ଆଫଗାନିସ୍ତାନରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼, ୭୩ ଆତଙ୍କୀ ମୃତ

କାବୁଲ: ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଦକ୍ଷିଣରେ ଶନିବାର ଆମେରିକା ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯିବା ଫଳରେ ୭୩ ଜଣ ତାଲିବାନୀ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ହେଲମଣ୍ଡ ପ୍ରଦେଶର ଥିବା ବୋଷ୍ଟ ୫୦୫ ଜୋନ୍‌ର କମାଣ୍ଡର ଇସମାତୁଲ୍ଲାହ ଦାୱାଲତ୍‌ଜାଇ କହିଛନ୍ତି,”ୟୁଏସ୍‌ ସେନାପକ୍ଷରୁ ନାଦ୍‌ ଅଲ୍ଲୀ ଜିଲ୍ଲାରେ ଥିବା ତାଲିବାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଥିଲା। ଏଥିରେ ୬ ଜଣ ପାକିସ୍ତାନୀ ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି।” ଆଫଗାନିସ୍ତାନର ଏହି ଅଞ୍ଚଳରୁ ତାଲିବାନୀ ଆତଙ୍କୀଙ୍କୁ ସମୂଳେ ନାଶ କରିବାକୁ ଆମେରିକା […]

us-airstrike

Rakesh Mallick
  • Published: Saturday, 26 March 2016
  • , Updated: 04 May 2017, 03:44 PM IST

କାବୁଲ: ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଦକ୍ଷିଣରେ ଶନିବାର ଆମେରିକା ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯିବା ଫଳରେ ୭୩ ଜଣ ତାଲିବାନୀ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

ହେଲମଣ୍ଡ ପ୍ରଦେଶର ଥିବା ବୋଷ୍ଟ ୫୦୫ ଜୋନ୍‌ର କମାଣ୍ଡର ଇସମାତୁଲ୍ଲାହ ଦାୱାଲତ୍‌ଜାଇ କହିଛନ୍ତି,”ୟୁଏସ୍‌ ସେନାପକ୍ଷରୁ ନାଦ୍‌ ଅଲ୍ଲୀ ଜିଲ୍ଲାରେ ଥିବା ତାଲିବାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଥିଲା। ଏଥିରେ ୬ ଜଣ ପାକିସ୍ତାନୀ ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି।”

ଆଫଗାନିସ୍ତାନର ଏହି ଅଞ୍ଚଳରୁ ତାଲିବାନୀ ଆତଙ୍କୀଙ୍କୁ ସମୂଳେ ନାଶ କରିବାକୁ ଆମେରିକା ପକ୍ଷରୁ ଏହି କ୍ଷେପଣାତ୍ସମାଡ଼ କରାଯାଇଥିଲା।

Related story