ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୭ ଜଣ

ରାଞ୍ଚି: ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ୭ ଜଣ। କ୍ରିକେଟ ଖେଳିସାରି ସୋନୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ୭ ଜଣଙ୍କର ମୃତ୍ୟୁ ଘଟିଛି। ଝାଡ଼ଖଣ୍ଡର ଗଢ଼ଓ୍ୱା ଜିଲ୍ଲାର କାଣ୍ଡି ଥାନାରେ ଏହି ଅଭାବନୀୟ ଘଟଣା ଘଟିଛି। ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକମାନେ ତିନି ମୃତକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳବାହିନୀ ଟିମ୍ ପହଞ୍ଚିବା ବେଳକୁ ୭ ଜଣ ଯାକ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିସାରିଥିବା ଜଣାପଡ଼ିଛି। ଏବେ ବାକି ଚାରି ଜଣଙ୍କୁ […]

7 people drowning death in Sonee River (1)

Subhransu Sekhar
  • Published: Saturday, 16 May 2020
  • , Updated: 16 May 2020, 04:54 PM IST

ରାଞ୍ଚି: ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ୭ ଜଣ। କ୍ରିକେଟ ଖେଳିସାରି ସୋନୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ୭ ଜଣଙ୍କର ମୃତ୍ୟୁ ଘଟିଛି। ଝାଡ଼ଖଣ୍ଡର ଗଢ଼ଓ୍ୱା ଜିଲ୍ଲାର କାଣ୍ଡି ଥାନାରେ ଏହି ଅଭାବନୀୟ ଘଟଣା ଘଟିଛି। ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକମାନେ ତିନି ମୃତକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳବାହିନୀ ଟିମ୍ ପହଞ୍ଚିବା ବେଳକୁ ୭ ଜଣ ଯାକ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିସାରିଥିବା ଜଣାପଡ଼ିଛି। ଏବେ ବାକି ଚାରି ଜଣଙ୍କୁ ଖୋଜାଯାଉଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ରାଞ୍ଚିରୁ ଏନଡିଆରଏଫ୍ ଟିମକୁ ଡକାଯାଇଥିବା ଜଣାପଡ଼ିଛି।

ଉଦ୍ଧାର ହୋଇଥିବା ତିନି ମୃତକଙ୍କ ମଧ୍ୟରୁ ଦୁଇ ଜଣ ୩୦ ବର୍ଷର ଜଣେ ୧୯ ବର୍ଷର ବୋଲି ଜଣାପଡ଼ିଛି। ମୃତକଙ୍କ ଗାଁ ଗଢ଼ଓ୍ୱା ଜିଲ୍ଲାର ଡୁମରସୋତା ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକମାନେ କହିଛନ୍ତି, ଏମାନେ ସମସ୍ତେ ପ୍ରତିଦିନ ସକାଳେ କ୍ରିକେଟ ଖେଳିବା ପାଇଁ ସୋନ ନଦୀ କୂଳକୁ ଆସନ୍ତି। କ୍ରିକେଟ୍ ଖେଳିସାରି ନଦୀରେ ଗାଧୋଇ ଘରକୁ ଯାଆନ୍ତି।

Related story