ବାଲ ଥାକରେଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ଲଶ୍କର-ଏ-ତୋଇବା: ହେଡଲୀ

ମୁମ୍ବାଇ: ସ୍ୱର୍ଗୀୟ ଶିବ ସେନା ମୁଖ୍ୟ ବାଲ୍ ଥାକରେଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା। ତେବେ ତାଙ୍କୁ ହତ୍ୟା କରିବା ପାଇଁ ଯେଉଁ ବ୍ୟକ୍ତିକୁ ଲଶ୍କର ଦାୟିତ୍ୱ ଦେଇଥିଲା ତାକୁ ପୋଲିସ୍ ଗିରଫ କରି ନେଇଥିଲା। ଆଜି ଭିଡିଓ ଲିଙ୍କ୍ ଜରିଆରେ ଜେରା ବେଳେ ଏ କଥା କହିଛି ପାକିସ୍ତାନୀ-ଆମେରିକୀୟ ଆତଙ୍କୀ ଡାଭିଡ୍ ହେଡଲୀ। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆମେରିକାରେ ୩୫ ବର୍ଷର ସଜା କାଟୁଥିବା ହେଡଲୀକୁ ଆଜି […]

Bal-Thackeray

Rakesh Mallick
  • Published: Thursday, 24 March 2016
  • , Updated: 24 March 2016, 05:48 AM IST

ମୁମ୍ବାଇ: ସ୍ୱର୍ଗୀୟ ଶିବ ସେନା ମୁଖ୍ୟ ବାଲ୍ ଥାକରେଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା। ତେବେ ତାଙ୍କୁ ହତ୍ୟା କରିବା ପାଇଁ ଯେଉଁ ବ୍ୟକ୍ତିକୁ ଲଶ୍କର ଦାୟିତ୍ୱ ଦେଇଥିଲା ତାକୁ ପୋଲିସ୍ ଗିରଫ କରି ନେଇଥିଲା। ଆଜି ଭିଡିଓ ଲିଙ୍କ୍ ଜରିଆରେ ଜେରା ବେଳେ ଏ କଥା କହିଛି ପାକିସ୍ତାନୀ-ଆମେରିକୀୟ ଆତଙ୍କୀ ଡାଭିଡ୍ ହେଡଲୀ। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆମେରିକାରେ ୩୫ ବର୍ଷର ସଜା କାଟୁଥିବା ହେଡଲୀକୁ ଆଜି ଦ୍ୱିତୀୟ ଦିନ ପାଇଁ ସ୍ୱତନ୍ତ୍ର ଜଜ୍ ଜି.ଏ ସନାପଙ୍କ ସମ୍ମୁଖରେ ଜେରା କରିଥିଲେ ଅବୁ ଜୁନ୍ଦଲଙ୍କ ଓକିଲ ଅବଦୁଲ୍ ୱାହାବ ଖାନ୍। ଅବୁ ଜୁନ୍ଦଲ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଅଛନ୍ତି।

ଆଜି ହେଡଲୀ କୋର୍ଟଙ୍କ ସମ୍ମୁଖରେ କହିଥିଲା,“ଆମେ ଶିବ ସେନା ମୁଖ୍ୟଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲୁ। ତାଙ୍କ ନାମ ବାଲ୍ ଥାକରେ। ସୁଯୋଗ ପାଇଲା ମାତ୍ରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଲଶ୍କର। ମୁଁ ଜାଣିଛି ବାଲ ଥାକରେ ଶିବ ସେନାର ମୁଖ୍ୟ ଥିଲେ। ମୋ ପାଖରେ ତ ସେମିତି କିଛି ତଥ୍ୟଗତ ପ୍ରମାଣ ନାହିଁ କିନ୍ତୁ ମୁଁ ଜାଣିଛି ତାଙ୍କୁ ହତ୍ୟା କରିବା ପାଇଁ ଥରେ ଉଦ୍ୟମ କରାଯାଇଥିଲା। ତେବେ କେମିତି ଏ ଉଦ୍ୟମ କରାଯାଇଥିଲା ତାହା ମୁଁ ଜାଣି ନାହିଁ। କିନ୍ତୁ ଯେଉଁ ଲୋକଟିକୁ ତାଙ୍କୁ ମାରିବା ପାଇଁ ପଠା ଯାଇଥିଲା ତାକୁ ପୋଲିସ୍ ଗିରଫ କରି ନେଇଥିଲା। ଅବଶ୍ୟ ସେ ପରେ ଖସି ଯିବାକୁ ସକ୍ଷମ ହୋଇଥିଲା।”

ହେଡଲୀ ଗତକାଲି ଅବୁ ଜୁନ୍ଦଲ ମାମଲାରେ ଜେରା ବେଳେ କହିଥିଲା ଯେ ଥରେ ତାର ପାକିସ୍ତାନ ଯାତ୍ରା ପାଇଁ ଆମେରିକା ଟଙ୍କା ଦେଇଥିଲା। ସେ ଏହା ବି ଦାବି କରିଥିଲା ଯେ ୨୦୦୬ରେ ସେ ଲଶ୍କରକୁ ୭୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲା। ସେ ଲଶ୍କରଠାରୁ କେବେ ବି ପଇସା ନେଇ ନାହିଁ। ଏହା ମିଛ କଥା।

Related story