ଆଜି ସାଧାରଣ ବଜେଟ୍

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ଜେଟଲୀ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଜେଟଲୀ କହିଛନ୍ତି, “ଜିଡିପି ଦରରେ ଅଭିବୃଦ୍ଧି ୭.୬ ପ୍ରତିଶତ ହୋଇଛି। ମୁଦ୍ରାସ୍ଫୀତି ହ୍ରାସ ଘଟିଛି। ବିଶ୍ୱ ଅର୍ଥନୀତି ସଙ୍କଟଜନକ ସ୍ଥିତିରେ ରହିଛି। ଏହାକୁ ସୁଯୋଗରେ ପରିଣତ କରାଯାଉଛି।” ଏହାସହ ଭାରତୀୟ ଅର୍ଥନୀତି ଭବିଷ୍ୟତ ଉଜ୍ୱଳ ବୋଲି ସେ କହିଛନ୍ତି। ବଜେଟ୍‌ରେ ଜେଟଲୀ କୃଷି ଓ ଜଳସେଚନ ଉପରେ ଗୁରୁତ୍ୱ […]

Arun-Jaitley

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 10:58 AM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ଜେଟଲୀ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଜେଟଲୀ କହିଛନ୍ତି, “ଜିଡିପି ଦରରେ ଅଭିବୃଦ୍ଧି ୭.୬ ପ୍ରତିଶତ ହୋଇଛି। ମୁଦ୍ରାସ୍ଫୀତି ହ୍ରାସ ଘଟିଛି। ବିଶ୍ୱ ଅର୍ଥନୀତି ସଙ୍କଟଜନକ ସ୍ଥିତିରେ ରହିଛି। ଏହାକୁ ସୁଯୋଗରେ ପରିଣତ କରାଯାଉଛି।” ଏହାସହ ଭାରତୀୟ ଅର୍ଥନୀତି ଭବିଷ୍ୟତ ଉଜ୍ୱଳ ବୋଲି ସେ କହିଛନ୍ତି।

ବଜେଟ୍‌ରେ ଜେଟଲୀ କୃଷି ଓ ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଗ୍ରାମୀଣ ଓ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରାଯାଇଛି। ମନରେଗା ପାଇଁ ୩୮,୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ବର୍ତ୍ତମାନ ସୁଦ୍ଧା ମନରେଗା ଲାଗି ହୋଇଥିବା ସବୁଠାରୁ ଅଧିକ ଅନୁଦାନ। ବଜେଟ୍‌ରେ ଗରିବ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି। ନୂଆ କର୍ମଚାରୀଙ୍କ ପାଇଁ ସରକାର ବଡ ଯୋଜନା କରିଥିବା ବେଳେ ବଜେଟ୍‌ରେ ଛୋଟ କରଦାତାଙ୍କୁ ଆଶ୍ୱସ୍ତି ମିଳିଛି।

Related story