ଢ଼ାକା: ବାଂଲାଦେଶର ଏକ ଟୋବାକୋ ଫ୍ୟାକ୍ଟ୍ରିରେ ଶୁକ୍ରବାର ଦଳାଚକଟାରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଗରିବ ଲୋକେ ମାଗଣାରେ ପୋଷାକ ନେବାକୁ ଆସିଥିବା ବେଳେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଫ୍ୟାକ୍ଟ୍ରିର ମାଲିକଙ୍କ ସମେତ ୬ ଜଣ ଲୋକଙ୍କୁ ଗିରଫ କରାଯାଇଛି।
ଏହି ଫ୍ୟାକ୍ଟ୍ରିର ମାଲିକ ପବିତ୍ର ରମଜାନ ମାସ ଅବସରରେ ଗରିବ ଲୋକମାନଙ୍କୁ ମାଗଣାରେ ପୋଷାକ ଦେବେ ବୋଲି ଘୋଷଣା କରିଥିଲେ। ତେଣୁ ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳକୁ ଫ୍ୟାକ୍ଟ୍ରି ସମ୍ମୁଖରେ ୧୫୦୦ରୁ ଅଧିକ ଲୋକ ଜମା ହୋଇଥିଲେ। ଫ୍ୟାକ୍ଟ୍ରିର ଗେଟ୍ ଛୋଟ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହି ଠେଲାପେଲାରୁ ହିଁ ଦଳାଚକଟା ହେଲା। ଫ୍ୟାକ୍ଟ୍ରି ପରିସରରୁ ୨୩ ଜଣଙ୍କ ମୃତ୍ୟୁ ଶରୀର ଜବତ କରାଯାଇଥିବା ବେଳେ ଆଉ କିଛି ଲୋକଙ୍କ ମୃତଦେହକୁ ସେମାନଙ୍କ ପରିବାର ଲୋକେ ଘଟଣାସ୍ଥଳରୁ ନେଇଯାଇଛନ୍ତି ବୋଲି ପୋଲିସ୍ ସୂଚନା ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
National
ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି
୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ଖଣି ଭିତରେ ଫସି ଯାଇଥିଲେ ୯ ଜଣ ଶ୍ରମିକ।