ଆପ୍‌ ନେତାଙ୍କ ସେକ୍ସ ସିଡି ଘଟଣାର ତଦନ୍ତ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଗଠନ କଲା ଟିମ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି ସରକାରର ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାରଙ୍କ ସେକ୍ସ ସିଡିର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଏହି ଟିମ୍ ଦୁଇଟି ପର୍ଯ୍ୟାୟରେ ଘଟଣାର ତଦନ୍ତ କରିବ। ଏହି ସିଡି ପ୍ରସ୍ତୁତ କରିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବା ପାଇଁ ଉଦ୍ୟମ କରିବ ତଦନ୍ତକାରୀ ଟିମ୍। ସେହିପରି ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାର ଏହି ସିଡିକୁ ଉକ୍ତ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରିବାକୁ ପ୍ରସ୍ତୁତ କରି […]

sanddep

Rakesh Mallick
  • Published: Friday, 02 September 2016
  • , Updated: 02 September 2016, 01:05 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି ସରକାରର ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାରଙ୍କ ସେକ୍ସ ସିଡିର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଏହି ଟିମ୍ ଦୁଇଟି ପର୍ଯ୍ୟାୟରେ ଘଟଣାର ତଦନ୍ତ କରିବ।

ଏହି ସିଡି ପ୍ରସ୍ତୁତ କରିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବା ପାଇଁ ଉଦ୍ୟମ କରିବ ତଦନ୍ତକାରୀ ଟିମ୍। ସେହିପରି ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାର ଏହି ସିଡିକୁ ଉକ୍ତ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରିବାକୁ ପ୍ରସ୍ତୁତ କରି ଥିଲେ ନା ନାହିଁ ତା’ର ବି ତଦନ୍ତ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ସନ୍ଦୀପଙ୍କୁ ଜେରା ମଧ୍ୟ କରାଯିବ। ସିଡିରେ ଦେଖାଯାଉଥିବା ମହିଳା ଓ ଫଟୋରେ ଦେଖାଯାଉଥିବା ଯୁବତୀଙ୍କୁ ଚିହ୍ନଟ କରାଯିବ। ଉକ୍ତ ଯୁବତୀ ଅବା ମହିଳାଙ୍କ ପରିବାର ତରଫରୁ ସନ୍ଦୀପ କୁମାରଙ୍କ ନାଁରେ ମାମଲା ରୁଜୁ କରାଗଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ସେକ୍ସ ସିଡି ଘଟଣା ପଦାକୁ ଆସିବା ପରେ ସନ୍ଦୀପ କୁମାରଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରି ଦେଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍।

Related story