ନିଲମ୍ବନ ବିରୋଧରେ ଧାରଣାରେ ଆଠ ସାଂସଦ, ଗୃହ କାର୍ଯ୍ୟ ଠପ୍

ନୂଆଦିଲ୍ଲୀ: ରବିବାର ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଆଠ ସାଂସଦଙ୍କୁ ସପ୍ତାହେ ପାଇଁ ରାଜ୍ୟସଭାରୁ ନିଲମ୍ୱିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ ନିର୍ଦ୍ଦେଶକ୍ରମେ ଏହି ଆଠ ସାଂସଦ ନିଲମ୍ୱିତ ହୋଇଛନ୍ତି। ଏହାକୁ ବିରୋଧ କରି ସୋମବାର ରାଜ୍ୟସଭାରେ ବିରୋଧୀ ହଙ୍ଗାମା କରିଛନ୍ତି। ଏହାପରେ ସଂସଦ ବାରମ୍ୱାର ସ୍ଥଗିତ ରହିଥିଲା। ପରେ ଆଜି ପାଇଁ ରାଜ୍ୟସଭା ସ୍ଥଗିତ ରହିଛି। ତେବେ ନିଲମ୍ବିତ ସାଂସଦମାନେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ଧାରଣାରେ […]

8 suspended mp

Subhransu Sekhar
  • Published: Monday, 21 September 2020
  • , Updated: 21 September 2020, 04:52 PM IST

ନୂଆଦିଲ୍ଲୀ: ରବିବାର ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଆଠ ସାଂସଦଙ୍କୁ ସପ୍ତାହେ ପାଇଁ ରାଜ୍ୟସଭାରୁ ନିଲମ୍ୱିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ ନିର୍ଦ୍ଦେଶକ୍ରମେ ଏହି ଆଠ ସାଂସଦ ନିଲମ୍ୱିତ ହୋଇଛନ୍ତି। ଏହାକୁ ବିରୋଧ କରି ସୋମବାର ରାଜ୍ୟସଭାରେ ବିରୋଧୀ ହଙ୍ଗାମା କରିଛନ୍ତି। ଏହାପରେ ସଂସଦ ବାରମ୍ୱାର ସ୍ଥଗିତ ରହିଥିଲା। ପରେ ଆଜି ପାଇଁ ରାଜ୍ୟସଭା ସ୍ଥଗିତ ରହିଛି। ତେବେ ନିଲମ୍ବିତ ସାଂସଦମାନେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ରବିବାର ରାଜ୍ୟସଭାରେ ବିଲ୍ ପାରିତ ହେବା ବେଳେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ହରିବଂଶ ନାରାୟଣଙ୍କ ପାଖକୁ ଯାଇ ସଂସଦର ରୁଲ୍ ବୁକକୁ ଚିରି ଦେଇଥିଲେ। କେବଳ ଏତିକି ନୁହେଁ ଟିଏମସି ସାଂସଦ ଜଣଙ୍କ ଉପାଧ୍ୟକ୍ଷଙ୍କ ମାଇକ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମାଇକ୍ ଭାଙ୍ଗି ଦେଇଥିଲେ।

ଏହାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଆଜି କହିଛନ୍ତି, ରବିବାର ଗୃହରେ ଯେଉଁ ଦୃଶ୍ୟମାନ ହୋଇଛି ତାହା ଏକ 'ଖରାପ ଦିନ' ବୋଲି ଦର୍ଶାଇଥିଲା ଏବଂ ବିରୋଧୀ ଦଳରୁ ଆଠ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି।  ଉପାଧ୍ୟକ୍ଷଙ୍କୁ ବିରକ୍ତ କରିବାର କୌଣସି ସାଂସଦଙ୍କର ଅଧିକାର ନାହିଁ ବୋଲି ନାଇଡୁ କହିଛନ୍ତି। ସସପେଣ୍ଡ ହୋଇଥିବା ଆଠ ସାଂସଦ ହେଲେ ଡେରିକ ଓ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରିପୁନ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ, ଏ. କରିମ।

ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ (ଜିଏସଟି) ପରିଶୋଧ ନକରି ରବିବାର ସଂସଦରେ ଘଟିଥିବା ଘଟଣାକୁ ନେଇ ଆଲୋଚନା  କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଗୃହରେ ଉତ୍ତେଜନା କାରଣରୁ ଆଲୋଚନା ହୋଇପାରି ନଥିଲା। ଏଥିପାଇଁ ଗୃହକୁ ପ୍ରାୟ ୪୦ ମିନିଟ ସ୍ଥଗିତ ରଖାଯାଇଥିଲା। ଏହାପରେ ୧୦ଟା ବେଳେ ସଂସଦ ପୁଣି ଥରେ ଆରମ୍ଭ ହୋଇଥିଲା। ତେବେ ବିରୋଧୀ ପୁଣିଥରେ ହଙ୍ଗାମା କରିଥିଲେ। ଏହା ଦେଖି ଉପାଧ୍ୟକ୍ଷ ହରିବଂଶ ସିଂ ନିଲମ୍ୱିତ ସାଂସଦଙ୍କୁ ଗୃହରୁ ବାହାରି ଯିବା ପାଇଁ ନିବେଦନ କରିଥିଲେ। ହେଲେ କେହି ଯାଇନଥିଲେ।

ଏହାରି ଭିତରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ (ସଂଶୋଧନ) ବିଲ୍, ୨୦୨୦ ଉପସ୍ଥାପନ କରିଥିଲେ। ଗୃହରେ ହଟ୍ଟଗୋଳ ବନ୍ଦ ହୋଇନଥିବାରୁ ଏହି ସଂଶୋଧନ ବିଲକୁ ଆଲୋଚନା କରିବା ସମ୍ଭବ ହୋଇନଥିଲା। ପରେ ୧୦ଟା ୫ରେ ସଂସଦକୁ ୪୦ ମିନିଟ୍ ପାଇଁ ସ୍ଥଗିତ ରଖାଯାଇଥିଲା। ଏହାପରେ ଗୃହ ପରିଚାଳନା ଆସନରେ ବସିଥିଲେ ଭୁବନେଶ୍ୱର କଲିତା। ସେ ନିଲମ୍ବିତ ସଦସ୍ୟମାନଙ୍କୁ ଗୃହ ବାହାରକୁ ଯିବାକୁ ବାରମ୍ବାର କହିଥିଲେ। ନହେଲେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସେ କହିଥିଲେ। ଏମିତିକି ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ କିଛି କହିବାକୁ ସୁଯୋଗ ପାଇନଥିଲେ। ମୋଟ୍ ଚାରିଥର ସ୍ଥଗିତ ରହିବା ପରେ ଅପରାହ୍ନ ୧୨.୩୦ ପରେ ରାଜ୍ୟସଭାକୁ ଆଜି ପାଇଁ ସ୍ଥଗିତ ରଖିଯାଇଛି।

Related story