ପାକିସ୍ତାନରୁ ଭାରତ ଆସିବେ ୩୦୦ ଭାରତୀୟ!

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ ଅନ୍ୟାନ୍ୟ ଦେଶରେ ଫସିଥିବା ଭାରତୀୟଙ୍କୁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ୍ ଜରିଆରେ ଲୋକଙ୍କୁ ସ୍ୱଦେଶ ଆଣୁଛନ୍ତି। ଏହି ଆଧାରରେ ଏବେ ପାକିସ୍ତାନରେ ଫସିଥିବା ୩୦୦ ଭାରତୀୟ ସ୍ୱଦେଶ ଆସିବେ ବୋଲି ଜଣାପଡ଼ିଛି। ଏବେ ଔପଚାରିକ ଭାବରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୩୦୦ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ କଶ୍ମୀରର ଛାତ୍ର ବୋଲି ଜଣାପଡ଼ିଛି। ଦୁଇ ମାସ ହେବ ପାକିସ୍ତାନରେ ଫସିଥିବା ଲୋକଙ୍କୁ ଆଣିବା ପାଇଁ […]

Wagah border

Subhransu Sekhar
  • Published: Sunday, 24 May 2020
  • , Updated: 24 May 2020, 05:01 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ ଅନ୍ୟାନ୍ୟ ଦେଶରେ ଫସିଥିବା ଭାରତୀୟଙ୍କୁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ୍ ଜରିଆରେ ଲୋକଙ୍କୁ ସ୍ୱଦେଶ ଆଣୁଛନ୍ତି। ଏହି ଆଧାରରେ ଏବେ ପାକିସ୍ତାନରେ ଫସିଥିବା ୩୦୦ ଭାରତୀୟ ସ୍ୱଦେଶ ଆସିବେ ବୋଲି ଜଣାପଡ଼ିଛି। ଏବେ ଔପଚାରିକ ଭାବରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୩୦୦ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ କଶ୍ମୀରର ଛାତ୍ର ବୋଲି ଜଣାପଡ଼ିଛି।

ଦୁଇ ମାସ ହେବ ପାକିସ୍ତାନରେ ଫସିଥିବା ଲୋକଙ୍କୁ ଆଣିବା ପାଇଁ ପୂର୍ବରୁ ଭାରତୀୟ ହାଇକମିଶନର ପାକିସ୍ତାନ ହାଇକମିଶନରଙ୍କ ସହିତ ଆଲୋଚନା କରିଥିଲେ। ଏବେ ଏହି ପ୍ରକ୍ରିୟାକୁ ଆହୁରି ଜୋରଦାର କରାଯାଇଛି ବୋଲି ସୂଚନା ରହିଛି। ଦୁଇ ଦେଶ ମଧ୍ୟରେ ବିମାନ ସେବା ଦୀର୍ଘ ମାସ ହେବ ବ୍ୟାହାତ ରିହଥିବାରୁ ଅଟାରୀ ସୀମା ଜରିଆରେ ଭାରତକୁ ଆଣିବା ପାଇଁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି। କଶ୍ମୀରୀ ଛାତ୍ରଙ୍କ ସହିତ ଗୁଜରାଟ, ପଞ୍ଜାବ ଏବଂ ମହାରାଷ୍ଟ୍ରର ଲୋକ ରହିଥିବା ଜଣାପଡ଼ିଛି।

Related story