କେନ୍ଦ୍ରୀୟ ଇଟାଲୀରେ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୪୭, ଉଦ୍ଧାରକାର୍ଯ୍ୟ ଜାରି

ରୋମ୍‌: କେନ୍ଦ୍ରୀୟ ଇଟାଲୀରେ ଗତକାଲି ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି। ଭୂକମ୍ପରେ ୪୦୦ ଜଣ ଲୋକ ଆହତ ହୋଇଛନ୍ତି।  ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଇଟାଲୀର ପ୍ରଧାନମନ୍ତ୍ରୀ ମତେଓ ରେଞ୍ଜି କହିଛନ୍ତି, “ମୃତ ଓ  ଆହତ ଲୋକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଭୂକମ୍ପ ପୁଣି ଥରେ ହେବା ଆଶଙ୍କାରେ ଲୋକମାନେ ଶିବିରରେ ରାତି କଟାଇଥିଲେ। ଭୂକମ୍ପରେ ତ୍ରୀବତା ରିକ୍ଟର ସେଲରେ ୬.୨ ରହିଥିଲା” ଗତକାଲି ଭୂମିକମ୍ପରେ କେନ୍ଦ୍ରୀୟ ଇଟାଲୀର ଆମାଟ୍ରିସ୍‌, ଆକୁମୋଲି […]

italy_

Rakesh Mallick
  • Published: Thursday, 25 August 2016
  • , Updated: 04 May 2017, 03:44 PM IST

ରୋମ୍‌: କେନ୍ଦ୍ରୀୟ ଇଟାଲୀରେ ଗତକାଲି ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି। ଭୂକମ୍ପରେ ୪୦୦ ଜଣ ଲୋକ ଆହତ ହୋଇଛନ୍ତି।  ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ଇଟାଲୀର ପ୍ରଧାନମନ୍ତ୍ରୀ ମତେଓ ରେଞ୍ଜି କହିଛନ୍ତି, “ମୃତ ଓ  ଆହତ ଲୋକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଭୂକମ୍ପ ପୁଣି ଥରେ ହେବା ଆଶଙ୍କାରେ ଲୋକମାନେ ଶିବିରରେ ରାତି କଟାଇଥିଲେ। ଭୂକମ୍ପରେ ତ୍ରୀବତା ରିକ୍ଟର ସେଲରେ ୬.୨ ରହିଥିଲା”

ଗତକାଲି ଭୂମିକମ୍ପରେ କେନ୍ଦ୍ରୀୟ ଇଟାଲୀର ଆମାଟ୍ରିସ୍‌, ଆକୁମୋଲି ଓ ନୋରସିଆ ସହର ଅଧିକ ପ୍ରଭାବିତ ହୋଇଥିଲା। ଭୂକମ୍ପ ପ୍ରଭାବରେ ଏସବୁ ସହରରେ ବହୁ ବଡ଼ ବଡ଼ କୋଠା ଭୁଷୁଡି ପଡ଼ିଥିଲା।

ଇଟାଲୀର ରାଜଧାନୀ ରୋମରେ ମଧ୍ୟ ଭୂକମ୍ପର ପ୍ରଭାବ ପଡ଼ିଥିଲା।

Related story