ଏମପି ନିଯୁକ୍ତି ଦୁର୍ନୀତି ମାମଲା: ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ନିଯୁକ୍ତି ଦୁର୍ନୀତି ମାମଲାରେ ଶୁକ୍ରବାର କଂଗ୍ରେସର ବରିଷ୍ଟ ନେତା ଦିଗ୍‌ବିଜୟ ସିଂହଙ୍କ ଗିରଫ କରିବା ପାଇଁ ୱାରେଣ୍ଟ ଜାରି ହୋଇଛି। ମାମଲା ଶୁଣାଣି ପାଇଁ ସେ କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରାଯାଇଛି। ସେ ୧୯୯୩ ଓ ୨୦୦୩ରେ ମୁଖ୍ୟମନ୍ତ୍ରୀ ପଦବୀରେ ଥିବା ବେଳେ ଭୋପାଳରେ ଥିବା ମଧ୍ୟପ୍ରଦେଶ ବିଧାନସଭା ସେକ୍ରେଟେରୀଏଟ୍ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଫେବ୍ରୁଆରୀରେ ଜାହାଙ୍ଗୀରାବାଦ ପୋଲିସ ପକ୍ଷରୁ ଦିଗବିଜୟ […]

digvijaysingh

Rakesh Mallick
  • Published: Friday, 26 February 2016
  • , Updated: 27 February 2016, 08:16 AM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ନିଯୁକ୍ତି ଦୁର୍ନୀତି ମାମଲାରେ ଶୁକ୍ରବାର କଂଗ୍ରେସର ବରିଷ୍ଟ ନେତା ଦିଗ୍‌ବିଜୟ ସିଂହଙ୍କ ଗିରଫ କରିବା ପାଇଁ ୱାରେଣ୍ଟ ଜାରି ହୋଇଛି। ମାମଲା ଶୁଣାଣି ପାଇଁ ସେ କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରାଯାଇଛି।

ସେ ୧୯୯୩ ଓ ୨୦୦୩ରେ ମୁଖ୍ୟମନ୍ତ୍ରୀ ପଦବୀରେ ଥିବା ବେଳେ ଭୋପାଳରେ ଥିବା ମଧ୍ୟପ୍ରଦେଶ ବିଧାନସଭା ସେକ୍ରେଟେରୀଏଟ୍ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।

ଗତବର୍ଷ ଫେବ୍ରୁଆରୀରେ ଜାହାଙ୍ଗୀରାବାଦ ପୋଲିସ ପକ୍ଷରୁ ଦିଗବିଜୟ ସିଂହ, ପୂର୍ବତନ ସ୍ପିକର ଶ୍ରୀନିବାସ ତିୱାରୀଙ୍କ ସମେତ ବହୁ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Related story