୍ତ୍ତମାନ ସିଆର୍‌ପିଏଫ୍, ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆର୍‌ବିଏସ୍) ଅବା ରାଜ୍ୟ ସରକାରମାନଙ୍କ ସୁରକ୍ଷାବାହିନୀ ଗୁଡ଼ିକ ଅଛନ୍ତି।

ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ବା ସିଆଇଏସ୍‌ଏଫ୍‌ରେ ୧.୪୨ ଲକ୍ଷ ଯବାନ ଅଛନ୍ତି। ବିମାନବନ୍ଦରଗୁଡ଼ିକର ସୁରକ୍ଷା ନିମନ୍ତେ ଏଥିରେ ସ୍ୱତନ୍ତ୍ର ଭାବେ ଏକ ୟୁନିଟ୍ ଗଠନ କରାଯାଇଛି। ଏହି ୟୁନିଟ୍‌କୁ କୁହାଯାଉଛି ଏଭିଏସନ୍ ସିକ୍ୟୁରିଟି ଗ୍ରୁପ୍ (ଏଏସ୍‌ଜି)। ଏଥିରେ ୨୨,୦୦୦ ପୁରୁଷ ଓ ମହିଳା କୋମାଣ୍ଡୋ ଅଛନ୍ତି। ଜଣେ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଅଧୀନରେ ସିଆଇଏସ୍‌ଏଫ୍‌ର ଏହି ୟୁନିଟ୍ କାର୍ଯ୍ୟ କରୁଛି। ୨୦୦୦ ମସିହାରେ ପ୍ରଥମେ ସିଆଇଏସ୍‌ଏଫ୍‌କୁ ବିମାନବନ୍ଦରଗୁଡ଼ିକର ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। ଜୟପୁର ବିମାନବନ୍ଦରରୁ ଏହା ଆରମ୍ଭ ହୋଇଥିଲା। ଶେଷ ଥର ପାଇଁ ୨୦୧୧ରେ ଡିଉ ବିମାନବନ୍ଦରରେ ଏଭିଏସନ୍ ସିକ୍ୟୁରିଟି ଗ୍ରୁପ୍‌ର ଯବାନଙ୍କୁ ମୁତୟନ କରାଯାଇଥିଲା।

Related story