ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ବିସ୍ଫୋରକ ଟ୍ୱିଟ୍ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ଟ୍ୱିଟ୍ କରି କହିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମୁଭି ମାଫିଆ, ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାକାରୀ ଏବଂ ଡ୍ରଗ୍ସ ରାକେଟ ସହିତ ସାମିଲ୍ ଅଛନ୍ତି।
'ମୁଁ ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ମାଫିଆ, ସୁଶାନ୍ତ ମାମଲାର ହତ୍ୟାକାରୀ ଆଦିଙ୍କୁ ଏକ୍ସଫୋଜ କରିଛି। ଏଭଳି କରିବା ବୋଧହୁଏ ମୋର ବଡ଼ ଅପରାଧ। ସେଥିପାଇଁ ଏବେ ମୋତେ ସଜା ଦେବାକୁ ବିଭିନ୍ନ ଚକ୍ରାନ୍ତ ହେଉଛି ବୋଲି କଙ୍ଗନା କହିଛନ୍ତି। ଏଥିପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମୋ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି'। ଦେଖାଯାଉ ଆଗକୁ କଣ ହେଉଛି ବୋଲି ସେ କହିଛନ୍ତି।
https://twitter.com/KanganaTeam/status/1305465116255612931
ସୂଚାନାଯୋଗ୍ୟ, ସେପ୍ଟେମ୍ୱର 9ରେ କଙ୍ଗନା ମୁମ୍ୱାଇ ଆସିଥିଲେ। ଏବେ ସେ ସୁରକ୍ଷିତ ଭାବୁନଥିବା ଦେଖି ହିମାଚଳ ପ୍ରଦେଶର ତାଙ୍କ ଗାଁକୁ ସେ ଫେରିଯାଇଛନ୍ତି। ଏ ନେଇ କଙ୍ଗନା ଟ୍ୱିଟ୍ କରି କହିଥିଲେ।