'ମୋଦି-ଶାହଙ୍କ ସହ ଦୋସ୍ତି ଭାଙ୍ଗିବାକୁ ନୀତୀଶଙ୍କୁ ଆହ୍ୱାନ'

ପାଟନା: ବିଜେପି ସହିତ ସମ୍ପର୍କ ତୁଟାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ପରାମର୍ଶ ଦେଇଛନ୍ତି ଏଆଇଏମଆଇଏମ ନେତା ଆସଦୁଦ୍ଦିନ ଓବେସୀ। ଯଦି ନୀତୀଶ ମୋଦି-ଶାହଙ୍କ ସହ ଦୋସ୍ତି ଭାଙ୍ଗିବେ ତା’ହେଲେ ସମସ୍ତ ବିରୋଧୀ ତାଙ୍କୁ ସମର୍ଥନ କରିବେ ବୋଲି ହାଇଦ୍ରାବାଦ ସାଂସଦ କହିଛନ୍ତି। ଗତକାଲି ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର କହିଥିଲେ ଆଗାମୀ ବିଧାନସଭା ନିର୍ବାଚନରେ ଜେଡିୟୁ ଅଧିକାଂଶ ଆସନରେ ନିର୍ବାଚନ ଲଢ଼ିବା ଦରକାର। ଆଉ ଠିକ୍ ଏହି ସମୟରେ ଓବେସୀଙ୍କ […]

SAHA NITISH

Subhransu Sekhar
  • Published: Monday, 30 December 2019
  • , Updated: 30 December 2019, 04:20 PM IST

ପାଟନା: ବିଜେପି ସହିତ ସମ୍ପର୍କ ତୁଟାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ପରାମର୍ଶ ଦେଇଛନ୍ତି ଏଆଇଏମଆଇଏମ ନେତା ଆସଦୁଦ୍ଦିନ ଓବେସୀ। ଯଦି ନୀତୀଶ ମୋଦି-ଶାହଙ୍କ ସହ ଦୋସ୍ତି ଭାଙ୍ଗିବେ ତା’ହେଲେ ସମସ୍ତ ବିରୋଧୀ ତାଙ୍କୁ ସମର୍ଥନ କରିବେ ବୋଲି ହାଇଦ୍ରାବାଦ ସାଂସଦ କହିଛନ୍ତି। ଗତକାଲି ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର କହିଥିଲେ ଆଗାମୀ ବିଧାନସଭା ନିର୍ବାଚନରେ ଜେଡିୟୁ ଅଧିକାଂଶ ଆସନରେ ନିର୍ବାଚନ ଲଢ଼ିବା ଦରକାର। ଆଉ ଠିକ୍ ଏହି ସମୟରେ ଓବେସୀଙ୍କ ଏପରି ମନ୍ତବ୍ୟ ବିହାର ତଥା ଦେଶର ରାଜନୀତିରେ ହଟଟମଟ ସୃଷ୍ଟି କରିଛି। ହେଲେ ନୀତୀଶ କୁମାର ଏ ବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ବିହାରର କିଶନଗଞ୍ଜରେ ସମ୍ବିଧାନ ବଞ୍ଚାଅ ରାଲିକୁ ସମ୍ୱୋଧନ କରିବାକୁ ଯାଇ ଓବେସି ଏଭଳି କହିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନୀତୀଶ କୁମାର ସମର୍ଥନ କରିଥିବାରୁ ନୀତୀଶ କୁମାରଙ୍କୁ ମଧ୍ୟ ଏହି ଅବସରରେ ଓବେସୀ ସମାଲୋଚନା କରିଛନ୍ତି। ସୁଶାସନ ବାବୁ (ନୀତୀଶ ବାବୁ) ସମ୍ବିଧାନ ଖରାପ କରିବାକୁ ଯାଇ ବିଜେପିକୁ ସମର୍ଥନ କରିଥିବାରୁ ଆପଣଙ୍କୁ ଦେଶ କେବେ କ୍ଷମା ଦେବ ନାହିଁ ବୋଲି ଓବେସୀ କହିଛନ୍ତି।

ଦେଶରେ ସିଏଏ, ଏନପିଆର ଓ ଏନଆରସି ଲାଗୁ କରି ମୋଦି ସରକାର ମୁସଲମାନଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ବୋଲି ଓବେସୀ କହିଛନ୍ତି। ଏନପିଆର ଏବଂ ଏନଆରସି ମଧ୍ୟରେ ଦେଶରେ କୌଣସି ପାର୍ଥକ୍ୟ ନାହିଁ। ମୁସଲମାନ ମାନେ ବିଭାଜନ ବେଳେ ଭାରତରେ ରହି ଦେଶଭକ୍ତିର ପ୍ରମାଣ ଦେଇଛନ୍ତି ବୋଲି ଓବେସୀ କହିଛନ୍ତି।

ଲୋକସଭା ନିର୍ବାଚନ ବେଳେ ବିହାରରେ ବିଜେପି ଓ ଜେଡିୟୁ ସମାନ ସମାନ ଆସନରେ ନିର୍ବାଚନ ଲଢ଼ିଥିଲେ। ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ନୀତି ଅବଲମ୍ୱନ କରାଯିବ ବୋଲି ବିଜେପି ସଭାପତି ଏବଂ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ନେଇଥିଲା। ଏମିତିକି ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ନିର୍ବାଚନ ଲଢ଼ିବ। ହେଲେ ଜେଡିୟୁର ଉପସଭାପତି ତଥା ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଏବେ ଏହି ମେଣ୍ଟ ଫର୍ମୁଲାରୁ ଓହରି ଅଧିକ ଆସନରେ ଜେଡିୟୁ ନିର୍ବାଚନ ଲଢ଼ିବା ଦରକାର ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

Related story