୮୬ ଜଣ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ

କରାଚୀ: ଭାରତର ୮୬ ଜଣ ମତ୍ସ୍ୟଜୀବୀଙ୍କୁ ରବିବାର ମୁକ୍ତ କରିଛି ପାକିସ୍ତାନ। ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଲଙ୍ଘିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଥିଲା ପାକିସ୍ତାନର ନୌସେନା। ଭାରତ-ପାକ୍‌ ମଧ୍ୟରେ ସଦ୍‌ଭାବନାକୁ ଆଗେଇ ନେବାକୁ ପାକିସ୍ତାନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ୮୬ ମତ୍ସ୍ୟଜୀବୀଙ୍କୁ ଆଜି ମାଲିର ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ସେମାନେ ଲାହୋରରୁ ଟ୍ରେନ୍‌ରେ ୱାଘା ସୀମାକୁ ଆସିବେ। ସେଠାରୁ ଭାରତକୁ ଯିବେ ବୋଲି କରାଚୀର ମାଲିର ଜେଲର ଜେଲର ରାଜା ମୁମ୍‌ତାଜ ଏହି ସୂଚନା […]

fishermen

Rakesh Mallick
  • Published: Sunday, 20 March 2016
  • , Updated: 04 May 2017, 03:44 PM IST

କରାଚୀ: ଭାରତର ୮୬ ଜଣ ମତ୍ସ୍ୟଜୀବୀଙ୍କୁ ରବିବାର ମୁକ୍ତ କରିଛି ପାକିସ୍ତାନ। ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଲଙ୍ଘିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଥିଲା ପାକିସ୍ତାନର ନୌସେନା। ଭାରତ-ପାକ୍‌ ମଧ୍ୟରେ ସଦ୍‌ଭାବନାକୁ ଆଗେଇ ନେବାକୁ ପାକିସ୍ତାନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

୮୬ ମତ୍ସ୍ୟଜୀବୀଙ୍କୁ ଆଜି ମାଲିର ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ସେମାନେ ଲାହୋରରୁ ଟ୍ରେନ୍‌ରେ ୱାଘା ସୀମାକୁ ଆସିବେ। ସେଠାରୁ ଭାରତକୁ ଯିବେ ବୋଲି କରାଚୀର ମାଲିର ଜେଲର ଜେଲର ରାଜା ମୁମ୍‌ତାଜ ଏହି ସୂଚନା ଦେଇଛନ୍ତି।

Related story