Advertisment

ହରିୟାଣା ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା

ଚଣ୍ଡିଗଡ଼: ହରିୟାଣାରେ କ୍ଷମତାସୀନ ବିଜେପି ଓ ଜେଜେପି ମେଣ୍ଟକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ ନଗର ପୌରପାଳିକା ନିର୍ବାଚନରେ ତିନୋଟିରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି ବିଜେପି। ରବିବାର ଅମ୍ବାଲା, ପଞ୍ଚକୁଲା ଓ ସୋନିପତ ସହରରେ ମେୟର ଆସନ ପାଇଁ ନିର୍ବାଚନ ହୋଇଥିଲା। ପଞ୍ଚକୁଲା ଆସନ ଜିତିବା ପାଇଁ ବିଜେପିକୁ ସଂଘର୍ଷ କରିବାକୁ ପଡ଼ିଥିବା ବେଳେ କଂଗ୍ରେସ ଓ ହରିୟାଣା ଜନ ଚେତନା ପାର୍ଟି ଯଥାକ୍ରମେ ସୋନିପତ୍ ଓ ଅମ୍ବାଲାରେ ବିଜୟ ହାସଲ କରିଛନ୍ତି। ପ୍ରଥମଥର […]

ଅଦ୍ୟତନ ହୋଇଛି
ହରିୟାଣା ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା

bjp

Advertisment

ଚଣ୍ଡିଗଡ଼: ହରିୟାଣାରେ କ୍ଷମତାସୀନ ବିଜେପି ଓ ଜେଜେପି ମେଣ୍ଟକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ ନଗର ପୌରପାଳିକା ନିର୍ବାଚନରେ ତିନୋଟିରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି ବିଜେପି। ରବିବାର ଅମ୍ବାଲା, ପଞ୍ଚକୁଲା ଓ ସୋନିପତ ସହରରେ ମେୟର ଆସନ ପାଇଁ ନିର୍ବାଚନ ହୋଇଥିଲା। ପଞ୍ଚକୁଲା ଆସନ ଜିତିବା ପାଇଁ ବିଜେପିକୁ ସଂଘର୍ଷ କରିବାକୁ ପଡ଼ିଥିବା ବେଳେ କଂଗ୍ରେସ ଓ ହରିୟାଣା ଜନ ଚେତନା ପାର୍ଟି ଯଥାକ୍ରମେ ସୋନିପତ୍ ଓ ଅମ୍ବାଲାରେ ବିଜୟ ହାସଲ କରିଛନ୍ତି। ପ୍ରଥମଥର ଲାଗି ତିନୋଟି ସହରରେ ମେୟର ପଦବୀ ଲାଗି ସିଧାସଳଖ ନିର୍ବାଚନ ହୋଇଛି। ହରିୟାଣାରେ ଦୁଇବର୍ଷ ତଳେ ୫ଟି ସହରରେ ହୋଇଥିବା ପୌରପାଳିକା ନିର୍ବାଚବରେ ବିଜେପିକୁ ବିଜୟ ମିଳିଥିଲା।

Advertisment

ବିଜେପି ୨୦୧୮ରେ ହିସାର, କର୍ନାଲ, ପାନିପତ୍, ରୋହତକ ଓ ଯମୁନାନଗରରେ ହୋଇଥିବା ମେୟର ନିର୍ବାଚନରେ ବିଜୟୀ ହୋଇଥିଲା। ଚଳିତ ବର୍ଷ ନଭେମ୍ବରରେ କ୍ଷମତାସୀନ ମେଣ୍ଟ ସୋନିପରେ ବରୋଦା ବିଧାନସଭା ଉପନିର୍ବାଚନରେ ପରାଜୟର ସାମ୍ନା କରିଥିଲା, ଯାହା ପାର୍ଟି ପାଇଁ ବଡ଼ ଝଟକା ଥିଲା। ଏହି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା।

ଅମ୍ବାଲା ମେୟର ଆସନ ପାଇଁ ହୋଇଥିବା ନିର୍ବାଚନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିନୋଦ ଶର୍ମାଙ୍କ ପତ୍ନୀ ଓ ହରିୟାଣା ଜନଚେତନା ପାର୍ଟି (HJCP)ର ପ୍ରାର୍ଥୀ ଶକ୍ତି ରାଣୀ ଶର୍ମା ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବନ୍ଦନା ଶର୍ମାଙ୍କୁ ୮୦୮୪ ଭୋଟରେ ହରାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ବିଜେପିର କୁଲଭୂଷଣ ଗୋୟଲ ପଞ୍ଚକୁଲାରେ ନୂଆ ମେୟର ହେବେ। ସେ କଂଗ୍ରେସର ଉପିନ୍ଦର କୌରଙ୍କୁ ୨୦୫୭ ଭୋଟରେ ହରାଇଛନ୍ତି। ପଞ୍ଚକୁଲାରେ ୧୩୩୩ ମତଦାତା ନୋଟା ବିକଳ୍ପକୁ ବାଛିଛନ୍ତି।

Advertisment

ସୋନିପତରେ କଂଗ୍ରେସ ମେୟର ଆସନ ଜିତିଛି। ପାର୍ଟିର ନିଖିଲ ମଦାନ ବିଜେପିର ଲଲିତ ବାତ୍ରାଙ୍କୁ ୧୩୮୨୮ ଭୋଟରେ ପରାସ୍ତ କରିଛନ୍ତି। ତିନୋଟି ଯାକ ସହରରେ ମଧ୍ୟ ୱାର୍ଡ ମେମ୍ବର ଆସନ ପାଇଁ ନିର୍ବାଚନ ହୋଇଥିଲା। ରେୱାଡିରେ ମୁନିସିପାଲ କାଉନସିଲ୍ ଅଧ୍ୟକ୍ଷ ଓ ସଦସ୍ୟ ପାଇଁ ମତଦାନ ହୋଇଥିବା ବେଳେ ସାମ୍ପଲା (ରୋହତକ), ଧାରୁହେଡ଼ା (ରେୱାଡି) ଓ ଉକାଲାନା (ହିସାର)ରେ ମ୍ୟୁନିସିପାଲ୍ କମିଟି ପାଇଁ ମତଦାନ ହୋଇଥିଲା।

ଅଧିକ ପଢ଼ନ୍ତୁ : ବିଜେପିରେ ସାମିଲ୍ ହେଲେ ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍

ଅମ୍ବାଲାରେ ବିଜେପି ୨୦ଟି ଆସନରୁ ୮ଟିରେ ବିଜୟୀ ହୋଇଥିବା ବେଳେ HJCP ୭ଟି, କଂଗ୍ରେସ ୩ଟି ଓ ହରିୟାଣା ଡେମୋକ୍ରାଟିକ୍ ଫ୍ରଣ୍ଟ ୨ଟି ଆସନରେ ବିଜୟୀ ହୋଇଛି। ସେହିପରି ସୋନିପତରେ ବିଜେପି ୧୦ଟି ୱାର୍ଡରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସକୁ ୯ଟି ଆସନ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଆସନ ମିଳିଛି। ପଞ୍ଚକୁଲାରେ ବିଜେପି ଓ କଂଗ୍ରେସ ଯଥାକ୍ରମେ ୯ ଓ ୭ଟି ଆସନରେ ବିଜୟୀ ହୋଇଥିବା ବେଳେ ଜେଜେପି ଦୁଇଟିରେ ବିଜୟ ଲାଭ କରିଛି। ରେୱାଡି ନଗରପାଳିକା ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ବିଜେପିର ପୁନମ ଯାଦବ ବିଜୟୀ ହୋଇଛନ୍ତି।

Bjp Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe