ସୋହରାବୁଦ୍ଦିନ୍ ମିଥ୍ୟା ଏନକାଉଣ୍ଟର୍ ମାମଲା: ଅମିତ ଶାହଙ୍କ ବିରୋଧରେ ଦାଖଲ କରିଥିବା ପିଟିସନ୍ ଫେରାଇ ନେଲେ ରୁବାବୁଦ୍ଦିନ

ଅହମଦାବାଦ: ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ୍ ଶେଖ୍ ମିଥ୍ୟା ଏନକାଉଣ୍ଟର୍ ମାମଲାରେ ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ ଶାହଙ୍କୁ ଅଭିଯୋଗ ମୁକ୍ତ କରିଥିଲେ ସିବିଆଇର ସ୍ୱତନ୍ତ୍ର କୋର୍ଟ। ଏହା ବିରୋଧରେ ସୋହରାବୁଦ୍ଦିନଙ୍କ ଭାଇ ରୁବାବୁଦ୍ଦିନ ଏକ ପିଟିସନ୍ ଦାଖଲ କରିଥିଲେ। ତେବେ ସେ ଏହି ପିଟିସନକୁ ପ୍ରତ୍ୟାହାର କରି ନେଇଛନ୍ତି। ଖରାପ ସ୍ୱାସ୍ଥ୍ୟାବସ୍ଥା ଦର୍ଶାଇ ସେ ପିଟିସନ୍ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ସେ ଗତମାସରେ ବମ୍ବେ ହାଇକୋର୍ଟରେ ଏକ ପ୍ରତ୍ୟାହାର ପିଟିସନ୍ ଦାଖଲ କରିଥିଲେ। ୨୦୧୪ […]

amit-shah

Rakesh Mallick
  • Published: Tuesday, 24 November 2015
  • , Updated: 24 November 2015, 02:08 PM IST

ଅହମଦାବାଦ: ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ୍ ଶେଖ୍ ମିଥ୍ୟା ଏନକାଉଣ୍ଟର୍ ମାମଲାରେ ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ ଶାହଙ୍କୁ ଅଭିଯୋଗ ମୁକ୍ତ କରିଥିଲେ ସିବିଆଇର ସ୍ୱତନ୍ତ୍ର କୋର୍ଟ। ଏହା ବିରୋଧରେ ସୋହରାବୁଦ୍ଦିନଙ୍କ ଭାଇ ରୁବାବୁଦ୍ଦିନ ଏକ ପିଟିସନ୍ ଦାଖଲ କରିଥିଲେ। ତେବେ ସେ ଏହି ପିଟିସନକୁ ପ୍ରତ୍ୟାହାର କରି ନେଇଛନ୍ତି। ଖରାପ ସ୍ୱାସ୍ଥ୍ୟାବସ୍ଥା ଦର୍ଶାଇ ସେ ପିଟିସନ୍ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ସେ ଗତମାସରେ ବମ୍ବେ ହାଇକୋର୍ଟରେ ଏକ ପ୍ରତ୍ୟାହାର ପିଟିସନ୍ ଦାଖଲ କରିଥିଲେ।

୨୦୧୪ ଡିସେମ୍ବର ୩୦ରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଅମିତଙ୍କୁ ବଡ଼ ଆଶ୍ୱସ୍ତି ଦେଇଥିଲେ। ସୋହରାବୁଦ୍ଦିନ୍ ଶେଖ୍ ମିଥ୍ୟା ଏନକାଉଣ୍ଟର୍ ମାମଲାରୁ କୋର୍ଟ ତାଙ୍କୁ ଅଭିଯୋଗ ମୁକ୍ତ କରିଥିଲେ।

Related story