୧୬ ହଜାର ଫୁଟ୍ ଉପରେ ଆପେଣ୍ଡିକ୍ସ ଅସ୍ତ୍ରୋପଚାର କଲେ ଆର୍ମି ଡାକ୍ତର

ଲେହ: ଆର୍ମି ଡାକ୍ତର ୧୬ ହଜାର ଫୁଟ ଉପରକୁ ଯାଇ ଜଣେ ଯବାନଙ୍କ ଆପେଣ୍ଡିକ୍ସକୁ ଶରିରରୁ ବାହାର କରିଛନ୍ତି। ପୂର୍ବ ଲଦାଖରୁ ଲେହ ପାଗ ଖରାପ ଥିବାରୁ ସେନା ଜଣଙ୍କ ଆସି ପାରୁନଥିଲେ। ହେଲେ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଶେଷରେ ସବୁ ବାଧା ବିଘ୍ନକୁ ଏଡାଇ ତିନି ଜଣିଆ ଆର୍ମି ଡାକ୍ତରୀ ଟିମ୍ ୧୬ ହଜାର ଫୁଟ ଉପରକୁ ବିମାନରେ ଯାଇ ସଫଳ ଅସ୍ତ୍ରୋପଚାର କରିଛନ୍ତି। ସେନାର ସୂଚନା ଅନୁଯାୟୀ ଏହି ତିନି ଜଣିଆ ଡାକ୍ତରୀ ଟିମକୁ […]

ARMY

Subhransu Sekhar
  • Published: Sunday, 01 November 2020
  • , Updated: 01 November 2020, 09:50 PM IST

ଲେହ: ଆର୍ମି ଡାକ୍ତର ୧୬ ହଜାର ଫୁଟ ଉପରକୁ ଯାଇ ଜଣେ ଯବାନଙ୍କ ଆପେଣ୍ଡିକ୍ସକୁ ଶରିରରୁ ବାହାର କରିଛନ୍ତି। ପୂର୍ବ ଲଦାଖରୁ ଲେହ ପାଗ ଖରାପ ଥିବାରୁ ସେନା ଜଣଙ୍କ ଆସି ପାରୁନଥିଲେ। ହେଲେ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଶେଷରେ ସବୁ ବାଧା ବିଘ୍ନକୁ ଏଡାଇ ତିନି ଜଣିଆ ଆର୍ମି ଡାକ୍ତରୀ ଟିମ୍ ୧୬ ହଜାର ଫୁଟ ଉପରକୁ ବିମାନରେ ଯାଇ ସଫଳ ଅସ୍ତ୍ରୋପଚାର କରିଛନ୍ତି।

ସେନାର ସୂଚନା ଅନୁଯାୟୀ ଏହି ତିନି ଜଣିଆ ଡାକ୍ତରୀ ଟିମକୁ ଜରୁରିକାଳୀନ ଭାବରେ ଯିବାକୁ କୁହାଯାଇଥିଲା। ୧୬ ହଜାର ଫୁଟ ଉପରେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରେ ଥିଲା। ତେବେ ଯାହା ହେଉ ଅସ୍ତ୍ରୋପୋଚାର ସଫଳ ହୋଇଛି। ଏବେ ରୋଗୀର ଅବସ୍ଥା ସ୍ଥିର ଏବଂ ସୁସ୍ଥ ରହିଥିବା ଜଣାପଡ଼ିଛି।

ସେନାଙ୍କ ଚିକିତ୍ସା ପାଇଁ ଆର୍ମି ଏହି ସ୍ଥାନରେ ଏକ ସ୍ୱତନ୍ତ୍ର ହସ୍ପିଟାଲ ରଖିଛି। ହେଲେ ଜରୁରୀକାଳୀନ ସ୍ଥିତିରେ ମଧ୍ୟ ସେବା ଯୋଗାଇବା ପାଇଁ ଡାକ୍ତର ପ୍ରସ୍ତୁତ ରହିଛନ୍ତି ବୋଲି ଜଣାପଡ଼ିଛି।

Related story