ଅଯୋଧ୍ୟା ରାୟ ବିରୋଧରେ ଆବେଦନ କରିବନି ସୁନ୍ନି ବୋର୍ଡ

ଲକ୍ଷ୍ନୌ: ମଙ୍ଗଳବାର ସୁନ୍ନି ୱାକଫ୍‌ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ରାୟ ବିରୋଧରେ ଆବେଦନ କରାଯିବ ନାହିଁ। ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକି ଏଭଳି ସୂଚନା ଦେଇଛନ୍ତି। ବୋର୍ଡରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୮ ଜଣ ସଦସ୍ୟଙ୍କ ମଧ୍ୟରୁ ୭ ଜଣ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣ ସଦସ୍ୟ ରିଭ୍ୟୁ ପିଟିସନ୍‌ ଦାଖଲ କରାନଯିବା ପକ୍ଷରେ ମତ ଦେଇଥିଲେ। ଏହି ଅବସରରେ ଫାରୁକି କହିଥିଲେ, “ମସଜିଦ୍‌ ନିର୍ମାଣ ପାଇଁ ଭିନ୍ନ ଏକ […]

sunni

Subrat Kumar Nayak
  • Published: Tuesday, 26 November 2019
  • , Updated: 26 November 2019, 03:49 PM IST

ଲକ୍ଷ୍ନୌ: ମଙ୍ଗଳବାର ସୁନ୍ନି ୱାକଫ୍‌ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ରାୟ ବିରୋଧରେ ଆବେଦନ କରାଯିବ ନାହିଁ। ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକି ଏଭଳି ସୂଚନା ଦେଇଛନ୍ତି।

ବୋର୍ଡରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୮ ଜଣ ସଦସ୍ୟଙ୍କ ମଧ୍ୟରୁ ୭ ଜଣ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣ ସଦସ୍ୟ ରିଭ୍ୟୁ ପିଟିସନ୍‌ ଦାଖଲ କରାନଯିବା ପକ୍ଷରେ ମତ ଦେଇଥିଲେ। ଏହି ଅବସରରେ ଫାରୁକି କହିଥିଲେ, “ମସଜିଦ୍‌ ନିର୍ମାଣ ପାଇଁ ଭିନ୍ନ ଏକ ସ୍ଥାନରେ ୫ ଏକର ଜମି ଗ୍ରହଣ କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ହୋଇନି। ସଦସ୍ୟମାନେ ଏହି ନିଷ୍ପତ୍ତି ନେବାପାଇଁ ଆଉ କିଛି ସମୟ ମାଗିଛନ୍ତି। ଏହା ଶରିଆତ୍‌ ଆଇନ ଅନୁଯାୟୀ ଠିକ୍‌ କି ନା ତାହା ମଧ୍ୟ ବିଚାର କରାଯିବ।”

ସୁପ୍ରିମ୍‌କୋର୍ଟ ଗତ ନଭେମ୍ବର ୯ରେ ରାୟ ଦେଇ ବିବାଦୀୟ ୨.୭୭ ଏକର ଜମିରେ ରାମ ମନ୍ଦିର ନିର୍ମାଣ ହେବ କହିଥିଲେ। ଏତଦ୍‌ବ୍ୟତୀତ ଏକ ପ୍ରମୁଖ ସ୍ଥାନରେ ମସଜିଦ୍‌ ନିର୍ମାଣ ପାଇଁ ମଧ୍ୟ ୫ ଏକର ଜମି ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏହାପରେ ମୁସଲିମ୍‌ ପକ୍ଷ ରିଭ୍ୟୁ ଆବେଦନ କରିବା ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ଅନ୍ୟ ଏକ ସ୍ଥାନରେ ୫ ଏକର ଜମିକୁ କିଛି ଲୋକ ବିରୋଧ ମଧ୍ୟ କରିଥିଲେ।

Related story