୫ ପ୍ରମୁଖ ବିରୋଧୀଙ୍କ ଆୟଠୁଁ ଦୁଇ ଗୁଣା ଅଧିକ ଚାନ୍ଦା ପାଇଛି ବିଜେପି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ବର୍ଷରେ ଶାସକ ଦଳ ବିଜେପି ନିଜର ପ୍ରମୁଖ ୫ ବିରୋଧୀ ଦଳଙ୍କ ତୁଳନାରେ ଦୁଇ ଗୁଣା ଆୟ କରିଛି। ଏହି ରୋଜଗାର ନିର୍ବାଚନୀ ବଣ୍ଡ ମାଧ୍ୟମରେ ଆସିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ଏହି ରିପୋର୍ଟ ପ୍ରକାଶ କରିଛି। ଗତବର୍ଷ ମେ’ ମାସରେ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୩୧ରେ ଶେଷ ହୋଇଥିଲା ୨୦୧୮-୧୯ ଆର୍ଥିକ ବର୍ଷ। ଏହି ଆର୍ଥିକ ବର୍ଷରେ ବିଜେପି ମୋଟ୍ ୨୪୧୦ କୋଟି ଟଙ୍କା ଆୟ କରିଥିବା […]

BJP_Flag

Subhransu Sekhar
  • Published: Monday, 20 January 2020
  • , Updated: 20 January 2020, 02:12 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ବର୍ଷରେ ଶାସକ ଦଳ ବିଜେପି ନିଜର ପ୍ରମୁଖ ୫ ବିରୋଧୀ ଦଳଙ୍କ ତୁଳନାରେ ଦୁଇ ଗୁଣା ଆୟ କରିଛି। ଏହି ରୋଜଗାର ନିର୍ବାଚନୀ ବଣ୍ଡ ମାଧ୍ୟମରେ ଆସିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ଏହି ରିପୋର୍ଟ ପ୍ରକାଶ କରିଛି।

ଗତବର୍ଷ ମେ’ ମାସରେ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୩୧ରେ ଶେଷ ହୋଇଥିଲା ୨୦୧୮-୧୯ ଆର୍ଥିକ ବର୍ଷ। ଏହି ଆର୍ଥିକ ବର୍ଷରେ ବିଜେପି ମୋଟ୍ ୨୪୧୦ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୧୭-୧୮ରେ କିନ୍ତୁ ଦଳ ମୋଟ୍ ୧୦୩୦ କୋଟି ଟଙ୍କା ଆୟ କରିଥିଲା।

ସେହିପରି ବିଜେପିର ପ୍ରମୁଖ ବିରୋଧୀ କଂଗ୍ରେସ ୨୦୧୮-୧୯ରେ ମୋଟ୍ ୯୨୦ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୧୭-୧୮ରେ ମୋଟ୍ ୨୦୦ କୋଟି ଟଙ୍କା ଆୟ କରିଥିଲା।

ତୃଣମୂଳ କଂଗ୍ରେସ ୨୦୧୮-୧୯ରେ ୧୯୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ ୨୦୧୭-୧୮ରେ ବିଜେପି ୫୦ ନିୟୁତ ଟଙ୍କା ରୋଜଗାର କରିଥିଲା।

ସିପିଏମ ୨୦୧୮-୧୯ରେ ୧୦୮ କୋଟି ଆୟ କରିଥିବା ବେଳେ ୨୦୧୭-୧୮ରେ ୧୫ ନିୟୁତ ଆୟ କରିଥିଲା। ସିପିଆଇ ୨୦୧୮-୧୯ରେ ୭୧ ନିୟୁତ ଆୟ କରିଥିବା ବେଳେ ୨୦୧୭-୧୮ରେ ୧୫ କୋଟି ଆୟ କରିଥିଲା। ବିଏସପି ୨୦୧୮-୧୯ରେ ୬୯୭ ନିୟୁତ ଆୟ କରିଥିବା ବେଳେ ୨୦୧୭-୧୮ରେ ୫୧୬ ନିୟୁତ ଆୟ କରିଛି।

ଏଡିଆରର ଏହି ରିପୋର୍ଟକୁ ନେଇ ବିଜେପି ମୁଖପାତ୍ର ଗୋପାଲ କୃଷ୍ଣନ, କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂହଭୀ କିନ୍ତୁ ଏହା ବାବଦରେ ସଙ୍ଗେସଙ୍ଗେ ମତ ରଖିବାକୁ ରାଜି ହୋଇନାହାନ୍ତି।

ସୂଚନାଯୋଗ୍ୟ, କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) କେନ୍ଦ୍ରରେ କ୍ଷମତା ଦଖଲ କରିଛି। ୨୦୧୪ ତୁଳନାରେ ୨୦୧୯ରେ ବିଜେପି ଅଧିକ ଆସନ ଜିତିଛି।

ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ବିଜେପି ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ୧୨୬୪ କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିପରି କଂଗ୍ରେସ ୨୦୧୯ରେ ୮୨୦ କୋଟି ଟଙ୍କା ବ୍ୟୟ କରିଥିବା ବେଳେ ୨୦୧୪ରେ ୫୧୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

Related story