ମୁମ୍ୱାଇ: ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନ୍। ଆଜି ସକାଳେ ସେ ଏକ ମିଟିଂ ପାଇଁ ବାନ୍ଦ୍ରା ଯାଉଥିଲେ। ତେବେ ଏକ କାର୍ ତାଙ୍କ କାର୍କୁ ଧକ୍କା ଦେଇଥିଲା। ବିଦ୍ୟା ସୁରକ୍ଷିତ ଥିବା ଜଣାପଡ଼ିଛି। ତାଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଛି। ଦୁର୍ଘଟଣାରେ ତାଙ୍କ କାର୍ ସଂପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ ଯେ, ନିକଟରେ ବିଦ୍ୟା ତାଙ୍କର ଆଗାମୀ ଫିଲ୍ମ ’ତୁମହାରୀ ସୁଲୁ’ର ଶୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁରେଶ ତ୍ରିବେଣୀ। ସେ ଏହି ଫିଲ୍ମରେ ‘ନାଇଟ୍ ଜୋକି’ ଭୂମିକାରେ ଅଭିନୟ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ‘ଲଗେ ରୋହ ମୁନ୍ନା ଭାଇ’ ଫିଲ୍ମରେ ଆରଜେ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ବିଦ୍ୟାଙ୍କ ସ୍ୱାମୀ ହୋଇଛନ୍ତି ମାନବ କୌଲ। ନେହା ଧୂପିଆଙ୍କୁ ବିଦ୍ୟାଙ୍କ ବସ୍ ଭୂମିକାରେ ଦେଖିବାକୁ ମିଳିବ।
ଏହି ଫିଲ୍ମ ୨୪ ନଭେମ୍ୱରରେ ରିଲିଜ ହେବ। ଫିଲ୍ମର ୩ଟି ପୋଷ୍ଟର ଓ ଗୋଟିଏ ଟିଜର ରିଲିଜ ହୋଇ ସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।