କହ୍ନେୟାଙ୍କ ମୁଣ୍ଡ ପାଇଁ ୧୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିବା ଆଦର୍ଶଙ୍କ ଆକାଉଣ୍ଟରେ ଅଛି ୧୫୦ ଟଙ୍କା

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ସେନା ନାମକ ଏକ ସଙ୍ଗଠନର ମୁଖିଆ ଆଦର୍ଶ ଶର୍ମା ଜେଏନ୍‌ୟୁ ଛାତ୍ର ସଂଘ ସଭାପତି କହ୍ନେୟା କୁମାରଙ୍କୁ ଗୁଳି କରି ମାରିବା ବ୍ୟକ୍ତିଙ୍କୁ ନଗଦ ୧୧ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ହେଲେ ତାଙ୍କ ଆକାଉଣ୍ଟରେ ମାତ୍ର ୧୫୦ ଟଙ୍କା ଥିବା ଜଣାପଡ଼ିଛି। ବେଗୁସରାୟ ଅଞ୍ଚଳର ଆଦର୍ଶ ଗତ କିଛିଦିନ ହେବ ଦିଲ୍ଲୀର ରୋହିଣୀରେ ଘର ଭଡ଼ା ନେଇ ରହୁଥିଲେ। ସେ କହ୍ନେୟାଙ୍କୁ ହତ୍ୟା କଲେ ଟଙ୍କା ଦେବେ ବୋଲି ଘୋଷଣା […]

jnu

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 10:33 AM IST

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ସେନା ନାମକ ଏକ ସଙ୍ଗଠନର ମୁଖିଆ ଆଦର୍ଶ ଶର୍ମା ଜେଏନ୍‌ୟୁ ଛାତ୍ର ସଂଘ ସଭାପତି କହ୍ନେୟା କୁମାରଙ୍କୁ ଗୁଳି କରି ମାରିବା ବ୍ୟକ୍ତିଙ୍କୁ ନଗଦ ୧୧ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ହେଲେ ତାଙ୍କ ଆକାଉଣ୍ଟରେ ମାତ୍ର ୧୫୦ ଟଙ୍କା ଥିବା ଜଣାପଡ଼ିଛି।

ବେଗୁସରାୟ ଅଞ୍ଚଳର ଆଦର୍ଶ ଗତ କିଛିଦିନ ହେବ ଦିଲ୍ଲୀର ରୋହିଣୀରେ ଘର ଭଡ଼ା ନେଇ ରହୁଥିଲେ। ସେ କହ୍ନେୟାଙ୍କୁ ହତ୍ୟା କଲେ ଟଙ୍କା ଦେବେ ବୋଲି ଘୋଷଣା କରିବା ପରେ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହେବା କଥା ଜଣାପଡ଼ିବା ପରଠାରୁ ସେ ଫେରାର ହୋଇଯାଇଛନ୍ତି। ସେ ତାଙ୍କ ମୋବାଇଲ୍ ଫୋନ୍‌ ବନ୍ଦ କରି ଦେଇଛନ୍ତି। ଏପରି କି ସେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ରଖୁ ନ ଥିବା ପୋଲିସ୍ କହିଛି।

ଯେଉଁ ବ୍ୟକ୍ତି କହ୍ନେୟାକୁ ଗୁଳି କରି ହତ୍ୟା କରିବେ ତାଙ୍କୁ ନଗଦ ୧୧ ଲକ୍ଷ ଟଙ୍କା ଦିଆଯିବ ବୋଲି ପୂର୍ବାଞ୍ଚଳ ସେନା ନାମକ ଏକ ସଙ୍ଗଠନ ପକ୍ଷରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା।  ଏହି ପୋଷ୍ଟରେ ଆଦର୍ଶ କୁମାରଙ୍କ ନାମ ଓ ମୋବାଇଲ୍ ନମ୍ୱର ମଧ୍ୟ ଥିଲା।

Related story