ଆସନ୍ତା ୧୭ରେ ନେପାଳରେ ହୋଇପାରେ ସୁଷମା ଓ ଅଜିଜ୍‌ଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ: ନେପାଳରେ ହେବାକୁ ଥିବା ସାର୍କ ଦେଶଙ୍କ ବୈଠକ ଅବସରରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ସରତାଜ୍‌ ଅଜିଜ୍‌ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇପାରେ। ମାର୍ଚ୍ଚ ୧୭ରେ ଏହି ବୈଠକ ହେବାର ସମ୍ଭାବନା ରହିଛି। ଏ ନେଇ ପାକିସ୍ତାନ ପଟୁ ସୂଚନା ଦିଆଯାଇଛି। ତେବେ ଭାରତୀୟ ଅଧିକାରୀଙ୍କ ପକ୍ଷରୁ ଏ ନେଇ ନିଜ ପକ୍ଷ ସ୍ପଷ୍ଟ କରାଯାଇନାହିଁ। ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଇସଲାମାବାଦ୍‌ ନେପାଳରେ ଯେ କୌଣସି ସମୟରେ […]

sushma-sartaj

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 11:05 AM IST

ନୂଆଦିଲ୍ଲୀ: ନେପାଳରେ ହେବାକୁ ଥିବା ସାର୍କ ଦେଶଙ୍କ ବୈଠକ ଅବସରରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ସରତାଜ୍‌ ଅଜିଜ୍‌ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇପାରେ। ମାର୍ଚ୍ଚ ୧୭ରେ ଏହି ବୈଠକ ହେବାର ସମ୍ଭାବନା ରହିଛି। ଏ ନେଇ ପାକିସ୍ତାନ ପଟୁ ସୂଚନା ଦିଆଯାଇଛି। ତେବେ ଭାରତୀୟ ଅଧିକାରୀଙ୍କ ପକ୍ଷରୁ ଏ ନେଇ ନିଜ ପକ୍ଷ ସ୍ପଷ୍ଟ କରାଯାଇନାହିଁ।

ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଇସଲାମାବାଦ୍‌ ନେପାଳରେ ଯେ କୌଣସି ସମୟରେ ଅଜିଜ୍‌ ଓ ସୁଷମାଙ୍କ ମଧ୍ୟରେ ଆଲୋଚନା ଲାଗି ପ୍ରସ୍ତୁତ ଅଛି। ବୈଠକ ଲାଗି ଏବେ କିଛି ପ୍ରସ୍ତାବ ନାହିଁ। ଯଦି ଭାରତ ପକ୍ଷରୁ ଏ ନେଇ ଯୋଗାଯୋଗ କରାଯାଏ, ତେବେ ଆମ ତରଫରୁ ସକରାତ୍ମକ ପଦକ୍ଷେପ ନିଆଯିବ।”

Related story