Advertisment

୭ଟି ଆମ୍ବକୁ ଜଗିଛନ୍ତି ୪ ସୁରକ୍ଷାକର୍ମୀ ଓ ୬ କୁକୁର, ଦାମ୍‌ ଜାଣିଲେ ହୋସ୍‌ ଉଡ଼ିଯିବ

ଜବଲପୁର: ଫଳମାନଙ୍କ ମଧ୍ୟରେ ରାଜା ଆମ୍ବ ପ୍ରାୟତଃ ସମସ୍ତଙ୍କର ପସନ୍ଦ l କିଲୋ ପିଛା ୫୦ରୁ ୧୦୦ଟଙ୍କାରେ ମିଳିଯାଉଛି ଭଳିକି ଭଳି ଆମ୍ବ। ଗାଁ ଗହଳିରେ ବା ଛୋଟ ସହର ଗୁଡ଼ିକରେ କିଲୋ ପିଛା ୧୦/୨୦ ଟଙ୍କାରେ ବି ମିଳୁଛି ବିଭିନ୍ନ ପ୍ରକାରର ଦେଶୀ ଆମ୍ବ। ହେଲେ କେବେ ଭାବିଛନ୍ତି, ଆମ୍ବ କିଲେ ପାଇଁ ଆପଣଙ୍କୁ ଗଣିବାକୁ ପଡିପାରେ ଲକ୍ଷାଧିକ ଟଙ୍କା। ବିଦେଶରେ ନୁହେଁ,  ଭାରତରେ ବି ମିଳୁଛି ଏହି ଆମ୍ବ। ମଧ୍ୟପ୍ରଦେଶର ଜବଲପୁରରେ ଫଳୁଛି ଏହି […]

author-image
Niharika Rout
ଅଦ୍ୟତନ ହୋଇଛି
୭ଟି ଆମ୍ବକୁ ଜଗିଛନ୍ତି ୪ ସୁରକ୍ଷାକର୍ମୀ ଓ ୬ କୁକୁର, ଦାମ୍‌ ଜାଣିଲେ ହୋସ୍‌ ଉଡ଼ିଯିବ

Mango

ଜବଲପୁର: ଫଳମାନଙ୍କ ମଧ୍ୟରେ ରାଜା ଆମ୍ବ ପ୍ରାୟତଃ ସମସ୍ତଙ୍କର ପସନ୍ଦ l କିଲୋ ପିଛା ୫୦ରୁ ୧୦୦ଟଙ୍କାରେ ମିଳିଯାଉଛି ଭଳିକି ଭଳି ଆମ୍ବ। ଗାଁ ଗହଳିରେ ବା ଛୋଟ ସହର ଗୁଡ଼ିକରେ କିଲୋ ପିଛା ୧୦/୨୦ ଟଙ୍କାରେ ବି ମିଳୁଛି ବିଭିନ୍ନ ପ୍ରକାରର ଦେଶୀ ଆମ୍ବ। ହେଲେ କେବେ ଭାବିଛନ୍ତି, ଆମ୍ବ କିଲେ ପାଇଁ ଆପଣଙ୍କୁ ଗଣିବାକୁ ପଡିପାରେ ଲକ୍ଷାଧିକ ଟଙ୍କା। ବିଦେଶରେ ନୁହେଁ,  ଭାରତରେ ବି ମିଳୁଛି ଏହି ଆମ୍ବ।

Advertisment

ମଧ୍ୟପ୍ରଦେଶର ଜବଲପୁରରେ ଫଳୁଛି ଏହି ଆମ୍ବ l ଏହାର କିଲୋ ପିଛା ଦର ୨.୭୦ ଲକ୍ଷ ଟଙ୍କା। ଏହି ଆମ୍ବର ନାଁ ତଇୟୋ ନୋ ତମାଗୋ l ଏହା ଦୁନିଆର ସବୁଠୁ ମହଙ୍ଗା ଆମ୍ବ l

ଏହି ଆମ୍ବ ଜାପାନ ପ୍ରଜାତିର ହୋଇଥିବା ବେଳେ ଏହାକୁ ସୂର୍ଯ୍ୟଙ୍କ ଅଣ୍ଡା ବୋଲି ମଧ୍ୟ କୁହାଯାଇଥାଏ l ପାଚିଗଲେ ଏହା ପୂରା ଲାଲ ପଡିଯିବା ସହ ବହୁତ ମିଠା ହୋଇଥାଏ l ଏହାର ଓଜନ ପାଖାପାଖି ୯୦୦ ଗ୍ରାମ ହୋଇଥାଏ l

Advertisment

ଆହୁରି ପଢ଼ନ୍ତୁ: ଆମ୍ବର ନାଁ ନୁରଜାହାନ: ପାଚିବା ପୂର୍ବରୁ ସରିଲାଣି ବୁକିଂ, ଗୋଟାକ ହଜାରେ ଟଙ୍କା

ଜାପାନରେ ହେଉଥିବା ଏହି ଆମ୍ବକୁ ଜବଲପୁରର ଚାଷୀ ସଂକଳ୍ପ ସିଂହ ପରିହାରୀ ନିଜ ଜମିରେ ଲଗାଇଛନ୍ତି l ସଂକଳ୍ପ ୩ ବର୍ଷ ପୂର୍ବେ ଏହାକୁ ନିଜ ବଗିଚାରେ ଲଗାଇଥିଲେ l ଗତବର୍ଷ ଆନ୍ତର୍ଜାତିକ ବଜାରରେ ଏହି ଆମ୍ବର କିଲୋ ପିଛା ଦର ୨.୭୦ ଲକ୍ଷ ଟଙ୍କା ଥିଲା ବୋଲି ସଂକଳ୍ପ ଦାବି କରିଛନ୍ତି।

ସ୍ଥାନୀୟ ଲୋକ ଜାଣିବା ପରେ ତାଙ୍କ ବଗିଚାରୁ ଆମ୍ବ ଚୋରି କରିବାକୁ ଚେଷ୍ଟା କଲେ। ଏପରିକି ଚୋର ଗଛରୁ ୨ଟି ଆମ୍ବ ଚୋରି କରି ନେବା ସହ ଡାଳ ବି ଭାଙ୍ଗି ଦେଲେ। ତେବେ ଗଛ ଦୁଇଟି ସୁରକ୍ଷିତ ରହିଥିଲେ।

ସଂକଳ୍ପଙ୍କ ବଗିଚାରେ ଏଥର ୨ଟି ତଇୟୋ ନୋ ତମାଗୋ ଆମ୍ବ ଗଛ ଥିବା ବେଳେ ସେଥିରେ ୭ଟି ଆମ୍ବ ଫଳିଛି l ଏହି ୭ଟି ଆମ୍ବର ସୁରକ୍ଷା ପାଇଁ ସଂକଳ୍ପ ବଗିଚାରେ ୪ ଜଣ ଗାର୍ଡଙ୍କ ସହିତ ୬ଟି କୁକୁରକୁ ମୁତୟନ କରିଛନ୍ତି।

ସଂକଳ୍ପଙ୍କ ବଗିଚାରେ ୧୪ ପ୍ରକାର ହାଇବ୍ରିଡ଼ ଆମ୍ବ ଫଳୁ ଥିବାବେଳେ ତା’ ଭିତରେ ଦେଶର ଅନ୍ୟତମ ମହଙ୍ଗା ଆମ୍ବ ମଲ୍ଲିକା ବି ଅଛି। ଏହି ସବୁ ଗଛକୁ ବଢାଇବା ପାଇଁ ସେ କେମିକାଲର ପ୍ରୟୋଗ କରୁ ନ ଥିବା କହିଛନ୍ତି।

Madhya Pradesh Odia Offbeat