କଶ୍ମୀର: ରାଜପଥରେ ଯାତାୟାତ କଟକଣା, ଅଟକି ରହିଲା ଶହ ଶହ ଗାଡ଼ି

ଶ୍ରୀନଗର: ବରମୁଲ୍ଲାରୁ ଉଦ୍ଧମପୁର ୨୭୦ କିଲୋମିଟରର ଗୁରୁତ୍ୱପୂର୍ଣ୍ଣ ରାଜପଥରେ ସାଧାରଣ ଯାତାୟାତ ଉପରେ ସପ୍ତାହରେ ୨ ଦିନ ପାଇଁ କଟକଣା ଲଗାଯିବାକୁ ସ୍ଥିର କରାଯାଇଛି। କେବଳ ସୁରକ୍ଷା କର୍ମୀଙ୍କ ପାଇଁ ଏହି ରାଜପଥ ଖୋଲା ରଖାଯିବ। ପ୍ରତ୍ୟେକ ସପ୍ତାହର ରବିବାର ଏବଂ ବୁଧବାର ଏହି କଟକଣା ଲଗାଇବାକୁ ସ୍ଥିର କରାଯାଇଛି। ଗତ ଫେବୃଆରୀ ୧୪ ଆତ୍ମଘାତୀ ବିସ୍ଫୋରଣ ଭଳି ଘଟଣା ଏଡ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଜରୁରୀକାଳୀନ କ୍ଷେତ୍ରରେ ଟ୍ରାଭେଲ ପାସ୍‌ ଦେବାପାଇଁ ହାଇୱେର ବିଭିନ୍ନ ସ୍ଥାନରେ […]

kashmir

kashmir

Subrat Kumar Nayak
  • Published: Sunday, 07 April 2019
  • Updated: 07 April 2019, 05:54 PM IST

Sports

Latest News

ଶ୍ରୀନଗର: ବରମୁଲ୍ଲାରୁ ଉଦ୍ଧମପୁର ୨୭୦ କିଲୋମିଟରର ଗୁରୁତ୍ୱପୂର୍ଣ୍ଣ ରାଜପଥରେ ସାଧାରଣ ଯାତାୟାତ ଉପରେ ସପ୍ତାହରେ ୨ ଦିନ ପାଇଁ କଟକଣା ଲଗାଯିବାକୁ ସ୍ଥିର କରାଯାଇଛି। କେବଳ ସୁରକ୍ଷା କର୍ମୀଙ୍କ ପାଇଁ ଏହି ରାଜପଥ ଖୋଲା ରଖାଯିବ। ପ୍ରତ୍ୟେକ ସପ୍ତାହର ରବିବାର ଏବଂ ବୁଧବାର ଏହି କଟକଣା ଲଗାଇବାକୁ ସ୍ଥିର କରାଯାଇଛି। ଗତ ଫେବୃଆରୀ ୧୪ ଆତ୍ମଘାତୀ ବିସ୍ଫୋରଣ ଭଳି ଘଟଣା ଏଡ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି।

ଜରୁରୀକାଳୀନ କ୍ଷେତ୍ରରେ ଟ୍ରାଭେଲ ପାସ୍‌ ଦେବାପାଇଁ ହାଇୱେର ବିଭିନ୍ନ ସ୍ଥାନରେ ଡ୍ୟୁଟି ମାଜିଷ୍ଟ୍ରେଟ୍‌ ନିଯୁକ୍ତ କରାଯାଇଛି। ଆଜି ଭୋର ସମୟରୁ ହିଁ ରାଜପଥର ବିଭିନ୍ନ ସ୍ଥାନରେ ବିଶେଷ କରି ବରମୁଲ୍ଲା ଓ ଉଦ୍ଧମପୁରଠାରେ ଶହ ଶହ ଗାଡ଼ି ଅଟକି ରହିଛି। ଗଶନି ଛାଡ଼ିଦେବାପାଇଁ ଲୋକେ ପୁଲିସ୍‌ ଏବଂ ସୁରକ୍ଷା କର୍ମୀଙ୍କୁ ଅନୁରୋଧ କରୁଛନ୍ତି, କିନ୍ତୁ ସାଧାରଣ ଗାଡ଼ିର ଯାତାୟାତ ଉପରେ ରହିଥିବା କଟକଣା ପାଇଁ ସେମାନଙ୍କୁ ଛଡ଼ାଯାଉନାହିଁ।

ଏଭଳି ସ୍ଥିତିରେ ଏକ ବାହାଘର ପାଇଁ ଜଣେ ବରକୁ ଟ୍ରାଭେଲ ପାସ୍‌ ମିଳିଥିବାବେଳେ ତାଙ୍କ ସହ ୧୨ ଜଣ ବରଯାତ୍ରୀଙ୍କୁ ମଧ୍ୟ ପାସ୍‌ ମିଳିଛି। ୪ଟି ଗାଡ଼ିରେ ସେମାନଙ୍କୁ ଯିବାକୁ ଅନୁମତି ମିଳିଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱାକ୍ଷର ରହିଛି।

ତେବେ ଏହି କଟକଣା ନିର୍ଦ୍ଦେଶକୁ ବିଭିନ୍ନ ରାଜନୀତିକ ଦଳ ଏବଂ ସିଭିଲ ସୋସାଇଟି କଡ଼ା ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତ ସୁରକ୍ଷା କର୍ମୀଙ୍କ ସୁବିଧା ଓ ନିରାପତ୍ତା ପାଇଁ ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଅତୀତରେ କେବେ ମଧ୍ୟ ଘଟିନାହିଁ। ଏହାର କୌଣସି ବିକଳ୍ପ ଚିନ୍ତା ନକରି ଏଭଳି ପଦକ୍ଷେପକୁ ସେମାନେ ବିରୋଧ କରିଛନ୍ତି।

ଗତ ଫେବୃଆରୀ ୧୪ରେ ପାକିସ୍ତାନ ଭିତ୍ତିକ ଜୈଶ-ଏ-ମହମ୍ମଦ ସଂଘଟିତ ଆତ୍ମଘାତୀ ଆକ୍ରମଣ ସମୟରେ ଏକାଥରେ ୭୮ଟି ଗାଡ଼ି ଯାଉଥିଲା। ଏଭଳି ବୃହତ୍‌ କନ୍‌ଭୟ ଏକାସମୟରେ ଯିବା ବିପଜ୍ଜନକ ଦର୍ଶାଇ ଏହାର ସମାଧାନ ପାଇଁ ଯବାନଙ୍କୁ ଏୟାର ଲିଫ୍ଟ ସହିତ ଏହି ବିକଳ୍ପକୁ ମଧ୍ୟ ବଛାଯାଇଥିଲା। ସୂଚନାଯୋଗ୍ୟ, ଏହି କନ୍‌ଭୟ ଯିବା ପୂର୍ବରୁ ମଧ୍ୟ ରାଜପଥକୁ ସାନିଟାଇଜ୍‌ କରାଯାଇଥିଲା। ଏହା ସତ୍ତ୍ୱେ ମଧ୍ୟ ଆତ୍ମଘାତୀ ଆତଙ୍କୀ ଏତେବଡ଼ ଆକ୍ରମଣ ଘଟାଇପାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story