ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ହେଙ୍ଗୁ ଚାଷ

ନୂଆଦିଲ୍ଲୀ: ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ହେଙ୍ଗୁ (Asafoetida)ର ବ୍ୟବହାର ପ୍ରାୟତଃ ହୁଏ। ହେଲେ ଏହି ହେଙ୍ଗୁ ମସଲା ଆମ ଦେଶର ନୁହେଁ। ଇରାନ, ଆଫଗାନିସ୍ତାନ ଆଦି ଦେଶରୁ ଏହି ହେଙ୍ଗୁ ଆମ ଦେଶକୁ ଆମଦାନୀ ହୋଇ ଆସୁଛି। ସାରା ବିଶ୍ୱରେ ବ୍ୟବହାର ହେଉଥିବା ମୋଟ୍ ହେଙ୍ଗୁର ୫୦ ପ୍ରତିଶତ ଭାରତରେ ବ୍ୟବହାର ହୁଏ। ତେବେ ଏହାରି ଭିତରେ ଦେଶରେ ହେଙ୍ଗୁ ଚାଷ ଆରମ୍ଭ ହୋଇଛି। ହିମାଚଳ ପ୍ରଦେଶର ଲାହୋଲ ଘାଟିର ଚାଷୀ ହେଙ୍ଗୁ ଚାଷ ଆରମ୍ଭ କରିଛନ୍ତି। […]

heeng-cultivation

heeng-cultivation

Subhransu Sekhar
  • Published: Thursday, 22 October 2020
  • Updated: 22 October 2020, 12:14 PM IST

Sports

Latest News

ନୂଆଦିଲ୍ଲୀ: ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ହେଙ୍ଗୁ (Asafoetida)ର ବ୍ୟବହାର ପ୍ରାୟତଃ ହୁଏ। ହେଲେ ଏହି ହେଙ୍ଗୁ ମସଲା ଆମ ଦେଶର ନୁହେଁ। ଇରାନ, ଆଫଗାନିସ୍ତାନ ଆଦି ଦେଶରୁ ଏହି ହେଙ୍ଗୁ ଆମ ଦେଶକୁ ଆମଦାନୀ ହୋଇ ଆସୁଛି। ସାରା ବିଶ୍ୱରେ ବ୍ୟବହାର ହେଉଥିବା ମୋଟ୍ ହେଙ୍ଗୁର ୫୦ ପ୍ରତିଶତ ଭାରତରେ ବ୍ୟବହାର ହୁଏ। ତେବେ ଏହାରି ଭିତରେ ଦେଶରେ ହେଙ୍ଗୁ ଚାଷ ଆରମ୍ଭ ହୋଇଛି।

ହିମାଚଳ ପ୍ରଦେଶର ଲାହୋଲ ଘାଟିର ଚାଷୀ ହେଙ୍ଗୁ ଚାଷ ଆରମ୍ଭ କରିଛନ୍ତି। ସମଦ୍ର ପାଖରୁ ୧୧ ହଜାର ଫୁଟ ଉପରେ ଲାହୋଲର କ୍ୱାରିଙ୍ଗ ଗାଁରେ ଏହି ହେଙ୍ଗୁ ଚାଷ ଆରମ୍ଭ ହୋଇଛି। ଅକ୍ଟୋବର ୧୫ ତାରିଖରେ ପ୍ରଥମ ଥର ପାଇଁ ଦେଶରେ ପ୍ରଥମ ହେଙ୍ଗୁ ଚାରା ରୋପଣ କରାଯାଇଛି।

ଆଫଗାନିସ୍ତାନରୁ ଆସିଥିବା କଞ୍ଚା ହେଙ୍ଗୁର ବୀଜକୁ ପାଲମପୁର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟନ ବାୟୋରିସୋର୍ସ ଟେକ୍ନୋଲଜିର ଲ୍ୟାବରୁ ବୈଜ୍ଞାନିକ ମାନେ ଚାରା ପ୍ରସ୍ତୁତ କରି ରୋପଣ କରିଛନ୍ତି।

ଭାରତ ଆଫଗାନିସ୍ତାନ, ଇରାନ ଏବଂ ଉଜବେକିସ୍ତାନରୁ ପ୍ରତିବର୍ଷ ୧୨୦୦ ଟନ୍ କଞ୍ଚା ହେଙ୍ଗୁ ଆମଦାନୀ କରିଥାଏ। ଏଥିପାଇଁ ଆମେରିକା ମୁଦ୍ରାରେ ଭାରତ ୧୦୦ ମିଲିଅନ୍ ଡଲାର ଦେଇଥାଏ। ୨୦୧୯ରେ ଭାରତ ୧୫୦୦ ଟନ୍ କଞ୍ଚା ହେଙ୍ଗୁ ୯୪୨ କୋଟିରେ ଆଣିଥିଲା। ଭାରତ ଏବେ ଏହି ମସଲା ଚାଷ କରିବା ଦ୍ୱାରା ଆଗାମୀ ଦିନରେ ୯୦୦ କୋଟି ଟଙ୍କା ସଞ୍ଚୟ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos