Advertisment

କେନ୍ଦ୍ର ଯୋଜନାରେ ଓଡ଼ିଶାବାସୀ ସବୁଠୁ ଅଧିକ ଖୁସୀ, ନବୀନ ୧ ନମ୍ୱର ସିଏମ୍

ନୂଆଦିଲ୍ଲୀ: ରାଜ୍ୟରେ ବିରୋଧୀ ବିଜେପି କ୍ଷମତାସୀନ ବିଜେଡି ସରକାର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ ସୁଦ୍ଧା ରାଜ୍ୟବାସୀ ନବୀନଙ୍କ ଉପରେ ସନ୍ତୁଷ୍ଟ ଯାହା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଢେ଼ର ଅଧିକ। ସେହିପରି ନବୀନ ସରକାର ବାରମ୍ୱାର କେନ୍ଦ୍ର ଅବହେଳାର ଡେଙ୍ଗୁରା ପିଟୁଥିବା ବେଳେ ସର୍ଭେ କିନ୍ତୁ ଆଉ କିଛି କହିଛି। ଯାହା ନବୀନଙ୍କ ଅଭିଯୋଗକୁ ସର୍ଭେରେ କଡ଼ା ଜବହାବ ଦେଇଛନ୍ତି ରାଜ୍ୟବାସୀ। ଏହି ସର୍ଭେ ଅନୁଯାୟୀ ଓଡ଼ିଶାବାସୀ ଅନ୍ୟ ରାଜ୍ୟ ତୁଳନାରେ କେନ୍ଦ୍ରୀୟ ଯୋଜନାରେ ଅଧିକ […]

ଅଦ୍ୟତନ ହୋଇଛି
୧୨ରୁ ମୁଖ୍ୟମନ୍ତ୍ରୀଙ୍କ ୭ ଜିଲ୍ଲାରେ ମାରାଥନ୍ କାର୍ଯ୍ୟକ୍ରମ

Naveen Patnaik

Advertisment

ନୂଆଦିଲ୍ଲୀ: ରାଜ୍ୟରେ ବିରୋଧୀ ବିଜେପି କ୍ଷମତାସୀନ ବିଜେଡି ସରକାର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ ସୁଦ୍ଧା ରାଜ୍ୟବାସୀ ନବୀନଙ୍କ ଉପରେ ସନ୍ତୁଷ୍ଟ ଯାହା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଢେ଼ର ଅଧିକ। ସେହିପରି ନବୀନ ସରକାର ବାରମ୍ୱାର କେନ୍ଦ୍ର ଅବହେଳାର ଡେଙ୍ଗୁରା ପିଟୁଥିବା ବେଳେ ସର୍ଭେ କିନ୍ତୁ ଆଉ କିଛି କହିଛି। ଯାହା ନବୀନଙ୍କ ଅଭିଯୋଗକୁ ସର୍ଭେରେ କଡ଼ା ଜବହାବ ଦେଇଛନ୍ତି ରାଜ୍ୟବାସୀ। ଏହି ସର୍ଭେ ଅନୁଯାୟୀ ଓଡ଼ିଶାବାସୀ ଅନ୍ୟ ରାଜ୍ୟ ତୁଳନାରେ କେନ୍ଦ୍ରୀୟ ଯୋଜନାରେ ଅଧିକ ଖୁସିଥିବା ଜଣାପଡ଼ିଛି। ଓଡ଼ିଶାର ୯୧ ପ୍ରତିଶତ ଲୋକ କେନ୍ଦ୍ର କାମରେ ଖୁସିଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

Advertisment

ଆହୁରି ପଢ଼ନ୍ତୁ: ଆଦର୍ଶ’ ମୁଖ୍ୟମନ୍ତ୍ରୀ ସୁଶାସନରେ ଅପାରଗ

ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ ଓ ସି- ଭୋଟର ସର୍ଭେରେ ଏହି ରିପୋର୍ଟ ପ୍ରକାଶ କରିଛି। ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି। ଗତ ୧୨ ସପ୍ତାହ ମଧ୍ୟରେ ସର୍ଭେ ପ୍ରଶ୍ନର ଉତ୍ତର ନିଆଯାଇଛି।

ଏହି ସର୍ଭେ ମୁତାବକ ଦେଶର ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଅଛନ୍ତି। ନବୀନଙ୍କ ପରେ ଦ୍ୱିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତୃତୀୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ, ଚତୁର୍ଥରେ କେରଳ ମୁଖ୍ୟମନ୍ତ୍ରୀ, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂହ ବାଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଷ୍ଟମରେ ମଧ୍ୟପ୍ରଦେଶର ସିଏମ ଶିବରାଜ ସିଂହ ଚୌହ୍ୱାନ, ନବମରେ ଗୋଆ ସିଏମ ପ୍ରମୋଦ ସାୱନ୍ତ ଏବଂ ଦଶମରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ରହିଛନ୍ତି।

Advertisment

ସେହିପରି କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରରେ କେଉଁ ରାଜ୍ୟର ଲୋକମାନେ କେତେ ଖୁସି? ଏହାର ଉତ୍ତରରେ ୬୬ ପ୍ରତିଶତ ଲୋକ ସାରା ଦେଶରେ ଖୁସି ଥିବାବେଳେ ୩୦ ପ୍ରତିଶତ ଅସନ୍ତୁଷ୍ଟ ଏବଂ ୪ ପ୍ରତିଶତ ଲୋକ କିଛି କହିପାରିବେ ନାହିଁ ବୋଲି ସର୍ଭେରୁ ଜଣାପଡ଼ିଛି। ତେବେ କେନ୍ଦ୍ର ସରକାରର କାମରେ ଓଡିଶାର ଲୋକମାନେ ଅଧିକ ଖୁସି। ଓଡ଼ିଶାର ୯୧ ପ୍ରତିଶତ ଲୋକ କେନ୍ଦ୍ର କାମରେ ଖୁସି ଅଛନ୍ତି। ସେହିପରି ପଞ୍ଜାବର ୬୪ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

ତେବେ ସର୍ଭେରେ ପାଞ୍ଚଜଣ ଖରାପ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ଏକ ନମ୍ବରରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତୃତୀୟରେ ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ, ଚତୁର୍ଥରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ପଞ୍ଚମରେ ତାମିଲନାଡୁର ସିଏମ ପଲାନି ସ୍ୱାମୀ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe