ସ୍ୱିଡେନ୍: ଜାନୁଆରୀରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ଭାରତ ଆସୁଛନ୍ତି। ଏହି ଗସ୍ତ ଅବସରରେ ତାଙ୍କ ସରକାର ଭାରତକୁ ୩ଟି ଭାରତୀୟ କଳାକୃତି ଫେରାଇବାର ଅଛି।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷାରୁ କୁହାଯାଇଛି, ଫେରାଯିବାକୁ ଥିବା ୩ଟି କଳାକୃତି ମଧ୍ୟରେ ଏକ ଦ୍ୱାରପାଳ ଯୋଡ଼ା ରହିଛି। ସେହିଭଳି ଏକ ସର୍ପରାଜ ମୂତ୍ତି ରହିଛି। ଦ୍ୱାରପାଳ ଯୋଡ଼ା ତାମିଲନାଡ଼ୁର ବୋଲି କୁହାଯାଉଥିବାବେଳେ ଏହା ପଞ୍ଚଦଶ ଶତାବ୍ଦୀର। ଅନ୍ୟପକ୍ଷରେ ସର୍ପରାଜ ମୂର୍ତ୍ତି ରାଜସ୍ଥାନ ବା ମଧ୍ୟ ପ୍ରଦେଶରୁ ଏବଂ ସେସବୁ ଷଷ୍ଠ ବା ଅଷ୍ଟମ ଶତାବ୍ଦୀର ବୋଲି କୁହାଯାଉଛି।
ସ୍କଟ୍ କହିଛନ୍ତି, ଏହି କଳାକୃତି ଫେରିଯିବା ଭଲ କଥା। ଏହା ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ସୁସମ୍ପର୍କର ଆଉ ଏକ ନିଦର୍ଶନ। ଭାରତ ପରି ଆମେ ମଧ୍ୟ ପୁରାତନ ସଂସ୍କୃତି ଏବଂ କଳାକୀର୍ତ୍ତିକୁ ବୁଝିଥାଉ। ନ୍ୟାସନାଲ ଗ୍ୟାଲେରୀ ଅଫ୍ ଅଷ୍ଟ୍ରେଲି୍ରଆର ଗଭୀର ଗବେଷଣା ପରେ ଏସବୁକୁ ଫେରାଇବାକୁ ନିଷ୍ପତ୍ତି ନିଆଯାଇଛି।
ସେ କହିଛନ୍ତି, “ନ୍ୟୁୟର୍କର ପୂର୍ବତନ ଆର୍ଟ ଡିଲର ସୁଭାଷ କପୁରଙ୍କ ନାମରେ ବର୍ତ୍ତମାନ ଭାରତ ଏବଂ ଆମେରିକାରେ ଅପରାଧିକ ମାମଲା ଚାଲିଛି, ଯାହାଠାରୁ ଏହି ମୂର୍ତ୍ତିସବୁ କିଣାଯାଇଥିଲା। ଅଷ୍ଟ୍ରେଲିଆ ସରକାରଙ୍କର ଏହି ମାମଲାରେ କିଛି ସମ୍ପର୍କ ନାହିଁ।”