ନୂଆଦିଲ୍ଲୀ: ଆଠ ଦିନିଆ ବିଦେଶ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିଳମ୍ୱିତ ରାତିରେ ନୂଆଦିଲ୍ଲୀ ଫେରି ଆସିଛନ୍ତି। ଏହି ଗସ୍ତ ସମୟରେ ସେ ୬ଟି ଦେଶକୁ ଯାଇଥିଲେ। ସେଥି ମଧ୍ୟରୁ ୫ଟି ଦେଶ ଥିଲା କେନ୍ଦ୍ରୀୟ ଏସିଆର। ନୂଆଦିଲ୍ଲୀର ପାଲାମ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦି ଟ୍ୱିଟ୍ କରି ଜଣାଇଥିଲେ ଯେ ତାଙ୍କର ଏହି ବିଦେଶ ଗସ୍ତ ବେଶ୍ ସଫଳ ହୋଇଛି। କେନ୍ଦ୍ରୀୟ ଏସିଆ ଦେଶଗୁଡ଼ିକ ସହିତ ଭାରତର ସଂପର୍କ ମଜଭୁତ ହୋଇଛି।
ଏହି ଗସ୍ତ ସମୟରେ ମୋଦି ଉଜବେକିସ୍ତାନ, କାଜାକାସ୍ତାନ, ରୁଷିଆ, ତୁର୍କମେନିସ୍ତାନ, କିରଗିସ୍ତାନ ଓ ତାଜିକସ୍ତାନ ଯାଇଥିଲେ। ଏହି ଅବସରରେ ସେ ରୁଷରେ ଦୁଇଟି ସମ୍ମିଳନୀ- ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଏବଂ ବ୍ରିକ୍ସରେ ଯୋଗ ଦେଇଥିଲେ। ଭାରତ ଓ ପାକିସ୍ତାନକୁ ସାଂଘାଇ ସହଯୋଗ ସଂଗଠନର ପୂର୍ଣ୍ଣକାଳୀନ ସଦସ୍ୟ କରିବାକୁ ଏଥର ନିଷ୍ପତି ହୋଇଛି। ସେହିପରି ଏହି ଗସ୍ତକାଳରେ ରୁଷର ଉଫାଠାରେ ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
National
ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି
୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ଖଣି ଭିତରେ ଫସି ଯାଇଥିଲେ ୯ ଜଣ ଶ୍ରମିକ।