ବିଜୟ ମାଲ୍ୟାଙ୍କ କିଙ୍ଗ୍ ଫିସ୍‌ର ହାଉସର ଆଜି ନିଲାମୀ

ନୂଆଦିଲ୍ଲୀ: ମଦ  ବ୍ୟବସାୟୀ  ବିଜୟ ମାଲ୍ୟାଙ୍କ  କିଙ୍ଗ୍ ଫିସର ହାଉସ ଆଜି ଇ-ନିଲାମ ହେବ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ବ୍ୟାଙ୍କ ସଂଘ ପକ୍ଷରୁ ଏହି ନିଲାମ କରାଯିବ। ଗତବର୍ଷ ଫେବୃଆରୀରେ ଷ୍ଟେଟବ୍ୟାଙ୍କ ୨,୪୦୦ ବର୍ଗମିଟରର ଏହି ଜମିକୁ ଦଖଲ କରିଥିଲା। ମୁମ୍ବାଇରେ ଏହି ନିଲାମୀ ହେବ। ୧୫୦ କୋଟି ଟଙ୍କାରୁ ନିଲାମୀ ଆରମ୍ଭ ହେବ ବୋଲି ଜଣାପଡିଛି। ଏହି କିଙ୍ଗ୍ ଫିସର ଏୟାରଲାଇନ୍ସର ଋଣ ଶୁଝି ନ ପାରିବା କାରଣରୁ ଏହି ନିଲାମୀ କରାଯାଉଛି। […]

vijay-mallya_4

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 06:03 AM IST

ନୂଆଦିଲ୍ଲୀ: ମଦ  ବ୍ୟବସାୟୀ  ବିଜୟ ମାଲ୍ୟାଙ୍କ  କିଙ୍ଗ୍ ଫିସର ହାଉସ ଆଜି ଇ-ନିଲାମ ହେବ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ବ୍ୟାଙ୍କ ସଂଘ ପକ୍ଷରୁ ଏହି ନିଲାମ କରାଯିବ। ଗତବର୍ଷ ଫେବୃଆରୀରେ ଷ୍ଟେଟବ୍ୟାଙ୍କ ୨,୪୦୦ ବର୍ଗମିଟରର ଏହି ଜମିକୁ ଦଖଲ କରିଥିଲା। ମୁମ୍ବାଇରେ ଏହି ନିଲାମୀ ହେବ। ୧୫୦ କୋଟି ଟଙ୍କାରୁ ନିଲାମୀ ଆରମ୍ଭ ହେବ ବୋଲି ଜଣାପଡିଛି।

ଏହି କିଙ୍ଗ୍ ଫିସର ଏୟାରଲାଇନ୍ସର ଋଣ ଶୁଝି ନ ପାରିବା କାରଣରୁ ଏହି ନିଲାମୀ କରାଯାଉଛି। ୨୦୧୪ ଜାନୁୟାରୀ ୩୧ ତାରିଖ ସୁଦ୍ଧା କିଙ୍ଗ୍ ଫିସର ଏୟାର ଲାଇନ୍ସ ଉପରେ ୬,୯୬୩  କୋଟି ଟଙ୍କା ବକେୟା ଥିଲା। ଏସ୍‌ବିଆଇ ଓ ୟୁନାଇଟେଡ୍ ବ୍ୟାଙ୍କ ଇଣ୍ଡିଆ ଓ ଅନ୍ୟ କିଛି ବ୍ୟାଙ୍କ ବିଜୟ ମାଲ୍ୟାଙ୍କୁ ଡିଫଲ୍‌ଟର ଘୋଷଣା କରିଥିଲେ।

Related story