ଜେଏନୟୁ ହଷ୍ଟେଲରେ ଅଣଛାତ୍ରଙ୍କୁ ଦେଖିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାନୁଆରୀ ୫ ଜେଏନୟୁ ହିଂସା ଘଟଣାରେ ଅଣଛାତ୍ରଙ୍କ ପ୍ରବେଶ ନେଇ ସୂଚନା ମିଳିବା ପରେ ଜେଏନୟୁ ପ୍ରଶାସନ କଡ଼ା ଗାଇଡ୍ ଲାଇନ୍ ଜାରି କରିଛି। ପାଞ୍ଚ ଜଣିଆ କମିଟି ଗଠନ କରି ବିଶ୍ୱବିଦ୍ୟାଳୟରେ ଚେକିଂ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି। Dean, Jawaharlal Nehru University (JNU): In case, any outsider/an unauthorized student/guest is found staying in the rooms (of any hostel at JNU), necessary action […]

jnu

Subhransu Sekhar
  • Published: Saturday, 11 January 2020
  • , Updated: 11 January 2020, 06:18 PM IST

ନୂଆଦିଲ୍ଲୀ: ଜାନୁଆରୀ ୫ ଜେଏନୟୁ ହିଂସା ଘଟଣାରେ ଅଣଛାତ୍ରଙ୍କ ପ୍ରବେଶ ନେଇ ସୂଚନା ମିଳିବା ପରେ ଜେଏନୟୁ ପ୍ରଶାସନ କଡ଼ା ଗାଇଡ୍ ଲାଇନ୍ ଜାରି କରିଛି। ପାଞ୍ଚ ଜଣିଆ କମିଟି ଗଠନ କରି ବିଶ୍ୱବିଦ୍ୟାଳୟରେ ଚେକିଂ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି।

ଏମିତିକି ଯେଉଁ ହଷ୍ଟେଲ ରୁମରେ ଅଣ ଛାତ୍ର ଥିବା ନେଇ ଯଦି ପ୍ରମାଣ ମିଳିବ ତା’ହେଲେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛି। ଏମିତିକି ଧରା ପଡ଼ିଲେ ସଙ୍ଗେସଙ୍ଗେ ପୁଲିସରେ ଦିଆଯିବ ବୋଲି ଡିନ୍ ଉମେଶ ଏ କଦମ କହିଛନ୍ତି। ଏଥିସହ ହଷ୍ଟେଲରେ ଅଣଛାତ୍ର ଥିବା ନେଇ ସମସ୍ତ ହଷ୍ଟେଲର ବରିଷ୍ଠ ଓ୍ୱାଡେନଙ୍କୁ ସୁନିଶ୍ଚିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ଡିନ୍ ଉମେଶ ଏ କଦମ କହିଛନ୍ତି।

Related story