Advertisment

ଦୁଇ-ତିନି ମାସରେ ମହାରାଷ୍ଟ୍ରରେ ବିଜେପି ସରକାର: କେନ୍ଦ୍ରମନ୍ତ୍ରୀ

ମୁମ୍ୱାଇ: ମହାରାଷ୍ଟ୍ରରେ ବିରୋଧୀ ବିଜେପି ଶାସନ ଗାଦିକୁ ଫେରିବା ପାଇଁ ଚେଷ୍ଟା କରୁଛି। ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ଏନଡିଏରୁ ଓହରି କଂଗ୍ରେସ, ଏନସିପି ସହିତ ମିଶି ମେଣ୍ଟ ସରକାର ଗଠନ କରିଛି। ଏବେ ରାଜନୀତିର ଏହି ଅଙ୍କ ଓଲଟ ପାଲଟ ହେବ ବୋଲି ବିଜେପି ନେତା କହିଛନ୍ତି। ମେଣ୍ଟ ସରକାରକୁ ବର୍ଷେ ପୂରଣ ହେବାକୁ ୫ ଦିନ ବାକି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇଛି। ସୋମବାର […]

ଅଦ୍ୟତନ ହୋଇଛି
ଦୁଇ-ତିନି ମାସରେ ମହାରାଷ୍ଟ୍ରରେ ବିଜେପି ସରକାର: କେନ୍ଦ୍ରମନ୍ତ୍ରୀ

uddhav-thackeray-fadnavis

Advertisment

ମୁମ୍ୱାଇ: ମହାରାଷ୍ଟ୍ରରେ ବିରୋଧୀ ବିଜେପି ଶାସନ ଗାଦିକୁ ଫେରିବା ପାଇଁ ଚେଷ୍ଟା କରୁଛି। ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ଏନଡିଏରୁ ଓହରି କଂଗ୍ରେସ, ଏନସିପି ସହିତ ମିଶି ମେଣ୍ଟ ସରକାର ଗଠନ କରିଛି। ଏବେ ରାଜନୀତିର ଏହି ଅଙ୍କ ଓଲଟ ପାଲଟ ହେବ ବୋଲି ବିଜେପି ନେତା କହିଛନ୍ତି। ମେଣ୍ଟ ସରକାରକୁ ବର୍ଷେ ପୂରଣ ହେବାକୁ ୫ ଦିନ ବାକି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇଛି।

Advertisment

ସୋମବାର ବିଜେପିର ଏହି ନେତା ଦୃଢୋକ୍ତି ସହ କହିଛନ୍ତି ଯେ, ଆଗାମୀ ଦୁଇ-ତିନି ମାସ ମଧ୍ୟରେ ବିଜେପି ମହାରାଷ୍ଟ୍ରର ସରକାର ଗଢ଼ିବ। ଏଥିପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବୋଲି ସେ କହିଛନ୍ତି। ଔରଙ୍ଗାବାଦ ବିଧାନପରିଷଦ ପାଇଁ ପ୍ରଚାର ବେଳେ ଦାନଭେ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି। ବିଜେପି କର୍ମୀମାନେ ଭାବୁଛନ୍ତି ମହାରାଷ୍ଟ୍ରରେ ଆଉ ବିଜେପି ସରକାର ଏବେ ଆସିବନି। ହେଲେ ଏମିତି ଭାବିବା ଭୁଲ୍। ଆଗାମୀ ଦୁଇ-ତିନି ମାସ ମଧ୍ୟରେ ବିଜେପି ସରକାର ଗଢ଼ିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଏହି ନଭେମ୍ୱର ୨୩ ତାରିଖରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କ ନେତୃତ୍ୱରେ ବିଜେପି ସରକାର ଗଢ଼ିଥିଲା। ସରକାର ଗଢ଼ିବା ପାଇଁ ଏନିସିପି ନେତା ଭାବରେ ଅଜିତ ପାଓ୍ୱାର ସମର୍ଥନ ଦେଇଥିଲେ। ହେଲେ ମାତ୍ର ତିନି ଦିନ ସରକାରରେ ରହିବା ପରେ ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ମହାବିକାଶ ଅଘାଡ଼ି ସରକାର ଗଠନ ହୋଇଥିଲା। ଉଦ୍ଧବ ଠାକରେ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବରେ ନଭେମ୍ୱର ୨୮ରେ ଶପଥ ଗ୍ରହଣ କରିଥିଲେ।

Advertisment

ଆଗକୁ ପଢନ୍ତୁ : ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ନିଜର ଚତୁର୍ଥ ଅଙ୍ଗୁଳିକୁ ବି ଦାନ କରିଦେଲେ

Maharashtra Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe