ଆତଙ୍କବାଦୀ ପ୍ରବେଶ ସୂଚନା ପରେ ଗୁଜରାଟରେ ହାଇଆଲର୍ଟ

ଅହମ୍ମଦାବାଦ: ଗୁଜରାଟରେ ଆତଙ୍କବାଦୀ ପ୍ରବେଶ କରିଥିବା ଜଣାପଡ଼ିବା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ଶିବରାତ୍ରୀକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ସୋମନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏହାସହ ରାଜ୍ୟରେ ଥିବା ଅନ୍ୟ ଶୈବପୀଠ, ଦ୍ୱାରିକା ମନ୍ଦିର, ଅକ୍ଷରଧାମ ମନ୍ଦିର, ରେଲୱେ ଷ୍ଟେସନ ଓ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏନଏସ୍‌ଜିର ଦୁଇଟି ଟିମ୍‌କୁ ଗୁଜରାଟ ପଠାଯାଇଛି। ଶନିବାର ଭୁଜ ଅଞ୍ଚଳରୁ ସୁରକ୍ଷାକର୍ମୀମାନେ ଏକ ସନ୍ଦିଗ୍ଧ ବୋଟ୍‌ ଜବତ କରିବା ପରେ ଆଇବି […]

SomnathTemple

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 12:26 PM IST

ଅହମ୍ମଦାବାଦ: ଗୁଜରାଟରେ ଆତଙ୍କବାଦୀ ପ୍ରବେଶ କରିଥିବା ଜଣାପଡ଼ିବା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ଶିବରାତ୍ରୀକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ସୋମନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏହାସହ ରାଜ୍ୟରେ ଥିବା ଅନ୍ୟ ଶୈବପୀଠ, ଦ୍ୱାରିକା ମନ୍ଦିର, ଅକ୍ଷରଧାମ ମନ୍ଦିର, ରେଲୱେ ଷ୍ଟେସନ ଓ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏନଏସ୍‌ଜିର ଦୁଇଟି ଟିମ୍‌କୁ ଗୁଜରାଟ ପଠାଯାଇଛି।

ଶନିବାର ଭୁଜ ଅଞ୍ଚଳରୁ ସୁରକ୍ଷାକର୍ମୀମାନେ ଏକ ସନ୍ଦିଗ୍ଧ ବୋଟ୍‌ ଜବତ କରିବା ପରେ ଆଇବି ରାଜ୍ୟରେ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି। ଏହି ସୂଚନା ମିଳିବା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ଶନିବାର ୮ରୁ ୧୦ ଆତଙ୍କବାଦୀ ପ୍ରବେଶ କରିବା ସହ ସୋମନାଥ ମନ୍ଦିର ଓ ଦ୍ୱାରିକା ଭଳି ସ୍ଥାନକୁ ଟାର୍ଗେଟ୍ କରିଥିବା ଆଇବି ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ଏକ ପାକିସ୍ତାନୀ ମାଛଧରା ବୋଟକୁ ଜବତ କରାଯାଇଥିଲା। ଏହା ପରେ ବିଭିନ୍ନ ସ୍ଥାନରେ ତଲାସୀ ବେଳେ ଭୁଜରେ ଥିବା ସେନା କ୍ୟାମ୍ପ ବାହାରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଉକ୍ତ ବ୍ୟକ୍ତିଙ୍କ ମୋବାଇଲରୁ କିଛି ନିଷେଦ୍ଧାଞ୍ଚଳର ଫଟୋ ଜବତ କରାଯାଇଛି।

ସନ୍ଦିଗ୍ଧ ବୋଟ୍ ମିଳିବା ନେଇ ଆଖପାଖ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ସୁରକ୍ଷାକର୍ମୀଙ୍କୁ ସୂଚନା ଦେବାକୁ କୁହାଯାଇଛି।

Related story