ବିଦେଶୀ ନାଗରିକ ପ୍ରସଙ୍ଗ: ରାହୁଲ ଗାନ୍ଧିଙ୍କୁ ଲୋକସଭା ଏଥିକ୍ସ କମିଟିର ନୋଟିସ୍‌

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ନିଜକୁ କେବେ ବିଦେଶ ନାଗରିକ ଭାବେ ପରିଚୟ ଦେଇଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତର ଦେବାକୁ ତାଙ୍କୁ ନୋଟିସ୍‌ କରାଯାଇଛି। ବିଜେପିର ବିରିଷ୍ଠ ନେତା ଲାଲାକୃଷ୍ଣ ଆଡ଼ଭାନୀଙ୍କ ନେତୃତ୍ୱରେ ଗଠିତ ଲୋକସଭା ଏଥିକ୍ସ କମିଟି ଏହି ନୋଟିସ୍‌ ରାହୁଲଙ୍କ ପାଖକୁ ପଠାଇଛି। ଗତବର୍ଷ ନଭେମ୍ବରରେ ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏହି ପ୍ରସଙ୍ଗ ଉଠାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲ ଗାନ୍ଧିଙ୍କୁ ଭାରତୀୟ ନାଗରିକତ୍ୱ ଓ ସଂସଦର […]

rrr

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 10:16 AM IST

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ନିଜକୁ କେବେ ବିଦେଶ ନାଗରିକ ଭାବେ ପରିଚୟ ଦେଇଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତର ଦେବାକୁ ତାଙ୍କୁ ନୋଟିସ୍‌ କରାଯାଇଛି। ବିଜେପିର ବିରିଷ୍ଠ ନେତା ଲାଲାକୃଷ୍ଣ ଆଡ଼ଭାନୀଙ୍କ ନେତୃତ୍ୱରେ ଗଠିତ ଲୋକସଭା ଏଥିକ୍ସ କମିଟି ଏହି ନୋଟିସ୍‌ ରାହୁଲଙ୍କ ପାଖକୁ ପଠାଇଛି।

ଗତବର୍ଷ ନଭେମ୍ବରରେ ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏହି ପ୍ରସଙ୍ଗ ଉଠାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲ ଗାନ୍ଧିଙ୍କୁ ଭାରତୀୟ ନାଗରିକତ୍ୱ ଓ ସଂସଦର ସଦସ୍ୟ ପଦରୁ ବହିଷ୍କାର କରିବାକୁ ଦାବି କରିଥିଲେ। ସ୍ୱାମୀ ଦାବି କରିଥିଲେ, ୨୦୦୩ରୁ ୨୦୦୯ ମସିହା ମଧ୍ୟରେ ବିଦେଶରେ ଏକ ଘରୋଇ କମ୍ପାନୀ ଚଳାଇବା ପାଇଁ ନିଜକୁ ରାହୁଲ ବ୍ରିଟିଶ ନାଗରିକ ବୋଲି ପରିଚୟ ଦେଇଥିଲେ। ସ୍ୱାମୀଙ୍କ ଚିଠି ପରେ ପୂର୍ବ ଦିଲ୍ଲୀର ବିଜେପି ସାଂସଦ ମହେଶ ଗିରୀ ଗତ ଜାନୁୟାରୀରେ ଲୋକସଭାର ବାଚସ୍ପତି ସମିତ୍ରା ମହାଜନଙ୍କୁ ଏକ ଚିଠି ଲେଖି ଏ ବିଷୟରେ ଜଣାଇଥିଲେ। ବାଚସ୍ପତି ମହାଜନ ଏହାର ତଦନ୍ତ କରିବାକୁ ଏଥିକ୍ସ କମିଟିକୁ ଦାୟିତ୍ୱ ଦେଇଥିଲେ। ଗତ ସପ୍ତାହରେ ଏଥିକ୍ସ କମିଟି ଏହି ବିଷୟରେ ଜାଣିବାକୁ ରାହୁଲ ଗାନ୍ଧିଙ୍କୁ ନୋଟିସ୍ କରିଛି।

ପୂର୍ବରୁ ରାହୁଲଙ୍କ ବିଦେଶୀ ନାଗରିକ ହେବା ଆରୋପକୁ କଂଗ୍ରେସ ଖାରଜ କରିବା ସହ ଭିତ୍ତିହୀନ ବୋଲି କହି ସାରିଛି।

Related story