ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଗୁରୁବାର ସାମୟିକ ସମୟ ପାଇଁ ୨୦୦ ଜଣ ପାଇଲଟଙ୍କ ଚୁକ୍ତିକୁ ବାତିଲ୍ କରିଛି। କରୋନା ଭାଇରସର ମୁକାବିଲା କରିବାକୁ ଯାଇ ସାରା ଦେଶ ଏବେ ଲକଡାଉନ୍ ରହିଛି। ବିମାନ ସେବା ବନ୍ଦ ରହିଥିବାରୁ ଆର୍ଥିକ କ୍ଷତିକୁ ଦେଖି ଏୟାର ଇଣ୍ଡିଆ ୨୦୦ ଜଣ ପାଇଲଟଙ୍କ ଚୁକ୍ତିନାମାକୁ ସାମୟିକ ବାତିଲ୍ କରିଛି।
ବିମାନ କତ୍ତୃପକ୍ଷ କହିଛନ୍ତି, ଏବେ ସମସ୍ତ ବିମାନ ଗ୍ରାଉଣ୍ଡରେ ରହିଛନ୍ତି। ଏହାରି ଭିତରେ ବିମାନର ଆୟ ହ୍ରାସ ପାଇଛି, ତେଣୁ ପ୍ରାୟ ୨୦୦ ପାଇଲଟଙ୍କ ଚୁକ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏହି ପାଇଲଟ ମାନେ ଅବସର ପରେ ପୁଣିଥରେ ପୁନଃଅବସ୍ଥାପିତ ହୋଇଥିଲେ।
ଏହାବାଦ ମହାମାରୀ କରୋନା ବେଳେ ଆୟ ହ୍ରାସ ପାଇଥିବାରୁ ବ୍ୟୟ (କର୍ମଚାରୀଙ୍କ ଦରମା) ଉପରେ ଅଧିକ ଧ୍ୟାନ ଦେଉଛି କମ୍ପାନୀ। ତେଣୁ କ୍ୟାବିନ କ୍ରିଉ ବ୍ୟତୀତ ସମସ୍ତ କର୍ମଚାରୀଙ୍କ ଦରମାର ଭତ୍ତା ଆସନ୍ତା ତିନିମାସ ପାଇଁ ୧୦% ହ୍ରାସ କରିଛି ଏୟାର ଇଣ୍ଡିଆ।