ବେଙ୍ଗାଲୁରୁ ହିଂସା: ବିଭିନ୍ନ ସ୍ଥାନରେ ରେଡ୍, ମୁଖ୍ୟ ଅଭିଯୁକ୍ତ ଗିରଫ୍

ନୂଆଦିଲ୍ଲୀ: ବାଙ୍ଗାଲୋର ଦଙ୍ଗା ମାମଲାରେ ଏନଆଇଏ ତିରିଶରୁ ଅଧିକ ସ୍ଥାନରେ ରେଡ୍ କରିଛି ଏବଂ ଏହି ଚଢ଼ାଉ ସମୟରେ ଦଙ୍ଗା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉଦ୍ଧାର କରାଯାଇଛି। ଏଥିସହ ଏହି ମାମଲାର ଅନ୍ୟତମ ଷଡଯନ୍ତ୍ରକାରୀ ସାଦିକ ଅଲିଙ୍କୁ ମଧ୍ୟ ଗିରଫ କରାଯାଇଛି। ସାଦିକ ଅଲି ଏକ ବ୍ୟାଙ୍କର ଏଜେଣ୍ଟ ଭାବରେ କାର୍ଯ୍ୟ କରନ୍ତି। ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଏନଆଇଏ ଅଗଷ୍ଟ 2020 ରେ ବେଙ୍ଗାଲୁରୁରେ […]

nia

Subhransu Sekhar
  • Published: Thursday, 24 September 2020
  • , Updated: 24 September 2020, 08:48 PM IST

ନୂଆଦିଲ୍ଲୀ: ବାଙ୍ଗାଲୋର ଦଙ୍ଗା ମାମଲାରେ ଏନଆଇଏ ତିରିଶରୁ ଅଧିକ ସ୍ଥାନରେ ରେଡ୍ କରିଛି ଏବଂ ଏହି ଚଢ଼ାଉ ସମୟରେ ଦଙ୍ଗା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉଦ୍ଧାର କରାଯାଇଛି। ଏଥିସହ ଏହି ମାମଲାର ଅନ୍ୟତମ ଷଡଯନ୍ତ୍ରକାରୀ ସାଦିକ ଅଲିଙ୍କୁ ମଧ୍ୟ ଗିରଫ କରାଯାଇଛି। ସାଦିକ ଅଲି ଏକ ବ୍ୟାଙ୍କର ଏଜେଣ୍ଟ ଭାବରେ କାର୍ଯ୍ୟ କରନ୍ତି।

ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଏନଆଇଏ ଅଗଷ୍ଟ 2020 ରେ ବେଙ୍ଗାଲୁରୁରେ ହିଂସା ମାମଲା ରୁଜୁ କରିଥିଲା। ଏହି ମାମଲାରେ ଅଭିଯୋଗ ହୋଇଛି ଯେ ଏସଡିପିଆଇ ଏବଂ ପିଏଫଆଇ କର୍ମଚାରୀଙ୍କ ଷଡଯନ୍ତ୍ର ଯୋଗୁଁ ଏହି ଦଙ୍ଗା ହୋଇଛି।

ଏନଆଇଏର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ରେଡ୍ ସମୟରେ ଅନେକ ବନ୍ଧୁକ ଅସ୍ତ୍ରଶସ୍ତ୍ର, ଲୁହା ରଡ, ଡିଜିଟାଲ ଉପକରଣ, ଡିଭିଆର ଏବଂ ପିଏଫଆଇ ଏବଂ ଏସଡିପିଆଇ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ଉଦ୍ଧାର କରାଯାଇଛି।

ଅଧିକାରୀଙ୍କ କହିବାନୁସାରେ, ଏହି ମାମଲାରେ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ସାଦିକ ଅଲିଙ୍କୁ ମଧ୍ୟ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। 11 ଅଗଷ୍ଟ 2020 ସନ୍ଧ୍ୟାରେ ବାଙ୍ଗାଲୋରର କେ.ଜି ହଲି ପୁଲିସ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣରେ ସାଦିକ ଅଲି ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ସମୟରେ ଜନସାଧାରଣ ଏବଂ ସରକାରୀ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଥିଲା। ଏହା ସହିତ ଦଙ୍ଗାକାରୀମାନେ ପୁଲିସ ଷ୍ଟେସନ ପରିସରରେ ଏବଂ ଆଖପାଖ ଅଞ୍ଚଳରେ ଅଟକି ରହିଥିବା ଅନ୍ୟ ଯାନବାହାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

Related story