ଆଗାମୀ ନିର୍ବାଚନରେ ବିଜେପି ୫ଟି ରାଜ୍ୟରେ ହାରିବ: ଶରଦ ପାୱାର

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ବିଜେପି ପାଞ୍ଚଟି ରାଜ୍ୟରେ ପରାଜିତ ହେବା ନେଇ ଆଭାସ ମିଳି ସାରିଛି ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ଦଳ (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ଦଳୀୟ ନେତାମାନଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକକୁ ସମ୍ୱୋଧିତ କରିବା ସମୟରେ ଶରଦ ପାୱାର ଏହା କହିଛନ୍ତି। ବିଜେପିକୁ ପରାଜୟର ଆଭାସ ମିଳି ଯାଇଥିବାରୁ ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱ ଓ ଦେଶଦ୍ରୋହର ବିଷ ମଞ୍ଜି ଲୋକଙ୍କ ମନରେ ପୋତିବାକୁ ଚେଷ୍ଟା କରୁଛି। ସେହିପରି ଜେନ୍‌ୟୁ ଘଟଣା ଏକ […]

pawar

Rakesh Mallick
  • Published: Sunday, 28 February 2016
  • , Updated: 28 February 2016, 10:55 AM IST

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ବିଜେପି ପାଞ୍ଚଟି ରାଜ୍ୟରେ ପରାଜିତ ହେବା ନେଇ ଆଭାସ ମିଳି ସାରିଛି ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ଦଳ (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ଦଳୀୟ ନେତାମାନଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକକୁ ସମ୍ୱୋଧିତ କରିବା ସମୟରେ ଶରଦ ପାୱାର ଏହା କହିଛନ୍ତି। ବିଜେପିକୁ ପରାଜୟର ଆଭାସ ମିଳି ଯାଇଥିବାରୁ ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱ ଓ ଦେଶଦ୍ରୋହର ବିଷ ମଞ୍ଜି ଲୋକଙ୍କ ମନରେ ପୋତିବାକୁ ଚେଷ୍ଟା କରୁଛି। ସେହିପରି ଜେନ୍‌ୟୁ ଘଟଣା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

ଶରଦ କହିଛନ୍ତି, “କୌଣସି ବ୍ୟକ୍ତି ଏଭଳି ଭାରତ ବିରୋଧୀ ପୋଷ୍ଟରକୁ ସମର୍ଥନ କରିନାହାନ୍ତି। ପୋଲିସ୍ ଏହି ଘଟଣାର ତଦନ୍ତ କରିବା ଆବଶ୍ୟକ। ଜେଏନ୍‌ୟୁରେ ପ୍ରାୟ ଦୁଇ ପ୍ରତିଶତ ଲୋକ ନକ୍ସଲଙ୍କୁ ସମର୍ଥନ କରିଥାଆନ୍ତି। ଜେଏନ୍‌ୟୁ ଛାତ୍ରସଂଘ ନିର୍ବାଚନରେ ଏବିଭିପିକୁ ପରାସ୍ତ କରିଥିବାରୁ ଆଜି ତାକୁ ରାଷ୍ଟ୍ର ବିରୋଧୀ କୁହାଯାଇ ତାଙ୍କ ନେତାଙ୍କୁ ଜେଲ୍ ପଠାଯାଇଛି।”

 

 

Related story