ଆଶାରାମ ବାପୁ ଧର୍ଷଣ ମାମଲା: ଜଣେ ସାକ୍ଷୀଙ୍କୁ ଗୁଳିମାଡ଼

ବରେଲି: ସ୍ୱଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ବିରୋଧରେ ଆସିଥିବା ଏକ ବଳାତ୍କାର ମାମଲାର ଜଣେ ସାକ୍ଷୀ ଉପରେ ହୋଇଛି ଗୁଳିମାଡ଼। ତାଙ୍କ ନାଁ କ୍ରିପାଲ ସିଂହ। ତାଙ୍କୁ ଗୁରୁତର ଅବସ୍ଥାରେ ବରେଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ପୁୱାୟାନ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ଗୁଳି କରିଥିଲେ। ଦୁର୍ବୃତ୍ତମାନେ ବାଇକରେ ଆସିଥିଲେ। ବରେଲିର ଅତିରିକ୍ତ ସିଟି ମାଜିଷ୍ଟ୍ରେଟଙ୍କ ଠାରେ କ୍ରିପାଲ ଦେଇଥିବା ବୟାନରେ କହିଛନ୍ତି ଯେ ଆଶାରାମ ବାପୁଙ୍କ ମାମଲାକୁ ନେଇ ଗତ କିଛି ଦିନ ହେଲା ତାଙ୍କୁ ଧମକ ଦିଆଯାଇ ଆସୁଥିଲା।

ପୋଲିସ୍ ଘଟଣାର ତଦନ୍ତ କରୁଛି।

କ୍ରିପାଲ ଏକ ଟ୍ରାନ୍ସପୋର୍ଟ କଂପାନୀରେ ଚାକିରି କରନ୍ତି। ଉକ୍ତ କଂପାନୀର ମାଲିକଙ୍କ ଝିଅଙ୍କୁ ଆଶାରାମ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ଆଶାରାମ ବାପୁଙ୍କର ଜଣେ ରୋଷେୟାଙ୍କୁ ମୁଜାଫରନଗରରେ ଗୁଳି କରି ହତ୍ୟା କରାଯାଇଥିଲା।

ଆହୁରି ପଢ଼ନ୍ତୁ

ONGC ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ହ୍ୱାଇଟ୍ ହାଉସ୍ ବାହାରେ ଫୁଟିଲା ଗୁଳି

ଭୟଙ୍କର ବିସ୍ଫୋରଣ, ମାଟିରେ ମିଶିଗଲା ଶତାଧିକ ଘର

ଲୋକଙ୍କ ସୁରକ୍ଷା ପାଇଁ ଢୁଢୁ ବର୍ଷାରେ ଗାତ ପାଖରେ ୭ ଘଣ୍ଟା ଛିଡ଼ା ହେଲେ ମହିଳା

କ’ଣ ପାଇଁ ସ୍ୱର ବଦଳାଇଲେ ସଚିନ ପାଇଲଟ?

୮ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ କରୋନାରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ

କଂଗ୍ରେସ ସହ ପୁଣି ଯୋଡ଼ିହେବେ ସଚିନ, ରଖିଲେ ମୁଖ୍ୟମନ୍ତ୍ରୀ ସର୍ତ୍ତ

୪୮ରେ ପହଞ୍ଚିଲା ଭୂସ୍ଖଳନ ମୃତ୍ୟୁସଂଖ୍ୟା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦୁଇ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସଞ୍ଜୟ ଦତ୍ତ

ମିଡିଆ ଟ୍ରାଏଲ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

ଆଉ ଦୁଇ ଦିନ ପରେ ଆସିବ ପ୍ରଥମ କରୋନା ଟିକା! ଗବେଷକମାନେ ବି ବ୍ୟବହାର କଲେ

ରାଜସ୍ଥାନ ସଙ୍କଟରେ ପଡ଼ିବ ପୂର୍ଣ୍ଣଚ୍ଛେଦ? ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ସଚିନ ପାଇଲଟ