ଆସାମ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୫୮୬ ପ୍ରାର୍ଥୀ

ଗୌହାଟୀ: ଏପ୍ରିଲ୍ ୪ ରେ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୫୮୬ ଜଣ ପ୍ରାର୍ଥୀ ହୋଇଛନ୍ତି। ପ୍ରାର୍ଥିପତ୍ର ଯାଞ୍ଚ ପରେ ଆସାମର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଗୌରଭ ବୋଥ୍ରା ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୫୯୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ନାମାଙ୍କନପତ୍ରକୁ ଯାଞ୍ଚ ବେଳେ ଖାରଜ କରି ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୫ଟି ବିଧାନସଭା ଆସନ […]

assam-elections

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 12:48 PM IST

ଗୌହାଟୀ: ଏପ୍ରିଲ୍ ୪ ରେ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୫୮୬ ଜଣ ପ୍ରାର୍ଥୀ ହୋଇଛନ୍ତି। ପ୍ରାର୍ଥିପତ୍ର ଯାଞ୍ଚ ପରେ ଆସାମର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଗୌରଭ ବୋଥ୍ରା ଏହି ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୫୯୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ନାମାଙ୍କନପତ୍ରକୁ ଯାଞ୍ଚ ବେଳେ ଖାରଜ କରି ଦିଆଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ୬୫ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାର ବାକି ୬୧ଟି ଆସନ ପାଇଁ ଏପ୍ରିଲ୍ ୧୧ରେ ମତଦାନ ଗ୍ରହଣ କରାଯିବ। ଏଥିପାଇଁ ଏବେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩୫ ଜଣ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି।

Related story