ଆଇଟିବି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ, ୬ ମୃତ

ରାୟପୁର: ଛତିଶଗଡ ନାରାୟଣପୁର ଜିଲ୍ଲାରେ ଏକ ଆଇଟିବିପି (ଇଣ୍ଡୋ-ତିବେତିଆନ ବୋର୍ଡର ପୁଲିସ) କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ୨ ଜଣ ଆହତ ହୋଇଛନ୍ତି। ନାରାୟଣପୁର ଏସପି ମୋହିତ ଗର୍ଗ ଏହି ସୂଚନା ଦେଇଛନ୍ତି। ଆହତ ମାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ରାଜ୍ୟ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଏ ବାବଦରେ ଖବର ମିଳିବା ପରେ ଜିଲ୍ଲା ଏସପି ଆଇଟିବିପି […]

Naxal-in-Bastar

Naxal-in-Bastar

Subhransu Sekhar
  • Published: Wednesday, 04 December 2019
  • Updated: 04 December 2019, 05:13 PM IST

Sports

Latest News

ରାୟପୁର: ଛତିଶଗଡ ନାରାୟଣପୁର ଜିଲ୍ଲାରେ ଏକ ଆଇଟିବିପି (ଇଣ୍ଡୋ-ତିବେତିଆନ ବୋର୍ଡର ପୁଲିସ) କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ୨ ଜଣ ଆହତ ହୋଇଛନ୍ତି। ନାରାୟଣପୁର ଏସପି ମୋହିତ ଗର୍ଗ ଏହି ସୂଚନା ଦେଇଛନ୍ତି। ଆହତ ମାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ରାଜ୍ୟ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଏ ବାବଦରେ ଖବର ମିଳିବା ପରେ ଜିଲ୍ଲା ଏସପି ଆଇଟିବିପି କ୍ୟାମ୍ପକୁ ଯାଇ ସମସ୍ତ ଘଟଣା ବାବଦରେ ଅବଗତ କରାଇବେ। ସରକାର ଏହି ଘଟଣା ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି। ସରକାରଙ୍କ ଦ୍ୱାରା କୌଣସି ଚାପର ଶିକାର ହୋଇ ଆଇଟିବିପି ଯବାନ ମାନେ ଏଭଳି କାଣ୍ଡ ଭିଆଇ ନାହାନ୍ତି ବୋଲି ସେ କହିଛନ୍ତି।

କ୍ୟାମ୍ପରେ ଆଇଟିବିପିର ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଥିବା ଜଣାପଡ଼ିଛି। ଗତ ଦୁଇ ତିନି ଦିନ ହେବ ଯବାନଙ୍କ ମଧ୍ୟରେ ମତାନ୍ତର ଖବର ଶୁଣିବାକୁ ମିଳିଥିଲା। ଆଉ ଆଜି ସକାଳ ୯ଟା ବେଳେ ଏହି ମତାନ୍ତର ଭୟଙ୍କର ରୂପ ନେଇଥିଲା। ଯବାନଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିମାଡ଼ ଆରମ୍ଭ ହୋଇଯାଇଥିଲା। ଏକେ-୪୭ ବନ୍ଧୁକ ଜରିଆରେ ଏହି ଗୁଳି ବିନିମିୟ ହୋଇଥିଲା। ପ୍ରଥମେ ଗୁଳିବିନିମୟ ଆରମ୍ଭ କରିଥିବା ଯବାନ ଜଣଙ୍କ ଅନ୍ୟ ୪ ଜଣଙ୍କୁ ମାରିବା ପରେ ନିଜକୁ ମଧ୍ୟ ଗୁଳି କରି ମାରିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଆହତ ଯବାନଙ୍କୁ ହେଲିକପ୍ଟର୍ ସାହାଯ୍ୟରେ ରାୟପୁର ଅଣାଯାଇ ହସ୍ପିଟାଲରେ ପହଞ୍ଚାଯାଇଛି।

ତେବେ କେଉଁ କଥାକୁ ନେଇ ଯବାନଙ୍କ ମଧ୍ୟରେ ଏଭଳି ମାର୍‌ପିଟ୍ ଆରମ୍ଭ ହେଲା ସେ ନେଇ ଏବେ ସୁଦ୍ଧା କୌଣସି କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ।

https://twitter.com/ANI/status/1202098908572241920

ଫାଇରିଂରେ ମୃତ୍ୟୁ ବରଣ କରିଥିବା ଯବାନ ମାନେ ହେଲେ ପଶ୍ଚିମବଙ୍ଗର ମସୁଦୁଲ ରହମାନ, ବିଶ୍ୱନାଥ ମହତୋ, ସୁରଜିତ ସରକାର। ହିମାଚଳ ପ୍ରଦେଶର ମହେନ୍ଦ୍ର ସିଂହ, ପଞ୍ଜାବର ଦଲଜିତ ସିଂହ ଏବଂ କେରଳର ବାଜିଶା। ଆହତ ଯବାନମାନେ ହେଲେ କେରଳାର ଉଲ୍ଲାସ ଏବଂ ରାଜସ୍ଥାନର ସୀତାରାମ ଦୁନ୍।

https://youtu.be/J2eA19-CO2c

ସୂଚନା ଥାଉ କି, ପୂର୍ବରୁ ୨୦୧୭ରେ ଡିସେମ୍ବର ୯ ତାରିଖରେ ମଧ୍ୟ ଛତିଶଗଡ଼ ବସ୍ତର ବିଜାପୁର ଜିଲ୍ଲାରେ ସିଆରବିଏଫ ୧୬୦ ବାଟାଲିୟନ୍‌ର ବାସାଗୁଡ଼ା କ୍ୟାମ୍ପରେ ଏଭଳି ଯବାନଙ୍କ ମଧ୍ୟରେ ଫାୟାରିଂ ହୋଇଥିଲା। ଏହି ଘଟଣାରେ ଜଣେ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୪ ସାଥୀ ଯବାନ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story