ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ଙ୍କ ବୟସ ସୀମା ୬୫ ବର୍ଷ ଧାର୍ଯ୍ୟ

ନୂଆଦିଲ୍ଲୀ: ଭାରତ ସରକାର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ପଦବୀ ସୃଷ୍ଟି କରିବା ପରେ ଏବେ ତାଙ୍କ ବୟସ ମଧ୍ୟ ଧାର୍ଯ୍ୟ କରିଛନ୍ତି। ସରକାର କରିଥିବା ସଂଶୋଧନ ଅନୁଯାୟୀ ବର୍ତ୍ତମାନ ୬୫ ବର୍ଷ ବୟସ ଏହି ପଦବୀ ପାଇଁ ଅବସର ସୀମା। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିଜ୍ଞପ୍ତି ଅନୁଯାୟୀ, ୧୯୫୪ ମସିହାର ସେନା ନିୟମରେ ସଂଶୋଧନ କରି ପରିବର୍ତ୍ତନ ଅଣାଯାଇଛି। ଏକ ଐତିହାସିକ ନିଷ୍ପତ୍ତି କ୍ରମେ ମଙ୍ଗଳବାର ଏହି ପଦବୀ ସୃଷ୍ଟିକୁ ମଞ୍ଜୁରୀ ମିଳିଥିଲା। ସେ ପ୍ରତିରକ୍ଷା […]

CDS

Subrat Kumar Nayak
  • Published: Sunday, 29 December 2019
  • , Updated: 29 December 2019, 10:10 PM IST

ନୂଆଦିଲ୍ଲୀ: ଭାରତ ସରକାର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ପଦବୀ ସୃଷ୍ଟି କରିବା ପରେ ଏବେ ତାଙ୍କ ବୟସ ମଧ୍ୟ ଧାର୍ଯ୍ୟ କରିଛନ୍ତି। ସରକାର କରିଥିବା ସଂଶୋଧନ ଅନୁଯାୟୀ ବର୍ତ୍ତମାନ ୬୫ ବର୍ଷ ବୟସ ଏହି ପଦବୀ ପାଇଁ ଅବସର ସୀମା। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିଜ୍ଞପ୍ତି ଅନୁଯାୟୀ, ୧୯୫୪ ମସିହାର ସେନା ନିୟମରେ ସଂଶୋଧନ କରି ପରିବର୍ତ୍ତନ ଅଣାଯାଇଛି।

ଏକ ଐତିହାସିକ ନିଷ୍ପତ୍ତି କ୍ରମେ ମଙ୍ଗଳବାର ଏହି ପଦବୀ ସୃଷ୍ଟିକୁ ମଞ୍ଜୁରୀ ମିଳିଥିଲା। ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ୩ଟି ସେବା ପାଇଁ ସେ ସମନ୍ୱିତ ଭାବେ ପ୍ରତିନିଧିତ୍ୱ କରିବେ।

ପୂର୍ବରୁ ରହିଥିବା ନିୟମ ଅନୁଯାୟୀ, ୬୨ ବର୍ଷ ବୟସ ହେବାଯାଏ ବା ୩ ବର୍ଷର ଅବଧି ପୂରଣ ହେବା ଯାଏ କାର୍ଯ୍ୟ କରିବେ। ଏଥିରୁ ଯାହା ମଧ୍ୟ ଆଗ ଆସିବ, ସେହି ସମୟରେ ଅବସର ନେବାକୁ ହେବ। ସିଡିଏସ୍‌ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ଆଣବିକ କମାଣ୍ଡର ଅଥରିଟି ଟିମ୍‌ର ମଧ୍ୟ ସଦସ୍ୟ ହେବେ। ସେ ୩ ସେବାର ଉପକରଣ ଏବଂ ସମ୍ବଳକୁ କିଭଳି ଏକାଠି କାମରେ ଲଗାଇହେବ ସେ ଦାୟିତ୍ୱ ମଧ୍ୟ ବୁଝିବେ। କୁହାଯାଉଛି ବର୍ଷ ସରିବା ଆଗରୁ ଏହି ପଦବୀ ପାଇଁ ପ୍ରଥମ ବ୍ୟକ୍ତିଙ୍କ ନାମ ଘୋଷଣା କରାଯିବ।

Related story