ମାଲ୍ୟାଙ୍କ ବିରୋଧରେ ଆଉ ୫ଟି ଜାମିନ୍‌ ବିହୀନ ୱାରେଣ୍ଟ୍‌ ଜାରି କଲେ ହାଇଦ୍ରାବାଦ୍‌ କୋର୍ଟ

ହାଇଦ୍ରାବାଦ: ବ୍ୟାଙ୍କରୁ ଋଣ ନେଇ ବିଦେଶ ଯାତ୍ରା କରୁଥିବା ବଜୟ ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଏକ କୋର୍ଟ ଆଉ ୫ଟି ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏହାସହ ମାଲ୍ୟାଙ୍କୁ ୨୯ ମାର୍ଚ୍ଚରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଏକ କୋର୍ଟରେ ଚେକ୍ ବାଉନସ୍ ଓ ଠକେଇ ମାମଲା ଦାୟର ହୋଇଛି। ଏହି ମାମଲାର ଶୁଣାଣି କରି କୋର୍ଟ ଏହି ୫ଟି ୱାରେଣ୍ଟ ଜାରି କରିଛନ୍ତି। ଗତ ଶନିବାର ମଧ୍ୟ […]

Vijay Mallya

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 06:37 AM IST

ହାଇଦ୍ରାବାଦ: ବ୍ୟାଙ୍କରୁ ଋଣ ନେଇ ବିଦେଶ ଯାତ୍ରା କରୁଥିବା ବଜୟ ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଏକ କୋର୍ଟ ଆଉ ୫ଟି ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏହାସହ ମାଲ୍ୟାଙ୍କୁ ୨୯ ମାର୍ଚ୍ଚରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଏକ କୋର୍ଟରେ ଚେକ୍ ବାଉନସ୍ ଓ ଠକେଇ ମାମଲା ଦାୟର ହୋଇଛି। ଏହି ମାମଲାର ଶୁଣାଣି କରି କୋର୍ଟ ଏହି ୫ଟି ୱାରେଣ୍ଟ ଜାରି କରିଛନ୍ତି। ଗତ ଶନିବାର ମଧ୍ୟ କୋର୍ଟ ମାଲ୍ୟାଙ୍କ ବିରୋଧରେ ଜାମିନ୍‌ ବିହୀନ ୱାରେଣ୍ଟ୍ ଜାରି କରି ୧୩ ମାର୍ଚ୍ଚ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ଚେକ୍ ବାଉନ୍ସ ହେବା ପରେ ମାଲ୍ୟା ଏହାର ଭରଣା କରି ନ ପାରିବାରୁ ଜିଏମ୍‌ଆର ହାଇଦ୍ରାବାଦର ଇଣ୍ଟରନ୍ୟାସ୍‌ନାଲ୍ ବିମାନବନ୍ଦର ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଏହାପରେ କୋର୍ଟ ମାଲ୍ୟା ଓ କିଙ୍ଗଫିସର ସିଏଫ୍‌ଓ ରଘୁନାଥଙ୍କ ବିରୋଧରେ ୱାରେଣ୍ଟ୍‌ ଜାରି କରିଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷ ହାଇଦ୍ରାବାଦରେ କିଙ୍ଗ୍ ଫିସର୍ ବିରୋଧରେ ୧୧ଟି ମାମଲା ରୁଜୁ କରିଛି। ମାଲ୍ୟା ଓ କିଙ୍ଗଫିସର ବିମାନବନ୍ଦର ସିଏଫ୍‌ଓଙ୍କୁ ୧୦ ମାର୍ଚ୍ଚରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେମାନେ କୋର୍ଟରେ ହାଜର ନ ହେବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ୍ ଜାରି କରାଯାଇଥିଲା।

Related story