ଅବସରପ୍ରାପ୍ତ ଯବାନମାନେ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ ହୋଇଛନ୍ତି: ଆନ୍ନା ହଜାରେ

ନୂଆଦିଲ୍ଲୀ: କାରଗିଲ ଯୁଦ୍ଧକୁ ମନେ ପକାଇ ରବିବାର ପାଳନ କରାଯାଉଛି ବିଜୟ ଦିବସ। ଆଉ ଦିବସ ଅବସରରେ ‘ୱାନ ରାଙ୍କ ୱାନ୍ ପେନସନ୍’ ବ୍ୟବସ୍ଥା ଦାବିରେ ଆଜି ଦିଲ୍ଲୀର ଯନ୍ତର ମନ୍ତର ଠାରେ ଅବସରପ୍ରାପ୍ତ ଯବାନମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଯୋଗଦେଇ ପୂର୍ବତନ ସାମରିକ ସାମରିକ କର୍ମଚାରୀ ତଥା ସମାଜସେବୀ ଆନ୍ନା ହଜାରେ କହିଥିଲେ ଯେ, ‘ୱାନ ରାଙ୍କ ୱାନ ପେନସନ୍’ ନେଇ ସରକାରଙ୍କ ପ୍ରତିଶ୍ରୁତି ଯଥେଷ୍ଟ ନୁହେଁ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା […]

anna

Rakesh Mallick
  • Published: Sunday, 26 July 2015
  • , Updated: 26 July 2015, 09:42 AM IST

ନୂଆଦିଲ୍ଲୀ: କାରଗିଲ ଯୁଦ୍ଧକୁ ମନେ ପକାଇ ରବିବାର ପାଳନ କରାଯାଉଛି ବିଜୟ ଦିବସ। ଆଉ ଦିବସ ଅବସରରେ ‘ୱାନ ରାଙ୍କ ୱାନ୍ ପେନସନ୍’ ବ୍ୟବସ୍ଥା ଦାବିରେ ଆଜି ଦିଲ୍ଲୀର ଯନ୍ତର ମନ୍ତର ଠାରେ ଅବସରପ୍ରାପ୍ତ ଯବାନମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଯୋଗଦେଇ ପୂର୍ବତନ ସାମରିକ ସାମରିକ କର୍ମଚାରୀ ତଥା ସମାଜସେବୀ ଆନ୍ନା ହଜାରେ କହିଥିଲେ ଯେ, ‘ୱାନ ରାଙ୍କ ୱାନ ପେନସନ୍’ ନେଇ ସରକାରଙ୍କ ପ୍ରତିଶ୍ରୁତି ଯଥେଷ୍ଟ ନୁହେଁ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ବରିଷ୍ଠ ଯବାନମାନେ ଦେଶର ସେବା କରିଛନ୍ତି। କିନ୍ତୁ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେ କହିଥିଲେ, ରାଜନେତା ମାନେ ମାସକୁ ୫୦ ହଜାର ଟଙ୍କା ଲେଖାଏଁ ଦରମା ପାଉଥିବା ବେଳେ ଯବାନମାନଙ୍କ ବିଧବା ପତ୍ନୀମାନେ ୩,୫୦୦ ରୁ ୪,୫୦୦ ଟଙ୍କା ଲେଖାଏଁ ପେନସନ ପାଉଛନ୍ତି।

ଆନ୍ନା କହିଥିଲେ, ୱାନ୍ ରାଙ୍କ ୱାନ୍ ପେନସନ୍ କାର୍ଯ୍ୟକାରୀରେ ବିଳମ୍ୱ ଓ ଜମି ଅଧିଗ୍ରହଣ ବିଲ ବିରୋଧରେ ଅକ୍ଟୋବର ୨ ତାରିଖରୁ ଦିଲ୍ଲୀର ରାମଳୀଳା ମୈଦାନରେ ଆନ୍ଦାଳନ କରାଯିବ।

Related story