Advertisment

ପୁଣିଥରେ ‘ଶିଶୁପାଳ’ ହେବେ କି ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ନୂଆଦିଲ୍ଲୀ: ବିଜେପି ଓ ଜେଡିୟୁ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ଶିଟ୍‌ ଶେୟାରିଂ ହୋଇ ସାରିଛି। ବିଜେପି ଭାଗରେ ୧୨୧ ଓ ଜେଡିୟୁ ପାଖରେ ୧୨୨ ଆସନ ପଡ଼ିଛି। କିନ୍ତୁ ବିଜେପି-ଜେଡିୟୁ ସିଟ୍‌ ଶେୟାରିଂ ଫର୍ମୁଲା ପରେ ଆଶା ଆଶଙ୍କାରେ ରହିଛନ୍ତି ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ଶ୍ରୀ ପାଣ୍ଡେ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଡିଜିପି ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଓ କାଳ ବିଳମ୍ବ ନ କରି ତୁରନ୍ତ ନୀତୀଶ କୁମାରଙ୍କ […]

ଅଦ୍ୟତନ ହୋଇଛି
ପୁଣିଥରେ ‘ଶିଶୁପାଳ’ ହେବେ କି ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

gf

Advertisment

ନୂଆଦିଲ୍ଲୀ: ବିଜେପି ଓ ଜେଡିୟୁ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ଶିଟ୍‌ ଶେୟାରିଂ ହୋଇ ସାରିଛି। ବିଜେପି ଭାଗରେ ୧୨୧ ଓ ଜେଡିୟୁ ପାଖରେ ୧୨୨ ଆସନ ପଡ଼ିଛି। କିନ୍ତୁ ବିଜେପି-ଜେଡିୟୁ ସିଟ୍‌ ଶେୟାରିଂ ଫର୍ମୁଲା ପରେ ଆଶା ଆଶଙ୍କାରେ ରହିଛନ୍ତି ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ।

Advertisment

ଶ୍ରୀ ପାଣ୍ଡେ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଡିଜିପି ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଓ କାଳ ବିଳମ୍ବ ନ କରି ତୁରନ୍ତ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇଯାଇଥିଲା। ଆଶା କରାଯାଉଥିଲା ଯେ ଜେଡିୟୁ ତାଙ୍କୁ ବକ୍ସର ବିଧାନସଭାରୁ ପ୍ରାର୍ଥୀ କରିବ। ବକ୍ସର ସମେତ ୭୧ଟି ଆସନରେ ଅକ୍ଟୋବର ୨୮(ପ୍ରଥମ ପର୍ଯ୍ୟାୟ)ରେ ଭୋଟିଂ ହେବ।

ବକ୍ସର ହେଉଛି ପାଣ୍ଡେଙ୍କ ହୋମ ଟାଉନ। କିନ୍ତୁ ସିଟ୍‌ ଶେୟାରିଂ ବେଳେ ବକ୍ସର ଆସନରେ ବିଜେପି ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ୨୦୦୯ ଭଳି ପାଣ୍ଡେ ପୁଣିଥରେ ଶିଶୁପାଳ ହେବ କି ବୋଲି ଚର୍ଚ୍ଚା ହେଉଛି।

Advertisment

୨୦୦୯ରେ ଗୁପ୍ତେଶ୍ୱର ପାଣ୍ଡ ପୁଲିସ୍‌ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତାଙ୍କୁ ବିଜେପି ବକ୍ସର ଆସନରୁ ଲୋକସଭା ପ୍ରାର୍ଥୀ କରିବ ବୋଲି ସେ ଆଶା କରିଥିଲେ। କିନ୍ତୁ ବିଜେପି ତାଙ୍କୁ ଟିକେଟ ଦେଇ ନଥିଲା। ଏଥିସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପାଣ୍ଡେ ସ୍ୱେଚ୍ଛାକୃତ ଅବସର ପାଇଁ କରିଥିବା ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ସେ ପୁଣି ପୁଲିସ୍‌ ସେବାରେ ଯୋଗଦେଇଥିଲେ।

ଏଥର ସେ ଜେଡିୟୁରୁ ଟିକେଟ ପାଇଁ ଆଶା କରିଛନ୍ତି। ତାଙ୍କୁ ବକ୍ସର କିମ୍ବା ଶାହପୁର ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା। ହେଲେ ଏହି ଦୁଇଟି ଆସନ ବିଜେପି ଭାଗରେ ପଡ଼ିଛି। ବିଜେପି କେବେ ହେଲେ ଜେଡିୟୁ ନେତାଙ୍କୁ ତା’ ଭାଗରେ ପଡ଼ିଥିବା ଆସନ ଛାଡ଼ିବ ନାହିଁ। ତେଣୁ ପାଣ୍ଡେ କେମିତି ଟିକେଟ ପାଇବେ, ତା’ହା ସବୁଠାରୁ ବଡ଼ ପ୍ରଶ୍ନ।

ଦ୍ୱିତୀୟରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପାଣ୍ଡେ ମହାରାଷ୍ଟ୍ର ସରକାର ଓ ମରାଠୀ ପ୍ରାଇଡ୍‌ ପଲଟିକ୍ସ ସମ୍ପର୍କରେ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଥିଲା। ସେ ମରାଠୀଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିବା ଅଭିଯୋଗ ହୋଇଥିଲା। ଶିବସେନାକୁ ଏହାକୁ ପ୍ରସଙ୍ଗ କରି ପାଣ୍ଡେଙ୍କୁ ଟାର୍ଗେଟ କରିଥିଲା।

ଏଥିସହ ପାଣ୍ଡେ ବିହାରରୁ ପ୍ରାର୍ଥୀ ହେଲେ ଶିବସେନା ତାଙ୍କ ବିରୋଧରେ ପ୍ରାର୍ଥୀ ଦେବାକୁ ମଧ୍ୟ ଘୋଷଣା କରିଛି। ଏପରି ସ୍ଥିତିରେ ବିଜେପି ହେଉଛି ଗୋଟିଏ ଜାତୀୟ ଦଳ। ମହାରାଷ୍ଟ୍ରରେ ଦଳର ଦବଦବା ରହିଛି। ତେଣୁ ବିହାରରେ ଦଳ ଜଣେ ଅଣ ବିଜେପି ନେତାଙ୍କୁ କେବେ ହେଲେ ପ୍ରାର୍ଥୀ ବା ସମର୍ଥନ କରିବ ନାହିଁ।

ଆଉ ଏକ ପ୍ରସଙ୍ଗ ହେଲା ଦେବେନ୍ଦ୍ର ଫଡ଼ନାଭିସ। ଫଡ଼ନାଭିସ ହେଉଛନ୍ତି ବିହାର ବିଜେପିର ନିର୍ବାଚନ ଇନ ଚାର୍ଜ। ଯଦି ବିଜେପି ପାଣ୍ଡେଙ୍କୁ ଟିକେଟ ଦେବ, ତା’ହେଲେ ମହାରାଷ୍ଟ୍ରରେ ଫଡ଼ନାଭିସଙ୍କ ସମସ୍ୟା ବଢ଼ିବ। ସେ ମହାରାଷ୍ଟ୍ରରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା। ଯଦି ସେ ପାଣ୍ଡେଙ୍କୁ ଟିକେଟ ଦେବାକୁ କହନ୍ତି, ତା’ହେଲେ ଶିବସେନା ତାଙ୍କୁ ମରାଠୀ ବିରୋଧୀ କହି ଟାର୍ଗେଟ କରି ଛବି ମଳିନ କରିବାକୁ ଚେଷ୍ଟା କରିବ। ତେଣୁ ବିଜେପି ପାଣ୍ଡେଙ୍କୁ ସମର୍ଥନ କରି ରିକ୍ସ ନେବାକୁ ଚାହିଁବ ନାହିଁ।

ଅନ୍ୟପକ୍ଷରେ ବିଜେପି ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେଉଥିବା ଆସନ ଗୁଡ଼ିକ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳ ବକ୍ସର ଓ ବ୍ରହମପୁର ପାଇଁ କାହା ନାଁ ଘୋଷଣା କରିନାହିଁ। କୁହାଯାଉଛି, ବିଜେପି ଏହି ଦୁଇଟି ଆସନ ମୁକେଶ ସାହାନିଙ୍କ ଭିଆଇପି ପାଇଁ ଛାଡ଼ିଛି।

News In Odia Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe