‘ଆଦର୍ଶ’ ମୁଖ୍ୟମନ୍ତ୍ରୀ ସୁଶାସନରେ ଅପାରଗ

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ବିଭିନ୍ନ ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ବସିଥିବା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ଅଦ୍ୱିତୀୟ ଜନନାୟକ। ୨୦୧୯ରେ ବିଧାନସଭା ଓ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ରେ ପୁଣେରେ ନବୀନ ‘ଆଦର୍ଶ’ ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ସମ୍ମାନିତ ହୋଇଥିଲେ। ତଥାପି ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇବାରେ ସେ ସଫଳ ହୋଇପାରି ନାହାନ୍ତି। ଏ କ୍ଷେତ୍ରରେ ତାଙ୍କର ପାରଦର୍ଶିତାକୁ ପଦାରେ ପକାଇଛି ପବ୍ଲିକ ଆଫେୟାର୍ସ ଇଣ୍ଡେକ୍ସ […]

naveen

naveen

Subhransu Sekhar
  • Published: Monday, 02 November 2020
  • Updated: 02 November 2020, 05:26 PM IST

Sports

Latest News

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ବିଭିନ୍ନ ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ବସିଥିବା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ଅଦ୍ୱିତୀୟ ଜନନାୟକ। ୨୦୧୯ରେ ବିଧାନସଭା ଓ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ରେ ପୁଣେରେ ନବୀନ 'ଆଦର୍ଶ' ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ସମ୍ମାନିତ ହୋଇଥିଲେ। ତଥାପି ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇବାରେ ସେ ସଫଳ ହୋଇପାରି ନାହାନ୍ତି। ଏ କ୍ଷେତ୍ରରେ ତାଙ୍କର ପାରଦର୍ଶିତାକୁ ପଦାରେ ପକାଇଛି ପବ୍ଲିକ ଆଫେୟାର୍ସ ଇଣ୍ଡେକ୍ସ ରିପୋର୍ଟ। ୨୦୨୦ ବର୍ଷର ରିପୋର୍ଟ ଅନୁଯାୟୀ ଦେଶରେ ସବୁଠୁ ଖରାପ ଶାସନ ଉତ୍ତର ପ୍ରଦେଶରେ ରହିଛି। ତଳଆଡୁ ରାଙ୍କିଙ୍ଗରେ ଦ୍ୱିତୀୟରେ ରହିଛି ଓଡ଼ିଶା।

ପବ୍ଲିକ ଆଫାୟର୍ସ ଇନେଡକ୍ସ (ଫିଏଫଆଇ) ନାମକ ଏନଜିଓ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଚଳିତ ବର୍ଷ ତାଲିକା ପ୍ରକାଶ ପାଇଛି। ଏହି ସଂସ୍ଥା ୨୦୧୬ ପାଖରୁ ଏଭଳି ରିପୋର୍ଟ ପ୍ରକାଶ କରି ଆସୁଛି। ଦେଶର ବିଭିନ୍ନ ରାଜ୍ୟର ପ୍ରଶାସନିକ ଦକ୍ଷତାକୁ ନେଇ ଏହି ସଂସ୍ଥା ରିପୋର୍ଟ ପ୍ରକାଶ କରେ। ବିଭିନ୍ନ ମାପ ଦଣ୍ଡକୁ ଆଧାର କରି ପ୍ରତିବର୍ଷ ରିପୋର୍ଟ ପ୍ରକାଶ ପାଉଛି। ସବୁଠାରୁ ବଡ଼ କଥା ହେଲା ଏହି ପାଞ୍ଚ ବର୍ଷରେ ଓଡ଼ିଶାର ସ୍ଥାନ ସବୁଠାରୁ ଖରାପ ପ୍ରଦର୍ଶନ ରହିଛି। ୨୦୧୮ରେ ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ୧ ନମ୍ୱର ହୋଇଥିଲା। ଯାହାକି ଗୋଟିଏ ସଫଳତା। ଆଉ ସବୁଥିରେ ବିଫଳତା ଦେଖିବାକୁ ମିଳିଛି।

ଛୁଆ ଜନ୍ମ ହେବା ପୂର୍ବରୁ ମମତା ଯୋଜନା, ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା, ମହିଳା ସଶକ୍ତିକରଣ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରି ଲୋକଙ୍କ ଭୋଟ୍ ପାଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏହାର କାର୍ଯ୍ୟକାରିତାରେ ତ୍ରୁଟି ରହିଛି ଯାହାକୁ ନେଇ ଏହି ପିଏଆଇ ରିପୋର୍ଟ ପ୍ରକାଶ କରିଛି। କାରଣ ଯୋଜନା ଯଦି ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରିଥାନ୍ତା କିମ୍ୱା ଲୋକ ଶୀଘ୍ର ନ୍ୟାୟ ପାଇପାରିଥାନ୍ତେ ତାହେଲେ ପିଏଫଆଇ ତାଲିକାରେ ଓଡ଼ିଶାର ରାଙ୍କ ମଧ୍ୟ ଅନ୍ୟ ରାଜ୍ୟ ଭଳି ଭଲ ରହିଥାନ୍ତା। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ସ୍ୱଚ୍ଛତା ନାହିଁ ବୋଲି ଜଣାପଡ଼ିଛି। ହେଲେ ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ୨୦୧୮ରେ ୫-ଟି ବ୍ୟବସ୍ଥା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସ୍ୱତନ୍ତ୍ର ସଚିବ ମଧ୍ୟ ନିଯୁକ୍ତ ହୋଇଛନ୍ତି।

ପିଏଫଆଇ ୨୦୧୬ରେ ୧୦ଟି ମାପଦଣ୍ଡକୁ ନେଇ ପ୍ରଥମେ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ଇକୋନୋମିକ ଫ୍ରିଡମ ବା ଆର୍ଥନୀତିକ ସ୍ୱାଧୀନତାରେ ଓଡ଼ିଶାର ରାଙ୍କ୍ ୧୩ ନମ୍ୱର, ଫିସକାଲ ମ୍ୟାନେଜମେଣ୍ଟ ବା ଆର୍ଥିକ ପରିଚାଳନାରେ ୧୨ ନମ୍ୱର, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱରେ ୨୦ ନମ୍ୱର, ପରିବେଶରେ ୧୨ ନମ୍ୱର, ନ୍ୟାୟ ପ୍ରକ୍ରିୟାରେ ୧୯ ନମ୍ୱର, ଅପରାଧ ଏବଂ ଆଇନ୍ ବ୍ୟବସ୍ଥାରେ ୨୩ ନମ୍ୱର, ମହିଳା ଏବଂ ଶିଶୁରେ ୧୨ ନମ୍ୱର, ସାମାଜିକ ସୁରକ୍ଷାରେ ୨୧ ନମ୍ୱର, ମାନବ ସମ୍ୱଳ ସହାୟତାରେ ୨୦ ନମ୍ୱର ଏବଂ ଏସେନସିଆଲ୍ ଇନଫ୍ରାଷ୍ଟକଚର ବା ଅତ୍ୟାବଶ୍ୟକ ଭିତ୍ତିଭୂମିରେ ୨୦ ନମ୍ୱର। ୨୯ଟି ରାଜ୍ୟକୁ ନେଇ ଏହି ସର୍ଭେ କରିଥିଲା ପିଏଫଆଇ।

ସେହିପରି ୨୦୧୭ରେ ଆର୍ଥିକ ସ୍ୱାଧୀନତାରେ ଓଡ଼ିଶାର ରାଙ୍କ୍ ୧୫ ନମ୍ୱର, ଆର୍ଥିକ ପରିଚାଳନାରେ ୧୯ ନମ୍ୱର, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱରେ ୧୮ ନମ୍ୱର, ପରିବେଶରେ ୧୨ ନମ୍ୱର, ନ୍ୟାୟ ପ୍ରକ୍ରିୟାରେ ୨୬ ନମ୍ୱର, ଅପରାଧ ଏବଂ ଆଇନ୍ ବ୍ୟବସ୍ଥାରେ ୩୦ ନମ୍ୱର(ସଭା ଶେଷ), ମହିଳା ଏବଂ ଶିଶୁରେ ୮ ନମ୍ୱର, ସାମାଜିକ ସୁରକ୍ଷାରେ ୧୦ ନମ୍ୱର, ମାନବ ସମ୍ୱଳ ସହାୟତାରେ ୨୪ ନମ୍ୱର, ଅତ୍ୟାବଶ୍ୟକ ଭିତ୍ତିଭୂମିରେ ୨୬ ନମ୍ୱର, ଅସାମନତା (ଇନ୍ ଇକ୍ୟୁଲିଟି)ରେ ୨୩ ନମ୍ୱର ରହିଛି। ଏହି ବର୍ଷ ଅସାମନତା ମାପଦଣ୍ଡଟି ୨୦୧୬ରେ ନଥିଲା। ପ୍ରଥମ ଥର ପାଇଁ ଯୋଡ଼ା ହୋଇଥିଲା। ଏଥିରେ ମୋଟ୍ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ସର୍ଭେ ହୋଇଥିଲା।

ସେହିପରି ୨୦୧୮ରେ ଆର୍ଥିକ ସ୍ୱାଧୀନତାରେ ଓଡ଼ିଶାର ରାଙ୍କ୍ ୧୯ ନମ୍ୱର, ଆର୍ଥିକ ପରିଚାଳନାରେ ୧୯ ନମ୍ୱର, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱରେ ୨୯ ନମ୍ୱର, ପରିବେଶରେ ୫ ନମ୍ୱର, ନ୍ୟାୟ ପ୍ରକ୍ରିୟାରେ ୨୬ ନମ୍ୱର, ଅପରାଧ ଏବଂ ଆଇନ୍ ବ୍ୟବସ୍ଥାରେ ୨୮ ନମ୍ୱର, ମହିଳା ଏବଂ ଶିଶୁରେ ୧୫ ନମ୍ୱର, ସାମାଜିକ ସୁରକ୍ଷାରେ ୧ ନମ୍ୱର (୨୦୧୭ରେ ୧୦ ନମ୍ୱର), ମାନବ ସମ୍ୱଳ ସହାୟତାରେ ୧୯ ନମ୍ୱର, ଅତ୍ୟାବଶ୍ୟକ ଭିତ୍ତିଭୂମିରେ ୨୮ ନମ୍ୱର ଏବଂ ଚିଲ୍‌ଡ୍ରେନ ଅଫ ଇଣ୍ଡିଆରେ ୧୨ ନମ୍ୱର ରହିଛି। ୨୦୧୮ରେ କିନ୍ତୁ ଅସାମନତାକୁ ମାପଦଣ୍ଡରେ ନେଇ ନାହିଁ ପିଏଫଆଇ। ଚିଲଡ୍ରେନ୍ ଅଫ୍ ଇଣ୍ଡିଆ ୨୦୧୮ରେ ପ୍ରଥମ ଥର ପାଇଁ ଯୋଡ଼ିଥିଲା ପିଏଫଆଇ। ଏଥିରେ ମୋଟ୍ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ସର୍ଭେ ହୋଇଥିଲା।

ଏହାପରେ ୨୦୧୯ରେ ପିଏଫଆଇ ମାପଦଣ୍ଡକୁ ସଙ୍କୁଚିତ କରି ତିନୋଟି ବିଭାଗରେ ବିଭକ୍ତ କରିଥିଲେ। ସମତା, ଅଭିବୃଦ୍ଧି ଏବଂ ପରିପୋଷଣୀୟତା ଆଧାରରେ ରାଜ୍ୟ ମାନଙ୍କର ମାପଦଣ୍ଡ ସ୍ଥିର କରିଥିଲା ପିଏଫଆଇ।

ଅଭିବୃଦ୍ଧିରେ ବଡ଼ ରାଜ୍ୟ ମଧ୍ୟରେ ୧୮ଟି ରାଜ୍ୟରୁ ଓଡ଼ିଶାର ସ୍ଥାନ ୧୫ ନମ୍ୱର ରାଜ୍ୟ ତାଲିକାରେ ଥିଲା। -୦.୮୫୨ ମୋଟ୍ ପଏଣ୍ଟ ମିଳିଥିଲା। ସେହିପରି ସମତାରେ ଓଡ଼ିଶାର ସ୍ଥାନ ୧୬ ନମ୍ୱର (-୧.୨୨୭) ରାଙ୍କ୍ ଥିଲା। ପରିପୋଷଣୀୟତାରେ ଓଡ଼ିଶାର ସ୍ଥାନ ୧୪ ନମ୍ୱର ରାଙ୍କ ଥିଲା।

୨୦୨୦ରେ ପବ୍ଲିକ ଆଫାୟରସ କମିଟି (ପିଏସି) ପ୍ରକାଶ କରିଛି ଦେଶର ସବୁଠୁ ସୁଶାସିତ ଏବଂ ଖରାପ ଶାସିତ ରାଜ୍ୟର ତାଲିକା। ସବୁଠୁ ଖରାପ ରାଜ୍ୟ ତାଲିକାରେ ରହିଛି ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର ରହିଛି।

ତଳ ଆଡ଼ୁ ଦ୍ୱିତୀୟରେ ରହିଛି ଓଡ଼ିଶା। ୨୦୧୯ ଭଳି ସମତା, ଅଭିବୃଦ୍ଧି ଏବଂ ପରିପୋଷଣୀୟତାକୁ ନେଇ ଏହି ସର୍ଭେ ହୋଇଛି। ଶୁକ୍ରବାର ପିଏସି ଜାରି କରିଥିବା ରିପୋର୍ଟରେ କେରଳ ଦେଶର ସର୍ବୋତ୍ତମ ଶାସିତ ରାଜ୍ୟ। ମୋଟ୍ ଚାରୋଟି ଦକ୍ଷିଣ ରାଜ୍ୟ ରାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି।

ପ୍ରଥମେ କେରଳ ୧.୩୮୮ ପଏଣ୍ଟ, ଦ୍ୱିତୀୟରେ ତାମିଲନାଡୁ ୦.୯୧୨ ପଏଣ୍ଟ, ତୃତୀୟରେ ଆନ୍ଧ୍ରପ୍ରଦେଶ ୦.୫୩୧ ପଏଣ୍ଟ ଏବଂ ଚତୁର୍ଥରେ କର୍ଣ୍ଣାଟକ ୦.୪୬୮ ପଏଣ୍ଟ। ଉତ୍ତର ପ୍ରଦେଶ -୧.୪୬୧, ଓଡ଼ିଶା -୧.୨୦୧, ବିହାର-୧.୧୫୮ ପଏଣ୍ଟ ରହିଛି।

ଆହୁରି ପଢନ୍ତୁ : ଅବସର ପରେ ପୁନଃନିଯୁକ୍ତି : ଭୋଟର ଭକୁଆ, ଯୁବଗୋଷ୍ଠୀ ହତାଶ୍!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story