୮୧ ବର୍ଷରେ ସିଷ୍ଟର ନିର୍ମଳା ଯୋଶୀଙ୍କ ପରଲୋକ

ନୂଆଦିଲ୍ଲୀ: ମଦର ଟେରେସାଙ୍କ ପରେ ମିସନାରୀଜ୍ ଅଫ୍ ଚ୍ୟାରିଟିର ମୁଖ୍ୟ ସିଷ୍ଟର ନିର୍ମଳା ଯୋଶୀଙ୍କ  ମଙ୍ଗଳବାର ସକାଳୁ କଲକୋତାରେ ୮୧ ବର୍ଷ ବୟସରେ  ପରଲୋକ ଘଟିଛି ।  ଗତ କିଛିଦିନ ହେବ ସେ ବାର୍ଦ୍ଦକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ । ସିଷ୍ଟର ନିର୍ମଳାଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଟ୍ୱି କରି ଦୁଃଖ ପ୍ରକାଶ କରିଛନ୍ତି । ସିଷ୍ଟର ନିର୍ମଳାଙ୍କୁ ସାରା ବିଶ୍ୱର ଲୋକ ମନେ ରଖିବେ ବୋଲି ମମତା ବାନାର୍ଜୀ ଟୁଟ୍ୱିରେ ଲେଖିଛନ୍ତି […]

sister nirmala

sister nirmala

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 06:42 AM IST

Sports

Latest News

ନୂଆଦିଲ୍ଲୀ: ମଦର ଟେରେସାଙ୍କ ପରେ ମିସନାରୀଜ୍ ଅଫ୍ ଚ୍ୟାରିଟିର ମୁଖ୍ୟ ସିଷ୍ଟର ନିର୍ମଳା ଯୋଶୀଙ୍କ  ମଙ୍ଗଳବାର ସକାଳୁ କଲକୋତାରେ ୮୧ ବର୍ଷ ବୟସରେ  ପରଲୋକ ଘଟିଛି ।  ଗତ କିଛିଦିନ ହେବ ସେ ବାର୍ଦ୍ଦକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ । ସିଷ୍ଟର ନିର୍ମଳାଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଟ୍ୱି କରି ଦୁଃଖ ପ୍ରକାଶ କରିଛନ୍ତି । ସିଷ୍ଟର ନିର୍ମଳାଙ୍କୁ ସାରା ବିଶ୍ୱର ଲୋକ ମନେ ରଖିବେ ବୋଲି ମମତା ବାନାର୍ଜୀ ଟୁଟ୍ୱିରେ ଲେଖିଛନ୍ତି । ସେହିପରି ସିଷ୍ଟର ନିର୍ମଳାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ସିଷ୍ଟର ନିର୍ମଳା ୧୯୯୭ରେ ମଦର ଟେରେସାଙ୍କ ମୃତ୍ୟୁ ପରେ ମିଶନରିଜ୍ ଅଫ୍ ଚ୍ୟାରିଟି ସଂସ୍ଥାର ମୁଖ୍ୟ ରୂପରେ କାର୍ଯ୍ୟ କରୁଥିଲେ । ସେ ପ୍ରଥମ ହିନ୍ଦୁ ଭାବେ ୧୭ବର୍ଷ ବୟସରୁ  ମିସନାରୀଜ୍ ଅଫ୍ ଚ୍ୟାରିଟି ସହ ଜଡିତ ଥିଲେ । ସିଷ୍ଟର ନିର୍ମଳାଙ୍କ ଜନ୍ମ ୨୩ ଜୁଲାଇ ୧୯୩୪ରେ ରାଞ୍ଚୀରେ ହୋଇଥିଲା । ତାଙ୍କ ପିତା ଜଣେ ସେନା ଯବାନ୍ ଥିଲେ । ତାଙ୍କର ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୯ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos