ସି-ସୋର ଚିଟ୍‍ଫଣ୍ଡ: ୪ ବର୍ଷ ପରେ ଜେଲରୁ ବାହାରିବେ ପ୍ରଶାନ୍ତ ଦାଶ

ଭୁବନେଶ୍ୱର: ଜେଲରୁ ବାହାରିବେ  ପ୍ରଶାନ୍ତ ଦାଶ। ବହୁଚର୍ଚ୍ଚିତ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସି-ସୋର ଗ୍ରୁପ୍ କମ୍ପାନୀର ସିଏମଡି  ପ୍ରଶାନ୍ତ ଦାଶଙ୍କୁ ଜାମିନ୍। ଯାଜପୁର, ମାଲକାନଗିରି ଏବଂ ଟିଟଲାଗଡ଼ ଅଞ୍ଚଳର ଠକେଇ ମାମଲାରେ ପ୍ରଶାନ୍ତ ଦାଶଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପ୍ରଶାନ୍ତ ଦାଶଙ୍କୁ ସବୁଠୁ ବଡ଼ ଆଶ୍ୱସ୍ଥି ଆଣିଦେଇଛି। କାରଣ ଗତ ଅଗଷ୍ଟ ମାସରେ ପ୍ରଶାନ୍ତଙ୍କୁ ଅନ୍ୟାନ୍ୟ  ମାମଲାରେ ଜାମିନ ମିଳିଥିଲା। ଚିଟଫଣ୍ଡ ଠକେଇ ମାମଲାରେ  ପ୍ରଶାନ୍ତ ଦାଶଙ୍କୁ ୨୦୧୩ […]

p-111

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 11:18 AM IST

ଭୁବନେଶ୍ୱର: ଜେଲରୁ ବାହାରିବେ  ପ୍ରଶାନ୍ତ ଦାଶ। ବହୁଚର୍ଚ୍ଚିତ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସି-ସୋର ଗ୍ରୁପ୍ କମ୍ପାନୀର ସିଏମଡି  ପ୍ରଶାନ୍ତ ଦାଶଙ୍କୁ ଜାମିନ୍। ଯାଜପୁର, ମାଲକାନଗିରି ଏବଂ ଟିଟଲାଗଡ଼ ଅଞ୍ଚଳର ଠକେଇ ମାମଲାରେ ପ୍ରଶାନ୍ତ ଦାଶଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପ୍ରଶାନ୍ତ ଦାଶଙ୍କୁ ସବୁଠୁ ବଡ଼ ଆଶ୍ୱସ୍ଥି ଆଣିଦେଇଛି। କାରଣ ଗତ ଅଗଷ୍ଟ ମାସରେ ପ୍ରଶାନ୍ତଙ୍କୁ ଅନ୍ୟାନ୍ୟ  ମାମଲାରେ ଜାମିନ ମିଳିଥିଲା।

ଚିଟଫଣ୍ଡ ଠକେଇ ମାମଲାରେ  ପ୍ରଶାନ୍ତ ଦାଶଙ୍କୁ ୨୦୧୩ ଜୁନ୍ ୧୯ରେ କ୍ରାଇମବ୍ରାଞ୍ଚ ମୁ୍ମ୍ବାଇରୁ ଗିରଫ କରିଥିଲା । ସେବେଠାରୁ ପ୍ରଶାନ୍ତ ଜେଲରେ ଥିଲେ । ଚିଟଫଣ୍ଡ ଠକେଇ ମାମଲାକୁ ନେଇ ରାଜ୍ୟରେ ଖୁବ୍‌ ହଇଚଇ ହୋଇଥିଲା। ଏହି ଚିଟ୍‌ଫଣ୍ଡ ମାମଲାରେ ତଦନ୍ତ ସିବିଆଇ ହାତକୁ ଗଲା ପରେ ଏଥିରେ ସମ୍ପୃକ୍ତ ଥିବା ରାଜନେତା, ଅଫିସର ଏବଂ ବ୍ୟବସାୟୀଙ୍କ ଚେହେରା ସାମ୍ନାକୁ ଆସିଥିଲା। ବିଶେଷ କରି ସି-ସୋର ମାମଲାରେ ବିଜେଡିର କିଛି ନେତା ସମ୍ପୃକ୍ତ ଥିବାରୁ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏପରିକି ସିନେମା ତାରକାଙ୍କ  ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହାକୁ ନେଇ ଗତ ବର୍ଷ ଖୁବ୍‌ ହଟଚମଟ ହୋଇଥିଲା।

ରାଜନୈତିକସ୍ଥରରେ ମଧ୍ୟ ଖୁବ୍‌ ଝଡ଼ ସୃଷ୍ଟି ହୋଇଥିଲା। ସେହିପରି ସିବିଆଇ ପକ୍ଷରୁ ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶ ଏବଂ ତାଙ୍କ ଭାଇ  ପ୍ରଭାତ ଦାଶ ଏବଂ ମଧ୍ୟସ୍ଥି ସୁଭଙ୍କର ନାୟକଙ୍କ ନାମରେ ସୁପ୍ରିମକୋର୍ଟରେ ୨୭୬ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥିରେ ପ୍ରଶାନ୍ତ ଦାଶଙ୍କ ନାମରେ  ପ୍ରାୟ ୫୭୮ କୋଟି ଟଙ୍କା ଠକେଇ ହୋଇଥିବା ଦର୍ଶାଯାଇଛି।  ଏହି ଚିଟ୍ ଫଣ୍ଡ ଠକେଇରେ ୭ ଲକ୍ଷରୁ ଉର୍ଦ୍ଧ୍ଵ ଜମାକାରୀଙ୍କର ଶହ ଶହ ଟଙ୍କା ହଡପ୍ ହୋଇଥିବା ଅଭିଯୋଗ ହୋଇଥିଲା  । ଠକ ସଂସ୍ଥା ମାନେ ଓଡିଶାରେ ଲୁଟ୍ କରୁଥିବା ସମୟରେ ସରକାର ଏବଂ ପ୍ରଶାସନ ନିଦାବିଷ୍ଣୁ ସାଜିଥିଲେ  ବୋଲି ଅଭିଯୋଗ ହୋଇଥିଲା।

Related story