ଯବାନଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ରବିବାର ସଂଧ୍ୟାରେ ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଛନ୍ତି। ଏଥିରେ ଚାରି ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି। କୁଲଗାମ ଜିଲ୍ଲାର ଗୁଦ୍ଦାର ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଘେରି ଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହେବା ପରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଥିବା ସ୍ଥାନୀୟ ପୁଲିସ କହିଛି। […]

terrorist-killed

Subhransu Sekhar
  • Published: Sunday, 26 April 2020
  • , Updated: 26 April 2020, 10:47 PM IST

ଶ୍ରୀନଗର: ରବିବାର ସଂଧ୍ୟାରେ ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଛନ୍ତି। ଏଥିରେ ଚାରି ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି।

କୁଲଗାମ ଜିଲ୍ଲାର ଗୁଦ୍ଦାର ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଘେରି ଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହେବା ପରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଥିବା ସ୍ଥାନୀୟ ପୁଲିସ କହିଛି। ଏହି ଅପରେସନରେ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନିହତ ଆତଙ୍କବାଦୀଙ୍କ ପରିଚୟ ସମ୍ପୂର୍ଣ୍ଣ ମିଳିନାହିଁ। ହେଲେ ଜଣେ ସ୍ଥାନୀୟ ବାସିନ୍ଦା ବୋଲି ପୁଲିସ କହିଛି। ଏହି ସର୍ଚ୍ଚ ଅପରେସନରେ ରାଷ୍ଟ୍ରିୟ ରାଇଫଲ୍, ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜି) ଏବଂ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ) ସମେତ ସୁରକ୍ଷା ବାହିନୀର ଏକ କର୍ଡନ ସାମିଲ୍ ଥିଲେ। କରୋନା ଉପରେ ସାରା ବିଶ୍ୱ କେନ୍ଦ୍ରୀତ ଥିବା ବେଳେ ଆତଙ୍କବାଦୀ କଶ୍ମୀରରେ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଥିବା ଗୁଇନ୍ଦା ରିପୋର୍ଟ ଦେଇଛି।

Related story