ବାବ୍ରି ମସଜିଦ ମାମଲାର ରାୟ ଦିନ ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହେବେ

ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ୩୨ ଅଭିଯୁକ୍ତଙ୍କ ବିବୃତ୍ତିର ରେକର୍ଡିଂ ଶେଷ ହୋଇଛି ଡିସେମ୍ବର ୬, ୧୯୯୨ ରେ ୧୬ ତମ ଶତାବ୍ଦୀର ବାବ୍ରି ମସଜିଦକୁ ହିନ୍ଦୁ ମାନଙ୍କ ଦ୍ୱାରା ଭଙ୍ଗା ହୋଇଥିଲା ନୂଆଦିଲ୍ଲୀ: ଚଳିତ ମାସ ଶେଷ ସୁଦ୍ଧା ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଶୁଣାଣି ଶେଷ ହେବ। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମୋନହର ଯୋଶୀ, ଉମା ଭାରତୀ ଏବଂ ବିନୟ କାଟିଆରଙ୍କ […]

Babri

Subhransu Sekhar
  • Published: Wednesday, 16 September 2020
  • , Updated: 16 September 2020, 04:18 PM IST
  • ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି
  • ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ୩୨ ଅଭିଯୁକ୍ତଙ୍କ ବିବୃତ୍ତିର ରେକର୍ଡିଂ ଶେଷ ହୋଇଛି
  • ଡିସେମ୍ବର ୬, ୧୯୯୨ ରେ ୧୬ ତମ ଶତାବ୍ଦୀର ବାବ୍ରି ମସଜିଦକୁ ହିନ୍ଦୁ ମାନଙ୍କ ଦ୍ୱାରା ଭଙ୍ଗା ହୋଇଥିଲା

ନୂଆଦିଲ୍ଲୀ: ଚଳିତ ମାସ ଶେଷ ସୁଦ୍ଧା ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଶୁଣାଣି ଶେଷ ହେବ। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମୋନହର ଯୋଶୀ, ଉମା ଭାରତୀ ଏବଂ ବିନୟ କାଟିଆରଙ୍କ ସମେତ ୩୨ ଅଭିଯୁକ୍ତଙ୍କ ନାମରେ ମାମଲା ରହିଛି। ସେପ୍ଟେମ୍ବର ୩୦ରେ ଏହି ପୁରୁଣା ମାମଲାର ତଦନ୍ତ ସିବିଆଇ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଘୋଷଣା କରାଯିବ।

ଦେଶର ଏହି ହାଇ ପ୍ରୋଫାଇଲ୍ ମାମଲାର ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଲକ୍ଷ୍ନୌର ସ୍ୱତନ୍ତ୍ର କୋର୍ଟରେ ହାଜର ହେବାକୁ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର କୋର୍ଟଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ମାମଲାର ରାୟ ଶୁଣାଇବାକୁ କୁହିଥିଲେ।

ଗତ ମାସରେ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଯାଦବ ଏହି ମାମଲାର ବିବରଣୀ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ଦେଖିବା ପରେ ୧୯୯୨ ମସିହାର ଏହି ବାବ୍ରି ମସଜିଦ୍ ମାମଲାର ଶୁଣାଣି ଅବଧିକୁ ମାସେ ପାଇଁ ବୃଦ୍ଧି କରିଥିଲେ ସର୍ବୋଚ୍ଚ କୋର୍ଟ। ପୂର୍ବରୁ ଅଗଷ୍ଟ ୩୧ ସୁଦ୍ଧା ରାୟ ଶୁଣାଣି କରିବା ପାଇଁ ସ୍ୱତନ୍ତ୍ର କୋର୍ଟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ସିଆରପିସିର ଧାରା ୩୧୩ ଅନୁଯାୟୀ ୩୨ ଅଭିଯୁକ୍ତଙ୍କ ବିବୃତ୍ତି ମଧ୍ୟ ରେକର୍ଡିଂ କରିଛନ୍ତି। ଏହି ମାମଲାରେ ଅନ୍ୟ ତିନି ଅଭିଯୁକ୍ତ ହେଲେ ବିଶ୍ୱ ହିନ୍ଦୁ ପରିଷଦର ନେତା ଗିରିରାଜ କିଶୋର, ଅଶୋକ ସିଙ୍ଗଲ ଏବଂ ବିଷ୍ଣୁ ହରି ଡାଲମିଆ। ଏହି ତିନି ଜଣଙ୍କର କିନ୍ତୁ ମୃତ୍ୟୁ ହୋଇସାରିଛି। ତେଣୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବନ୍ଦ କରାଯାଇଛି।

ଡିସେମ୍ବର ୬, ୧୯୯୨ରେ ଷୋଡଶ ଶତାବ୍ଦୀର ବାବ୍ରି ମସଜିଦକୁ ହିନ୍ଦୁମାନେ ଭାଙ୍ଗି ଦେଇଥିଲେ। ଏହା ପ୍ରଭୁ ରାମଙ୍କ ଜନ୍ମସ୍ଥାନ, ରାମ ମନ୍ଦିର ଉପରେ ମନ୍ଦିର ତିଆରି ହୋଇଛି ବୋଲି ଦାବି କରି ହିନ୍ଦୁ କର୍ମୀ ଏଭଳି କରିଥିଲେ।

Related story